୫ ଦିନ ପରେ ହରିଜନପଡ଼ାକୁ ହେଲା ଜଳଯୋଗାଣ

ଡୁଙ୍ଗୁରିପାଲି,୨୦ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ହରିଜନପଡ଼ାବାସୀ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଉପୁଜି ଥିଲା। ଦୀର୍ଘଦିନ ଧରି ମରାମତି ନ ହେବାରୁ ଗ୍ରୀଷ୍ମରେ ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଥିଲା। ଏ ସଂକ୍ରାନ୍ତରେ ଏକ ଖବର ମେ’ ୧୫ରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ଡୁଙ୍ଗୁରିପାଲି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ପଟେଲ ପାଇପ୍‌ ଫାଟି ଯାଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ଫାଟିଯାଇ ଥିବା ପାଇପ୍‌କୁ ଦୁଇ ଦିନ ଧରି ମରାମତି କରି ନୂତନ ପାଇପ ସଂଯୋଗ କଲା ପରେ ପଡ଼ାବାସୀଙ୍କୁ ପାଇପ୍‌ ପାଣି ମିଳିଥିଲା। ହେଲେ କିଛି ଦିନ ଗଲା ପରେ ଅନ୍ୟତ୍ର ଏକ ସ୍ଥାନରେ ପାଇପ୍‌ ଫାଟି ରାସ୍ତା ଉପରେ ପାଣି ଚାଲିଲା। ଫଳରେ ସମସ୍ୟା ଆହୁରି ବଢ଼ିଲା। ଏ ନେଇ ୧୦ ନମ୍ବର ଓ୍ବାର୍ଡ୍‌ର ପୂର୍ବତନ ଓ୍ବାର୍ଡ ସଭ୍ୟ ଦୀନବନ୍ଧୁ ସୁନାଙ୍କ ସହ ଯୁବ ଗୋଷ୍ଠୀ, ପଡ଼ାବାସୀ ଯନ୍ତ୍ରୀଙ୍କୁ ଦୃଷ୍ଟିି ଆକର୍ଷଣ କରାଇଥିଲେ। ଆଗକୁ ବର୍ଷାଋତୁ ଲକ୍ଷ୍ୟ ରଖି ଦିଗଶିରା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଲବ ମେହେର ଶୀଘ୍ର ନୂତନ ପାଇପ୍‌ ଲାଇନ୍‌ ସଂଯୋଗ କରି ଜଳଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ଯନ୍ତ୍ରୀଙ୍କ ପରିଦର୍ଶନ ବେଳେ ପୁର୍ବତନ ଓ୍ବାର୍ଡ ଦୀନବନ୍ଧୁ ସୁନା,ସୁରେଶ ବାଗ, ଫକିର ସୁନା, ହିମାଂଶୁ ସୁନା, ଜିତୁ ସୁନା,ରାଜେଶ ଦୀପ, ମକରଧୂଜ ହରିପାଲ, ଗଜ ବାଗ, ବଳିଷ୍ଟ ହରିପାଲ, ପଙ୍କଜ ମେହେର, ପାଣ୍ଡବ ମେହେର, କରାଖାଉ ଦଣ୍ଡସେନା, ରାମଜୀ ଡାଙ୍ଗଙ୍କ ସହ ପ୍ରମୁଖ ପଡ଼ାବାସୀ ଉପସ୍ଥିତ ଥିଲେ। ୨ ଓ୍ବାର୍ଡ ବିଶିଷ୍ଟ ଦିଗଶିରା ଗ୍ରାମର ହରିଜନ ପଡ଼ାକୁ ଅଙ୍ଗ ନଦୀରୁ ଜଳ ଯୋଗାଣ ହେଉଛି। ଜୁଲାଇ ୧୪ ଶୁକ୍ରବାର ଦିନ ବିଭାଗୀୟ ଯନ୍ତ୍ରୀ ରଞ୍ଜନ କୁମାର ପଟେଲ ଦିଗଶିରା ହରିଜନ ପଡ଼ାକୁ ଏହି ପାଣି ସମସ୍ୟା ନେଇ ପରିଦର୍ଶନରେ ଯାଇଥିଲେ। ବହୁ ବର୍ଷ ଧରି ପାଇପ୍‌ ଜଳଯୋଗାଣ ହେଉଥିବାରୁ ଅତି ପୁରୁଣା ପାଇପ୍‌ ହେବା ଦାରା ପାଇପ୍‌ ଫାଟି ସମସ୍ୟା ଲାଗି ରହିଥିବା ପରିଲକ୍ଷିତ କରିଥିଲେ। ବର୍ତ୍ତମାନ ଯେହେତୁ ଆଗକୁ ବର୍ଷାଋତୁ ଅଛି ଅତି ଶୀଘ୍ର ନୂତନ ପାଇପ୍‌ ଲାଇନ୍‌ ସଂଯୋଗ କରି ଜଳ ଯୋଗାଣ କରାଯିବ ବୋଲି ପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯନ୍ତ୍ରୀଙ୍କ ଆଦେଶ କ୍ରମେ ଗତକାଲି ୧୮ତାରିଖ ମଙ୍ଗଳବାଳଠାରୁ ବୁଧବାର ପର୍ଯ୍ୟନ୍ତ ୨ ଦିନ ହେବ ଏସିଏମ୍‌୍‌ ଭଜମନ ସେଠ୍‌ ଓ ତାଙ୍କ କର୍ମଚାରୀ ନୂତନ ପାଇପ୍‌ ଲାଇନ୍‌ ସଂଯୋଗ ଜଳ ଯୋଗାଣ ପାଇଁ ନିୟୋଜିତ ହୋଇଥିଲେ। ବୁଧବାର ନୂତନ ପାଇପ୍‌ ସଂଯୋଗରେ ଅଙ୍ଗ ନଦୀର ଜଳ ଯୋଗାଣ ପାଣି ପାଇଥିବାରୁ ପଡ଼ାବାସୀଙ୍କ ପାଣି ସମସ୍ୟା ଦୂର ହେବା ସହ ଆନନ୍ଦ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri