୨୦ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପାଣ୍ଡୁ

ମାଲକାନଗିରି,୯।୫(ଡି.ଏନ.ଏ.): ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଦୀର୍ଘ ୨୦ ବର୍ଷ ହେଲା ନିଖୋଜ ଥିଲେ। ତାଙ୍କ ଫେରିବା ବାଟକୁ ଚାହିଁ ମାଆବାପାଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା। ତାଙ୍କ ପାଇଁ ସମସ୍ତେ ଚିନ୍ତିତ ହୋଇ ପଡ଼ିଥିବା ବେଳେ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ଆଖି ବୁଜିଥିଲେ ସ୍ତ୍ରୀ। ଏବେ ୨୦ ବର୍ଷ ପରେ ସେ ଘରକୁ ଫେରିଛନ୍ତି। ପରିବାରରେ ଖେଳିଯାଇଛି ଖୁସିର ଲହରି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ଶିଖପାଲି ପଞ୍ଚାୟତର ପାଲକୁଣ୍ଡା ଗ୍ରାମରେ।
ଏହି ଗ୍ରାମରେ ବାସ କରୁଥିବା ସମାରୁ ମାଡକାମିଙ୍କ ପୁଅ ପାଣ୍ଡୁ ମାଡକାମି ଦୀର୍ଘ ୨୦ ତଳେ ପଡ଼ୋଶୀ ଗ୍ରାମର କେତେ ଜଣ ଯୁବକଙ୍କ ସହ ଅର୍ଥ ରୋଜଗାର ଆଶାରେ ଅନ୍ୟ ରାଜ୍ୟକୁ ଯାଇଥିଲେ। ଘରେ ଛାଡି ଯାଇଥିଲେ ବୃଦ୍ଧ ମାଆବାପା, ସ୍ତ୍ରୀ ଏବଂ ୨ ଝିଅପୁଅଙ୍କୁ। କିଛିଦିନ ପରେ ତାଙ୍କ ସହ କାମ କରିବାକୁ ଯାଇଥିବା ଯୁବକମାନେ ନିଜ ଘରକୁ ଫେରିଥିଲେ ମଧ୍ୟ ପାଣ୍ଡୁ ଫେରି ନ ଥିଲେ। ଦୀର୍ଘଦିନ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ଏନେଇ ପରିବାର ଲୋକେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳି ନ ଥିଲା।
ଏବେ ନିଖୋଜ ପାଣ୍ଡୁ ନିଜ ଘରକୁ ଫେରିଛନ୍ତି। ଏ ସମ୍ପର୍କରେ ସେ କହନ୍ତି, ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେ ପ୍ରଥମେ ଆନ୍ଧ୍ର ପ୍ରଦେଶରେ କାମ କରିଥିଲେ। ପରେ କେତେକ ଦଲାଲଙ୍କ ଦ୍ୱାରା ପ୍ରଭାବିତ ହୋଇ ଗୁଜରାଟର ନିଲାମବାଗର ଏକ ପଥର ଖଣିରେ ଦିନ ମଜୁରିଆ ରୂପେ କାମ କରିବାକୁ ଯାଇଥିଲେ। ସେଠାରେ ଶୋଷଣର ଶିକାର ହୋଇଥିଲେ। ଠିକ୍‌ ରୂପେ ସମ୍ପୃକ୍ତ ଦଲାଲ ତାଙ୍କୁ ଟଙ୍କା ଦେଉ ନ ଥିଲେ। ଗତ ଲକଡାଉନ ସମୟରେ ସେ ଗୁଜରାଟରୁ ହାଇଦ୍ରାବାଦ ଆସୁଥିବା ସମୟରେ ହାଇଦ୍ରାବାଦର ଏଲୁର ଠାରେ ଜଣେ ଫ୍ୟାକଟ୍ରି ମାଲିକ ତାଙ୍କୁ ନିଜ ପାଖରେ ରଖି କାମ ଦେବା ସହ ପାରିଶ୍ରମିକ ଦେଇଥିଲେ l ସେଠାରେ ଥିବା ସମୟରେ ନିଜ ପରିବାର ଲୋକଙ୍କୁ ଝୁରି ହୋଇ ଘରକୁ ଫେରିବାକୁ ଚାହିଁଥିଲେ ସେ। ମାତ୍ର ଗ୍ରାମକୁ ରାସ୍ତା ଜାଣି ନ ଥିବାରୁ ଅନ୍ୟମାନଙ୍କୁ ପଚାରି ପଚାରି ବିଜୟୱାଡାରୁ ବାହାରି ଓଡ଼ିଶାର ମୋଟୁ ପରେ ମାଲକାନଗିରି ଜିଲା ଶିଖପାଲି ପଞ୍ଚାୟତକୁ ଆସି ସ୍ଥାନୀୟ ଲୋକଙ୍କୁ ପଚାରି ନିଜ ଗ୍ରାମରେ ପହଞ୍ଚତ୍ଲେ ବୋଲି କହିଛନ୍ତି। ତେବେ ପାଣ୍ଡୁ ଗ୍ରାମରେ ପହଞ୍ଚତ୍ବା ପରେ ଗ୍ରାମରେ ଲୋକେ ତାଙ୍କୁ ଚିହ୍ନି ପାରି ନ ଥିଲେ। ସେ ନିଜ ପରିବାର ଓ ମାଆବାପାଙ୍କ ସମ୍ପର୍କରେ କହିବା ପରେ ତାଙ୍କୁ ସମସ୍ତେ ଜାଣି ପାରିଥିଲେ। ଗ୍ରାମକୁ ପୁଅ ଆସିଥିବା ଖବର ପାଇ ବାପା ସମାରୁ ସେଠାରେ ପହଞ୍ଚତ୍ ତାଙ୍କୁ ଚିହ୍ନି ପାରିଥିଲେ। ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇ ଶୋଷଣର ଶିକାର ହୋଇଥିବା ପାଣ୍ଡୁ ଏବେ ଗ୍ରାମରେ ରହି ଚାଷବାସ କରି ପରିବାର ପ୍ରତିପୋଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ଆଇଇଡି ବିସ୍ଫୋରଣରେ ଜଣେ ମୃତ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଲକ୍ଷ୍ୟକରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଆଇଇଡି ବୋମା ବିସ୍ଫୋରଣରେ ଜଣେ...

ଆତ୍ମସମର୍ପଣ କଲେ ୯ ମାଓବାଦୀ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମାରାଜୁ ଜିଲା ଛତିଶଗଡ଼ର ୬ ଓ ସୁକ୍‌ମା ପୋଲିସ ନିକଟରେ ୩ ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ଧରିବା...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri