୫୦ ବର୍ଷ ପରେ ସ୍ବପ୍ନ ହେବ ସାକାର

ଭବାନୀପାଟଣା,୧୬।୨(ସ୍ବ.ପ୍ର.): ଦୀର୍ଘ ୫୦ ବର୍ଷ ପରେ ସ୍ବପ୍ନ ହେବ ପୂରଣ। ଶେଷରେ କନାଗାଁ ତେଲ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ପୋଲ। ଅଞ୍ଚଳବାସୀ ଖରା ଦିନେ ନଦୀ ପାର ହୋଇ କାମ ଚଳାଇ ଦେଉଥିବା ବେଳେ ବର୍ଷା ଦିନ ଆସିଲେ ଦେଶୀ ଡଙ୍ଗା ଯାହାଙ୍କ ପାଇଁ ସାହାରା ପାଲଟୁଥିଲା। ସେଥିରେ ଏକ ସେତୁ ନିମାଣ ଅଞ୍ଚଳବାସୀଙ୍କୁ ଆଣିଦେଇଛି ଢେର ସାରା ଆନନ୍ଦ। କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ କନାଗାଁ ଓ ଥନଟ ଗ୍ରାମକୁ ସଂଯୋଗ ତେଲ ନଦୀରେ ଆରମ୍ଭ ହୋଇଛି ବିଜୁ ସେତୁ କାମ। କନାଗାଁ ଓ ଥନଟ ଦେଇ ଯାଇଛି ଚୀର ସ୍ରୋତା ତେଲ ନଦୀ। ନଦୀ ଉପରେ କୌଣସି ପୋଲ ନ ଥିବାରୁ ଗାଁରୁ ସହରକୁ ଆସୁଥିବା ଲୋକଙ୍କ ପାଇଁ ସବୁବେଳେ କଷ୍ଟ ସାଧ୍ୟ ହୋଇ ପଡିଥାଏ। ଏହି ନଦୀ ଦେଇ ପ୍ରାୟ ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ ନିର୍ଭର କରୁଥିବା ବେଳେ ଗୋଲାମୁଣ୍ଡା ବ୍ଲକର ଜନସାଧାରଣ ମଧ୍ୟ ନିର୍ଭର କରିଥାନ୍ତି। ସେହିପରି କନାଗାଁ, ଲୁହାଗାଁ, ସାଗୁନଭାଡି, ଗତାଗୁଡା ଭଳି ବହୁ ଗ୍ରାମର ଲୋକଙ୍କ ପାଇଁ ଏହା ହେଉଛି ସବୁଦିନିଆ ରାସ୍ତା। ଯାହାକି ବର୍ତ୍ତମାନ ଏହି ତେଲ ନଦୀ ଉପରେ ପୋଲ ନିର୍ମାଣ କାମ ଅଞ୍ଚଳବାସୀଙ୍କୁ ଆସ୍ବସ୍ଥି ଦେଇଛି। ଏହି ନଦୀକୁ ସଂଯୋଗ କରିଥାଏ ଧର୍ମଗଡ ସହର। ଯେଉଁ ସହର ଉପରେ ନିର୍ଭର କରିଥାନ୍ତି ନଦୀ ସେପାରିରେ ଥିବା ବହୁ ଗ୍ରାମର ଲୋକ। ସେ ଅଞ୍ଚଳର ଛାତ୍ରୀଛାତ୍ରଙ୍କଠାରୁ କଲେଜ ପଢିବାକୁ ମଧ୍ୟ ଧର୍ମଗଡ ସହର ଉପରେ ନିର୍ଭର କରିଥାନ୍ତି। ସେ ଅଞ୍ଚରେ ବିଶେଷ କରି ପନିପରିବା ଚାଷ ହେଉଥିବା ବେଳେ ବିଭିନ୍ନ ପ୍ରକାର ପନିପରିବା ଧର୍ମଗଡ ସହରକୁ ବିକ୍ରି ପାଇଁ ଆସିଥାଏ। ବର୍ଷା ଦିନରେ ଅଞ୍ଚଳର ହଜାର ହଜାର ଲୋକଙ୍କୁ ମାତ୍ର ୪ କି.ମି. ବାଟକୁ ପଡିଥାଏ ୧୫ କି.ମି. ଦୂରତା। ଖରା ଦିନରେ ଏଠାରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ବର୍ଷା ଦିନେ ଦେଶୀ ଡଙ୍ଗା ହିଁ ସ୍ଥାନୀୟ ଲୋକଙ୍କ ଭରସା ପାଲଟିଥାଏ। ଏହି ନଦୀ ଉପରେ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ପ୍ରାୟ ୧୯ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଛି ପୋଲ କାମ। ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ମେ ମାସ ୨୦୨୫ରେ ସାରିବା ପାଇଁ ସମୟ ଧାର୍ଯ୍ୟ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଅଞ୍ଚଳବାସୀ ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦୀର୍ଘ ୫୦ ବର୍ଷ ହେବ ଦାବି କରି ଆସୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଗ୍ରହଣ କରି ଏଠାରେ ଏହି ବିଜୁ ସେତୁ ନିର୍ମାଣ କାମ ଆରମ୍ଭ କରିଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ କୃତଜ୍ଞତା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri