୯ ବର୍ଷ ପରେ ଖୋଲିଲା ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ପୌରାଞ୍ଚଳ ଭଗବାନପୁର ଅଞ୍ଚଳର ଦୋଳଗୋବିନ୍ଦ ବେହେରା ହତ୍ୟାକାଣ୍ଡ ମାମଲାର ରହସ୍ୟ ଦୀର୍ଘ ୯ ବର୍ଷ ପରେ ଉନ୍ମୋଚିତ ହୋଇଛି। ଛେଳିଚୋରି ରୋକିବାକୁ ଅଭିଯୁକ୍ତମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୋଳଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ଅପରାଧ ଲୁଚାଇବାକୁ ଅତି ଚତୁରତାର ସହ ମୃତଦେହକୁ ପୋତି ଦେଇଥିଲେ। ୨୦୧୩ ଜୁଲାଇ ୨୩ରେ ଘଟିଥିବା ଏହି ଘଟଣା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ମୃତକଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଆନ୍ଦୋଳନ କରିଥିଲେ ମଧ୍ୟ ପୋଲିସ ତଦନ୍ତରେ ସେଭଳି ଆଗ୍ରହ ଦେଖାଇ ନ ଥିଲା। ତେବେ ଏବେକାର ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏହାର ଖୋଳତାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ପୋଲିସ ସଦର ଥାନା ମେଘାତଳବାହାଳି ଅଞ୍ଚଳର ବଟକୃଷ୍ଣ ଦେହୁରୀ ଓରଫ୍‌ ଟେରୁ (୨୭), ଦିଲୀପ ନାୟକ (୪୦) ଏବଂ ସୁନ୍ଦରିଖାଲ ଅଞ୍ଚଳର ସନ୍ତୋଷ ପ୍ରଧାନଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ମୃତଦେହ ପୋତା ଯାଇଥିବା ସ୍ଥାନକୁ ଜେସିବି ସହାୟତାରେ ଖୋଳାଯାଇ ଦୁଇଟି ହାଡ଼ ଜବତ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଲାବୋରେଟୋରିକୁ ପଠାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ସୁନ୍ଦରିଖାଲ ଅଲେଖପୁର ଅଞ୍ଚଳର ସଚ୍ଚିଦାନନ୍ଦ ବେହେରାଙ୍କ ପୁଅ ଦୋଳଗୋବିନ୍ଦ ଢେଙ୍କାନାଳ ବାଜିଚୌକଠାରେ ଏକ ଲୁହା ଦୋକାନ କରିଥିଲେ। ଘଟଣାଦିନ ରାତି ସାଢ଼େ ୯ଟାରେ ସେ ଦୋକାନ ବନ୍ଦ କରି ଭଗବାନପୁର ଅଞ୍ଚଳର ହୋଟେଲ ବ୍ୟବସାୟୀ ବିନୋଦ ସାହୁଙ୍କ ବାଇକ୍‌ରେ ତାଙ୍କ ଢାବାକୁ ଯାଇଥିଲେ। ସେଠାରେ ଖାଇବା ପରେ କୁଶ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଏକ ସାଇକେଲରେ ଗଁାକୁ ଯାଉଥିବା କହି ବାହାରିଥିଲେ ମଧ୍ୟ ଘରେ ପହଞ୍ଚତ୍ ନ ଥିଲେ। ପରଦିନ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଦୋଳଗୋବିନ୍ଦଙ୍କ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଟାଉନ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। ଜୁଲାଇ ୨୮ରେ ତାଙ୍କ ସାଇକେଲର ସନ୍ଧାନ ମିଳିଥିଲା। ପୂର୍ବରୁ ଜମି ବିବାଦକୁ ନେଇ ଦୋଳଗୋବିନ୍ଦଙ୍କ ସହ ୫ଜଣଙ୍କ ବିବାଦ ଥିଲା। ତେଣୁ ସେମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ପରିବାର ଲୋକେ ଏବଂ ଅଞ୍ଚଳବାସୀ ଜିଲା କାର୍ଯ୍ୟାଳୟ, ଏସ୍‌ପିଙ୍କ କାର୍ଯ୍ୟାଳୟ ଓ ଟାଉନ ଥାନା ଘେରାଉ କରିଥିଲେ। ବାପା ସଚ୍ଚିଦାନନ୍ଦଙ୍କ ଅଭିଯୋଗକ୍ରମେ ୨୦୧୪ ଅକ୍ଟୋବର ୩୦ରେ ଟାଉନ ଥାନାରେ ନଂ.୨୭୦/୧୪, ଦଫା ୩୦୨, ୨୦୧ ଓ ୩୪ରେ ଏକ ମାମଲା ରୁଜୁ କରାଯାଇଥିଲା। ଜମି ବିବାଦ ଥିବା ୫ ଯୁବକଙ୍କୁ ଜେରା କରାଯିବା ସହ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଥିଲା। ହେଲେ ପୋଲିସକୁ କୌଣସି ସୁରାକ ମିଳି ନ ଥିଲା। ଇତିମଧ୍ୟରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁରୁଣା ମାମଲାର ଖୋଳତାଡ଼ ପୁନର୍ବାର ଆରମ୍ଭ ହୋଇଥିବାବେଳେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ବଦଳାଇଥିଲେ ମୃତଦେହ ଠିକଣା

ଦୋଳଗୋବିନ୍ଦ ହତ୍ୟାକାଣ୍ଡ ମାମଲାର ରହସ୍ୟ ଉନ୍ମୋଚନ କରି ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜେରାବେଳେ ଅଭିଯୁକ୍ତମାନେ ବଖାଣିଥିବା ଘଟଣାବଳୀ ସମ୍ପର୍କରେ ବିବରଣୀ ଦେଇ ଏସ୍‌ଡିପିଓ କହିଛନ୍ତି ଯେ, ଦୋଳଗୋବିନ୍ଦ ସେମାନଙ୍କ ଘରକୁ ଆସି ଛେଳି ଚୋରାଇ ନେଉଥିଲେ। ଏହା ଜଣାପଡ଼ିବା ପରେ ସେମାନେ ଘର ଚାରିପଟେ ବିଦ୍ୟୁତ୍‌ ତାର ବିଛାଇଥିଲେ। ଛେଳି ଚୋରି କରିବାକୁ ଯାଇଥିବା ଦୋଳଗୋବିନ୍ଦଙ୍କ ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ମୃତ୍ୟୁ ଘଟିଥିଲା। ପ୍ରଥମେ ଅଭିଯୁକ୍ତମାନେ ଏକ ବିଲରେ ମୃତଦେହକୁ ମାଟିଖୋଳି ପୋତି ଦେଇଥିଲେ। ତେବେ ଘଟଣାର କିଛିଦିନ ପରେ ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରିବାକୁ ଏହାର ମାଲିକ ଆସି ସଫାସୁତରା କରିଥିଲେ। ଧରାପଡ଼ିଯିବା ପରେ ଭୟରେ ଅଭିଯୁକ୍ତମାନେ ବିଲରୁ ମୃତ ଦେହାବଶେଷ ବାହାର କରି ଗ୍ରାମ ନିକଟ ଏକ ନର୍ସରିରେ ପୋତି ଦେଇଥିଲେ। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତମାନେ ଦେଖାଇଥିବା ସ୍ଥାନରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜେସିବି ସହାୟତାରେ ମାଟି ଖୋଳାଯାଇଥିବାବେଳେ ୨ ଖଣ୍ଡ ହାଡ଼ ଏବଂ କିଛି ଚୁଟି ବାହାରିଥିଲା। ଅଭିଯୁକ୍ତମାନେ ମୃତଦେହ ଠିକଣା ବଦଳାଇଥିଲେ ମଧ୍ୟ ଶେଷରେ ସବୁ ସତ ପଦାକୁ ଆସିଛି ବୋଲି ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri