Posted inଖେଳ

୪୭ ବର୍ଷ ପରେ ଇଟାଲୀକୁ ପ୍ରଥମ ଡେଭିସ କପ୍‌

ମାଲାଗା, ୨୮ା୧୧: ଜାନିକ ସିନରଙ୍କ ଅଧିନାୟକତ୍ୱରେ ଇଟାଲୀ ୪୭ ବର୍ଷ ପରେ ପ୍ରଥମ ଥର ଡେଭିସ କପ୍‌ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ ଫାଇନାଲର ଦ୍ୱିତୀୟ ସିଙ୍ଗଲ୍ସରେ ଆଲେକ୍ସ ଡି’ ମିନାଉରଙ୍କୁ ୬-୩, ୬-୦ରେ ପରାସ୍ତ କରିବା ପରେ ଏହି ସପ୍ତାହରେ ସିନରଙ୍କ ବିଜୟ ସଂଖ୍ୟା ରେକର୍ଡ ୫-୦ରେ ପହଞ୍ଚତ୍ଛି। ଏହାଦ୍ୱାରା ତାଙ୍କ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୨-୦ରେ ବିଜୟ ହାସଲ କରିବା ସହ ୧୯୭୬ ପରେ ପ୍ରଥମ ଥର ଡେଭିସ କପ୍‌ ହାସଲ କରିପାରିଛି।

ଆଲେକ୍ସି ପପିରିନ୍‌ଙ୍କୁ ୭-୫, ୨-୬, ୬-୪ରେ ପରାସ୍ତ କରି ମାଟେଓ ଆର୍ନାଲ୍ଡି ଇଟାଲୀକୁ ପ୍ରଥମ ପଏଣ୍ଟ ଦେଇଥିଲେ। ଶନିବାର ସର୍ବିୟା ବିପକ୍ଷ ମ୍ୟାଚରେ ବିଶ୍ୱର ୪ ନମ୍ବର ଖେଳାଳି ସିନର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ ଜୋକୋଭିଚଙ୍କୁ ସିଙ୍ଗଲ୍ସରେ ପରାସ୍ତ କରିବା ସହ ଡବଲ୍ସରେ ବିଜୟ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଇଟାଲୀକୁ ବିଜୟୀ କରାଇବା ଲାଗି ୨୨ ବର୍ଷୀୟ ଇଟାଲିଆନ ଖେଳାଳି ୧ ଘଣ୍ଟା ୨୧ ମିନିଟ ସମୟ ନେଇଥିଲେ। ମ୍ୟାଚ ପରେ ସିନର କହିଥିଲେ, ଆମେ ହେଉଛୁ ସମସ୍ତେ ଯୁବ କମ୍‌ ବୟସର ଖେଳାଳି । ମ୍ୟାଚ ଜିତିବାର କ୍ଷୁଧା ଆମ ନିକଟରେ ରହିଛି। ଏହି ବିଜୟରେ ସେ ଖୁବ୍‌ ଆନନ୍ଦିତ। ସିନର ସେପ୍ଟେମ୍ବରପରଠାରୁ ୯ଜଣ ଟପ୍‌ ଟେନ୍‌ ଖେଳାଳିଙ୍କୁ ହରାଇ ସାରିଲେଣି। ତେବେ ଏକ ସପ୍ତାହ ପୂର୍ବେ ସେ ଏଟିପି ଫାଇନାଲ୍ସରେ ଜୋକୋଭିଚ୍‌ଙ୍କଠାରୁ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ଗାଁକୁ ଆସୁନି ନେଟୱାର୍କ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଖଜୁରିପଡ଼ା,୨୭ା୭(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଗୁଦାରି ଗାଁରେ ଦୀର୍ଘ ଦିନ ହେବ ନେଟୱାର୍କ ସମସ୍ୟା ଲାଗିରହିଛି। ଏହି ଗାଁଟି ଫୁଲବାଣୀ ସହରଠାରୁ ମାତ୍ର ୨ କିଲୋମିଟିର ଦୂରରେ…

ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri