୨୦ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପାଣ୍ଡୁ

ମାଲକାନଗିରି,୯।୫(ଡି.ଏନ.ଏ.): ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଦୀର୍ଘ ୨୦ ବର୍ଷ ହେଲା ନିଖୋଜ ଥିଲେ। ତାଙ୍କ ଫେରିବା ବାଟକୁ ଚାହିଁ ମାଆବାପାଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା। ତାଙ୍କ ପାଇଁ ସମସ୍ତେ ଚିନ୍ତିତ ହୋଇ ପଡ଼ିଥିବା ବେଳେ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ଆଖି ବୁଜିଥିଲେ ସ୍ତ୍ରୀ। ଏବେ ୨୦ ବର୍ଷ ପରେ ସେ ଘରକୁ ଫେରିଛନ୍ତି। ପରିବାରରେ ଖେଳିଯାଇଛି ଖୁସିର ଲହରି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ଶିଖପାଲି ପଞ୍ଚାୟତର ପାଲକୁଣ୍ଡା ଗ୍ରାମରେ।
ଏହି ଗ୍ରାମରେ ବାସ କରୁଥିବା ସମାରୁ ମାଡକାମିଙ୍କ ପୁଅ ପାଣ୍ଡୁ ମାଡକାମି ଦୀର୍ଘ ୨୦ ତଳେ ପଡ଼ୋଶୀ ଗ୍ରାମର କେତେ ଜଣ ଯୁବକଙ୍କ ସହ ଅର୍ଥ ରୋଜଗାର ଆଶାରେ ଅନ୍ୟ ରାଜ୍ୟକୁ ଯାଇଥିଲେ। ଘରେ ଛାଡି ଯାଇଥିଲେ ବୃଦ୍ଧ ମାଆବାପା, ସ୍ତ୍ରୀ ଏବଂ ୨ ଝିଅପୁଅଙ୍କୁ। କିଛିଦିନ ପରେ ତାଙ୍କ ସହ କାମ କରିବାକୁ ଯାଇଥିବା ଯୁବକମାନେ ନିଜ ଘରକୁ ଫେରିଥିଲେ ମଧ୍ୟ ପାଣ୍ଡୁ ଫେରି ନ ଥିଲେ। ଦୀର୍ଘଦିନ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ଏନେଇ ପରିବାର ଲୋକେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳି ନ ଥିଲା।
ଏବେ ନିଖୋଜ ପାଣ୍ଡୁ ନିଜ ଘରକୁ ଫେରିଛନ୍ତି। ଏ ସମ୍ପର୍କରେ ସେ କହନ୍ତି, ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେ ପ୍ରଥମେ ଆନ୍ଧ୍ର ପ୍ରଦେଶରେ କାମ କରିଥିଲେ। ପରେ କେତେକ ଦଲାଲଙ୍କ ଦ୍ୱାରା ପ୍ରଭାବିତ ହୋଇ ଗୁଜରାଟର ନିଲାମବାଗର ଏକ ପଥର ଖଣିରେ ଦିନ ମଜୁରିଆ ରୂପେ କାମ କରିବାକୁ ଯାଇଥିଲେ। ସେଠାରେ ଶୋଷଣର ଶିକାର ହୋଇଥିଲେ। ଠିକ୍‌ ରୂପେ ସମ୍ପୃକ୍ତ ଦଲାଲ ତାଙ୍କୁ ଟଙ୍କା ଦେଉ ନ ଥିଲେ। ଗତ ଲକଡାଉନ ସମୟରେ ସେ ଗୁଜରାଟରୁ ହାଇଦ୍ରାବାଦ ଆସୁଥିବା ସମୟରେ ହାଇଦ୍ରାବାଦର ଏଲୁର ଠାରେ ଜଣେ ଫ୍ୟାକଟ୍ରି ମାଲିକ ତାଙ୍କୁ ନିଜ ପାଖରେ ରଖି କାମ ଦେବା ସହ ପାରିଶ୍ରମିକ ଦେଇଥିଲେ l ସେଠାରେ ଥିବା ସମୟରେ ନିଜ ପରିବାର ଲୋକଙ୍କୁ ଝୁରି ହୋଇ ଘରକୁ ଫେରିବାକୁ ଚାହିଁଥିଲେ ସେ। ମାତ୍ର ଗ୍ରାମକୁ ରାସ୍ତା ଜାଣି ନ ଥିବାରୁ ଅନ୍ୟମାନଙ୍କୁ ପଚାରି ପଚାରି ବିଜୟୱାଡାରୁ ବାହାରି ଓଡ଼ିଶାର ମୋଟୁ ପରେ ମାଲକାନଗିରି ଜିଲା ଶିଖପାଲି ପଞ୍ଚାୟତକୁ ଆସି ସ୍ଥାନୀୟ ଲୋକଙ୍କୁ ପଚାରି ନିଜ ଗ୍ରାମରେ ପହଞ୍ଚତ୍ଲେ ବୋଲି କହିଛନ୍ତି। ତେବେ ପାଣ୍ଡୁ ଗ୍ରାମରେ ପହଞ୍ଚତ୍ବା ପରେ ଗ୍ରାମରେ ଲୋକେ ତାଙ୍କୁ ଚିହ୍ନି ପାରି ନ ଥିଲେ। ସେ ନିଜ ପରିବାର ଓ ମାଆବାପାଙ୍କ ସମ୍ପର୍କରେ କହିବା ପରେ ତାଙ୍କୁ ସମସ୍ତେ ଜାଣି ପାରିଥିଲେ। ଗ୍ରାମକୁ ପୁଅ ଆସିଥିବା ଖବର ପାଇ ବାପା ସମାରୁ ସେଠାରେ ପହଞ୍ଚତ୍ ତାଙ୍କୁ ଚିହ୍ନି ପାରିଥିଲେ। ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇ ଶୋଷଣର ଶିକାର ହୋଇଥିବା ପାଣ୍ଡୁ ଏବେ ଗ୍ରାମରେ ରହି ଚାଷବାସ କରି ପରିବାର ପ୍ରତିପୋଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri