୫୦ ବର୍ଷ ପରେ ସ୍ବପ୍ନ ହେବ ସାକାର

ଭବାନୀପାଟଣା,୧୬।୨(ସ୍ବ.ପ୍ର.): ଦୀର୍ଘ ୫୦ ବର୍ଷ ପରେ ସ୍ବପ୍ନ ହେବ ପୂରଣ। ଶେଷରେ କନାଗାଁ ତେଲ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ପୋଲ। ଅଞ୍ଚଳବାସୀ ଖରା ଦିନେ ନଦୀ ପାର ହୋଇ କାମ ଚଳାଇ ଦେଉଥିବା ବେଳେ ବର୍ଷା ଦିନ ଆସିଲେ ଦେଶୀ ଡଙ୍ଗା ଯାହାଙ୍କ ପାଇଁ ସାହାରା ପାଲଟୁଥିଲା। ସେଥିରେ ଏକ ସେତୁ ନିମାଣ ଅଞ୍ଚଳବାସୀଙ୍କୁ ଆଣିଦେଇଛି ଢେର ସାରା ଆନନ୍ଦ। କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ କନାଗାଁ ଓ ଥନଟ ଗ୍ରାମକୁ ସଂଯୋଗ ତେଲ ନଦୀରେ ଆରମ୍ଭ ହୋଇଛି ବିଜୁ ସେତୁ କାମ। କନାଗାଁ ଓ ଥନଟ ଦେଇ ଯାଇଛି ଚୀର ସ୍ରୋତା ତେଲ ନଦୀ। ନଦୀ ଉପରେ କୌଣସି ପୋଲ ନ ଥିବାରୁ ଗାଁରୁ ସହରକୁ ଆସୁଥିବା ଲୋକଙ୍କ ପାଇଁ ସବୁବେଳେ କଷ୍ଟ ସାଧ୍ୟ ହୋଇ ପଡିଥାଏ। ଏହି ନଦୀ ଦେଇ ପ୍ରାୟ ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ ନିର୍ଭର କରୁଥିବା ବେଳେ ଗୋଲାମୁଣ୍ଡା ବ୍ଲକର ଜନସାଧାରଣ ମଧ୍ୟ ନିର୍ଭର କରିଥାନ୍ତି। ସେହିପରି କନାଗାଁ, ଲୁହାଗାଁ, ସାଗୁନଭାଡି, ଗତାଗୁଡା ଭଳି ବହୁ ଗ୍ରାମର ଲୋକଙ୍କ ପାଇଁ ଏହା ହେଉଛି ସବୁଦିନିଆ ରାସ୍ତା। ଯାହାକି ବର୍ତ୍ତମାନ ଏହି ତେଲ ନଦୀ ଉପରେ ପୋଲ ନିର୍ମାଣ କାମ ଅଞ୍ଚଳବାସୀଙ୍କୁ ଆସ୍ବସ୍ଥି ଦେଇଛି। ଏହି ନଦୀକୁ ସଂଯୋଗ କରିଥାଏ ଧର୍ମଗଡ ସହର। ଯେଉଁ ସହର ଉପରେ ନିର୍ଭର କରିଥାନ୍ତି ନଦୀ ସେପାରିରେ ଥିବା ବହୁ ଗ୍ରାମର ଲୋକ। ସେ ଅଞ୍ଚଳର ଛାତ୍ରୀଛାତ୍ରଙ୍କଠାରୁ କଲେଜ ପଢିବାକୁ ମଧ୍ୟ ଧର୍ମଗଡ ସହର ଉପରେ ନିର୍ଭର କରିଥାନ୍ତି। ସେ ଅଞ୍ଚରେ ବିଶେଷ କରି ପନିପରିବା ଚାଷ ହେଉଥିବା ବେଳେ ବିଭିନ୍ନ ପ୍ରକାର ପନିପରିବା ଧର୍ମଗଡ ସହରକୁ ବିକ୍ରି ପାଇଁ ଆସିଥାଏ। ବର୍ଷା ଦିନରେ ଅଞ୍ଚଳର ହଜାର ହଜାର ଲୋକଙ୍କୁ ମାତ୍ର ୪ କି.ମି. ବାଟକୁ ପଡିଥାଏ ୧୫ କି.ମି. ଦୂରତା। ଖରା ଦିନରେ ଏଠାରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ବର୍ଷା ଦିନେ ଦେଶୀ ଡଙ୍ଗା ହିଁ ସ୍ଥାନୀୟ ଲୋକଙ୍କ ଭରସା ପାଲଟିଥାଏ। ଏହି ନଦୀ ଉପରେ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ପ୍ରାୟ ୧୯ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଛି ପୋଲ କାମ। ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ମେ ମାସ ୨୦୨୫ରେ ସାରିବା ପାଇଁ ସମୟ ଧାର୍ଯ୍ୟ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଅଞ୍ଚଳବାସୀ ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦୀର୍ଘ ୫୦ ବର୍ଷ ହେବ ଦାବି କରି ଆସୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଗ୍ରହଣ କରି ଏଠାରେ ଏହି ବିଜୁ ସେତୁ ନିର୍ମାଣ କାମ ଆରମ୍ଭ କରିଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ କୃତଜ୍ଞତା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri