୨୦ ବର୍ଷ ଯୁଦ୍ଧ ପରେ ଖାଲିହାତରେ ଫେରୁଛନ୍ତି ଆମେରିକା ସୈନ୍ୟବାହିନୀ, ୬,୩୮୪ ସୈନ୍ୟଙ୍କ ଯାଇଛି ଜୀବନ…

କାବୁଲ/ଓ୍ବାଶିଂଟନ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ନିଜ କବ୍‌ଜାକୁ ମଧ୍ୟ ନେଇ ସାରିଛନ୍ତି। ଫଳରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନର ଶାସନ ପୁଣି ଫେରିବାକୁ ଯାଉଛି। ଆମେରିକା ପକ୍ଷରୁ ଏଠାରେ ସୈନ୍ୟବାହିନୀ ମୁତୟନ କରାଯାଇଥିଲା। ଆଫଗାନିସ୍ତାନ ସରକାରଙ୍କ ସହିତ ମିଳିତ ଭାବେ ଆମେରିକା ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଥିଲା। ତେବେ ଶେଷର ୨୦ ବର୍ଷର ଲଢ଼େଇ ପରେ ଆମେରିକା ସୈନ୍ୟ ଖାଲିହାତରେ ସ୍ବଦେଶ ଫେରୁଛନ୍ତି। ଦେଶରେ ୨୦୦୧ର ପୂର୍ବ ଦୟନୀୟ ଅବସ୍ଥା ପୁଣି ଫେରିବାକୁ ଯାଉଛି। ଅଜଣା ଭୟରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଫାଗାନିସ୍ତାନ ଯୁଦ୍ଧରେ ଆମେରିକାର ୧୬୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଆମେରିକା ସୈନ୍ୟବାହିନୀର ୬,୩୮୪ ସୈନ୍ୟଙ୍କ ଜୀବନ ମଧ୍ୟ ଯାଇଛି। ୯ଲକ୍ଷ ୭୦ ହଜାରରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି। ତାଲିବାନ ବିରୋଧୀ ଲଢ଼େଇରେ ୨ଲକ୍ଷ ୪୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା ବ୍ରାଉନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଫଗାନିସ୍ତାନ ଯୁଦ୍ଧରେ ହୋଇଥିବା ଲାଭ କ୍ଷତି ସମ୍ପର୍କରେ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଭାରତର ପ୍ରତିରକ୍ଷା ବଜେଟର ୪୦ ଗୁଣା ଟଙ୍କା ଆମେରିକା ଆଫଗାନିସ୍ତାନରେ ଖର୍ଚ୍ଚ କରିଥିଲେ ବି କୌଣସି ସଫଳତା ମିଳି ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୧-୨୨ ପାଇଁ ଭାରତର ପ୍ରତିରକ୍ଷା ବଜେଟ୍‌ ୪.୭୮ ଲକ୍ଷ କୋଟି ରହିଛି। ଆଫଗାନିସ୍ତାନ ଯୁୂଦ୍ଧରେ ତାଲିବାନ୍‌ ଶିବିର ଉପରେ ହୋଇଥିବା ଆମେରିକାର ଡ୍ରୋନ୍‌ ଆକ୍ରମଣରେ ୭୧,୩୪୪ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?