Posted inUncategorized

୩୦ବର୍ଷ ପରେ ଲକ୍ଷ୍ମୀଙ୍କୁ ସ୍ବୀକାର କଲେ ବାପା

ଭବାନୀପାଟଣା,୭।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିକିଲି ଗ୍ରାମର ବୈକୁଣ୍ଠ ଦୁର୍ଗା ତାଙ୍କ ଝିଅକୁ ୩୦ ବର୍ଷ ପରେ ନିଜ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ୧୯୮୫ରେ ବୈକୁଣ୍ଠ ମହାରାଷ୍ଟ୍ରର ନାଗପୁର ସହରର କାମେଟିଠାରେ କଲମପୁର ବ୍ଲକ୍‌ ବାଲିଛଡ଼ାର ଅନିତା ଛତ୍ରିଆଙ୍କୁ ବିବାହ କରିଥିଲେ। ଏହା ପରେ ଅନିତାଙ୍କୁ ଗର୍ଭାବସ୍ଥାରେ ଛାଡ଼ିଦେଇ ନିଜ ଗାଁ ଚିକିଲିକୁ ଫେରି ଆସିଥିଲେ। ଏହା ପରେ ଆଉ ନାଗପୁର ଫେରି ନ ଥିଲେ। ଇତିମଧ୍ୟରେ ଅନିତାଙ୍କ ଲକ୍ଷ୍ମୀ ନାମରେ ଝିଅଟିଏ ଜନ୍ମ ହୋଇଥିଲା। ସେହି ଝିଅଟି ବିଏ ପଢ଼ି ଉଚ୍ଚଶିକ୍ଷିତ ମଧ୍ୟ ହୋଇଥିଲା। ଏଣେ ବୈକୁଣ୍ଠ ପରିବାର ଚାପରେ ଲଡ଼ୁଗାଁରେ ଦ୍ବିତୀୟ ବିବାହ କଲେ। ତାଙ୍କ ଦ୍ୱିତୀୟ ପତ୍ନୀ ଏବେ ଚିକିଲି ଗ୍ରାମର ଆଶାଦିଦି ଭାବେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ଲକ୍ଷ୍ମୀ ମା’ ଅନିତାଙ୍କ ନିକଟରୁ ବାପାଙ୍କ ବିଷୟରେ ସବୁ ଜାଣିବା ପରେ ଚିକିଲିକୁ ଆସି ତାଙ୍କୁ ଝିଅ ଭାବେ ଗ୍ରହଣ କରିବାକୁ ବୈକୁଣ୍ଠଙ୍କୁ ଅନୁରୋଧ କରିଥିଲେ। ତେବେ ବୈକୁଣ୍ଠଙ୍କ ଦ୍ୱିତୀୟ ପତ୍ନୀ ତାଙ୍କୁ ଝିଅ ଭାବେ ଗ୍ରହଣ କରିବାକୁ ମନା କରିଦେଲେ। ଫଳରେ ଲକ୍ଷ୍ମୀ କଲମପୁର ବ୍ଲକ୍‌ ଅଲ୍‌ ଓଡ଼ିଶା ସିଡ୍ୟୁଲ୍‌ କାଷ୍ଟ ଫେଡେରେଶନ (ଏଓଏସ୍‌ଏଫ୍‌)କୁ ନ୍ୟାୟ ପାଇଁ ଦରଖାସ୍ତ କରିଥିଲେ। ଏଓଏସ୍‌ଏଫ୍‌ ମହାସଚିବ ଯତୀନ୍ଦ୍ର କର ହସ୍ତକ୍ଷେପ କରି ଚିକିଲି ଗ୍ରାମରେ ଏକ ବୈଠକ ଡକାଇଥିଲେ। ବୈଠକରେ ଆପୋସ ସମାଧାନ ପରେ ବୈକୁଣ୍ଠ ଲକ୍ଷ୍ମୀଙ୍କୁ ଝିଅ ଭାବେ ଗ୍ରହଣ କରିବାକୁ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri