୨ ବର୍ଷ ପରେ ପୁଣି ମିଳିଲା ଏନ୍‌ସିଟିଇ ସ୍ବୀକୃତି

ଭବାନୀପାଟଣା,୮।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିଇଡି କଲେଜରେ ମାନବ ସମ୍ବଳ ଅଭାବ ଦର୍ଶାଇ ନ୍ୟାଶନାଲ କାଉନସିଲ ଫର୍‌ ଟିଚର ଏଜୁକେଶନ (ଏନ୍‌ସିଟିଇ) କମିଟି ୨୦୨୦-୨୧ ଶିକ୍ଷା ବର୍ଷଠାରୁ ଶିକ୍ଷାଦାନ ବନ୍ଦ ରହିଥିଲା। ଏହାକୁ ନେଇ ବିଇଡି ଆଶାୟୀ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଥିଲା। ଉଚ୍ଚ ଶିକ୍ଷା ବିଭାଗ ଏହି କଲେଜକୁ ପୁର୍ନବାର ଏନସିଟିଇ ସୀକୃତ ଦେବାକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲା। ଫଳରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ବର୍ଷ ପାଇଁ ଭବାନୀପାଟଣା ବିଇଡି କଲେଜକୁ ଏନସିଟିଇ ପୁଣି ସ୍ବୀକୃତି ପ୍ରଦାନ କରିଛି। ସେହିପରି ଶହେ ସିଟରେ ନାମ ଲେଖା ଅନୁମୋଦନ ମଧ୍ୟ କରିଛି। ଆସନ୍ତା ଜୁନ୍‌ରେ ପ୍ରବେଶିକା ପରୀକ୍ଷା ହେବ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ଗରୁଡଧ୍ୱଜ ବାରିକ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୨୦୨୦-୨୧ରେ ଭବାନୀପାଟଣା ବିଇଡି କଲେଜରୁ ଏନସିଟିଇ ସ୍ବୀକୃତି କଟିବା ପରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ବଲାଙ୍ଗୀର ବିଇଡି କଲେଜକୁ ଡେପୁଟେଶନ ଦାୟିତ୍ୱ ଦିଆଯାଇଛି। ଅନ୍ୟଜଣେ ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କୁ ମଧ୍ୟ ବଲାଙ୍ଗୀର କଲେଜରେ ଡେପୁଟେଶନରେ ପଠାଯାଇଛି। ଅବଶିଷ୍ଟ ଅଧ୍ୟାପକ ପଦବୀ ୨ ଶିକ୍ଷା ବର୍ଷରେ ଖାଲି ଥିଲା। ଉଚ୍ଚ ଶିକ୍ଷା ବିଭାଗ ଗତ ଜାନୁୟାରୀ ମଧ୍ୟରେ ୧୩ଜଣ ଅଧ୍ୟାପକଙ୍କୁ ଭବାନୀପାଟଣା ବିଇଡି କଲେଜରେ ନିଯୁକ୍ତି ଦେଇଛି। ମାତ୍ର ସେମାନଙ୍କ ମଧ୍ୟରୁ ୩ଜଣ ଅଧ୍ୟାପକଙ୍କୁ ପୁର୍ନବାର ବରଗଡ ପଞ୍ଚାୟତ କଲେଜକୁ ଡେପୁଟେଶନରେ ପଠାଯାଇଛି। ତେବେ ଭବାନୀପାଟଣା ବିଇଡି କଲେଜରେ ଏନସିଟିଇ ସ୍ବୀକୃତି ଫେରି ପାଇଥିବାରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକଙ୍କ ଡେପୁଟେଶନ ବାତିଲ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ଏଥିପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବାରିକ ଉଚ୍ଚ ଶିକ୍ଷା ବିଭାଗକୁ ଛିଠି କରିଥିବା କହିଛନ୍ତି। ଚଳିତ ଶିକ୍ଷା ବର୍ଷରୁ ଭବାନୀପାଟଣା ବିଇଡି କଲେଜରେ ମୋଟ ୧୫ଜଣ ଅଧ୍ୟାପକ ଶିକ୍ଷାଦାନ କରିବେ। ସେହିପରି ଶହେ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ଶିକ୍ଷା ଗ୍ରହଣ କରି ଉପକୃତ ହେବା ବାଟ ଫିଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri