୯ ବର୍ଷ ପରେ ଖୋଲିଲା ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ପୌରାଞ୍ଚଳ ଭଗବାନପୁର ଅଞ୍ଚଳର ଦୋଳଗୋବିନ୍ଦ ବେହେରା ହତ୍ୟାକାଣ୍ଡ ମାମଲାର ରହସ୍ୟ ଦୀର୍ଘ ୯ ବର୍ଷ ପରେ ଉନ୍ମୋଚିତ ହୋଇଛି। ଛେଳିଚୋରି ରୋକିବାକୁ ଅଭିଯୁକ୍ତମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୋଳଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ଅପରାଧ ଲୁଚାଇବାକୁ ଅତି ଚତୁରତାର ସହ ମୃତଦେହକୁ ପୋତି ଦେଇଥିଲେ। ୨୦୧୩ ଜୁଲାଇ ୨୩ରେ ଘଟିଥିବା ଏହି ଘଟଣା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ମୃତକଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଆନ୍ଦୋଳନ କରିଥିଲେ ମଧ୍ୟ ପୋଲିସ ତଦନ୍ତରେ ସେଭଳି ଆଗ୍ରହ ଦେଖାଇ ନ ଥିଲା। ତେବେ ଏବେକାର ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏହାର ଖୋଳତାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ପୋଲିସ ସଦର ଥାନା ମେଘାତଳବାହାଳି ଅଞ୍ଚଳର ବଟକୃଷ୍ଣ ଦେହୁରୀ ଓରଫ୍‌ ଟେରୁ (୨୭), ଦିଲୀପ ନାୟକ (୪୦) ଏବଂ ସୁନ୍ଦରିଖାଲ ଅଞ୍ଚଳର ସନ୍ତୋଷ ପ୍ରଧାନଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ମୃତଦେହ ପୋତା ଯାଇଥିବା ସ୍ଥାନକୁ ଜେସିବି ସହାୟତାରେ ଖୋଳାଯାଇ ଦୁଇଟି ହାଡ଼ ଜବତ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଲାବୋରେଟୋରିକୁ ପଠାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ସୁନ୍ଦରିଖାଲ ଅଲେଖପୁର ଅଞ୍ଚଳର ସଚ୍ଚିଦାନନ୍ଦ ବେହେରାଙ୍କ ପୁଅ ଦୋଳଗୋବିନ୍ଦ ଢେଙ୍କାନାଳ ବାଜିଚୌକଠାରେ ଏକ ଲୁହା ଦୋକାନ କରିଥିଲେ। ଘଟଣାଦିନ ରାତି ସାଢ଼େ ୯ଟାରେ ସେ ଦୋକାନ ବନ୍ଦ କରି ଭଗବାନପୁର ଅଞ୍ଚଳର ହୋଟେଲ ବ୍ୟବସାୟୀ ବିନୋଦ ସାହୁଙ୍କ ବାଇକ୍‌ରେ ତାଙ୍କ ଢାବାକୁ ଯାଇଥିଲେ। ସେଠାରେ ଖାଇବା ପରେ କୁଶ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଏକ ସାଇକେଲରେ ଗଁାକୁ ଯାଉଥିବା କହି ବାହାରିଥିଲେ ମଧ୍ୟ ଘରେ ପହଞ୍ଚତ୍ ନ ଥିଲେ। ପରଦିନ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଦୋଳଗୋବିନ୍ଦଙ୍କ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଟାଉନ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। ଜୁଲାଇ ୨୮ରେ ତାଙ୍କ ସାଇକେଲର ସନ୍ଧାନ ମିଳିଥିଲା। ପୂର୍ବରୁ ଜମି ବିବାଦକୁ ନେଇ ଦୋଳଗୋବିନ୍ଦଙ୍କ ସହ ୫ଜଣଙ୍କ ବିବାଦ ଥିଲା। ତେଣୁ ସେମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ପରିବାର ଲୋକେ ଏବଂ ଅଞ୍ଚଳବାସୀ ଜିଲା କାର୍ଯ୍ୟାଳୟ, ଏସ୍‌ପିଙ୍କ କାର୍ଯ୍ୟାଳୟ ଓ ଟାଉନ ଥାନା ଘେରାଉ କରିଥିଲେ। ବାପା ସଚ୍ଚିଦାନନ୍ଦଙ୍କ ଅଭିଯୋଗକ୍ରମେ ୨୦୧୪ ଅକ୍ଟୋବର ୩୦ରେ ଟାଉନ ଥାନାରେ ନଂ.୨୭୦/୧୪, ଦଫା ୩୦୨, ୨୦୧ ଓ ୩୪ରେ ଏକ ମାମଲା ରୁଜୁ କରାଯାଇଥିଲା। ଜମି ବିବାଦ ଥିବା ୫ ଯୁବକଙ୍କୁ ଜେରା କରାଯିବା ସହ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଥିଲା। ହେଲେ ପୋଲିସକୁ କୌଣସି ସୁରାକ ମିଳି ନ ଥିଲା। ଇତିମଧ୍ୟରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁରୁଣା ମାମଲାର ଖୋଳତାଡ଼ ପୁନର୍ବାର ଆରମ୍ଭ ହୋଇଥିବାବେଳେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ବଦଳାଇଥିଲେ ମୃତଦେହ ଠିକଣା

ଦୋଳଗୋବିନ୍ଦ ହତ୍ୟାକାଣ୍ଡ ମାମଲାର ରହସ୍ୟ ଉନ୍ମୋଚନ କରି ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜେରାବେଳେ ଅଭିଯୁକ୍ତମାନେ ବଖାଣିଥିବା ଘଟଣାବଳୀ ସମ୍ପର୍କରେ ବିବରଣୀ ଦେଇ ଏସ୍‌ଡିପିଓ କହିଛନ୍ତି ଯେ, ଦୋଳଗୋବିନ୍ଦ ସେମାନଙ୍କ ଘରକୁ ଆସି ଛେଳି ଚୋରାଇ ନେଉଥିଲେ। ଏହା ଜଣାପଡ଼ିବା ପରେ ସେମାନେ ଘର ଚାରିପଟେ ବିଦ୍ୟୁତ୍‌ ତାର ବିଛାଇଥିଲେ। ଛେଳି ଚୋରି କରିବାକୁ ଯାଇଥିବା ଦୋଳଗୋବିନ୍ଦଙ୍କ ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ମୃତ୍ୟୁ ଘଟିଥିଲା। ପ୍ରଥମେ ଅଭିଯୁକ୍ତମାନେ ଏକ ବିଲରେ ମୃତଦେହକୁ ମାଟିଖୋଳି ପୋତି ଦେଇଥିଲେ। ତେବେ ଘଟଣାର କିଛିଦିନ ପରେ ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରିବାକୁ ଏହାର ମାଲିକ ଆସି ସଫାସୁତରା କରିଥିଲେ। ଧରାପଡ଼ିଯିବା ପରେ ଭୟରେ ଅଭିଯୁକ୍ତମାନେ ବିଲରୁ ମୃତ ଦେହାବଶେଷ ବାହାର କରି ଗ୍ରାମ ନିକଟ ଏକ ନର୍ସରିରେ ପୋତି ଦେଇଥିଲେ। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତମାନେ ଦେଖାଇଥିବା ସ୍ଥାନରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜେସିବି ସହାୟତାରେ ମାଟି ଖୋଳାଯାଇଥିବାବେଳେ ୨ ଖଣ୍ଡ ହାଡ଼ ଏବଂ କିଛି ଚୁଟି ବାହାରିଥିଲା। ଅଭିଯୁକ୍ତମାନେ ମୃତଦେହ ଠିକଣା ବଦଳାଇଥିଲେ ମଧ୍ୟ ଶେଷରେ ସବୁ ସତ ପଦାକୁ ଆସିଛି ବୋଲି ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?