ଅଲ-ଜୱାହିରିଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ଆଫଗାନିସ୍ତାନ, ଉଡାଇଲା ସରଫରାଜଙ୍କ ହେଲିକପ୍ଟର!

କାବୁଲ,୨ ।୮: ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ମୁଖ୍ୟ ଅୟମାନ ଅଲ-ଜୱାହିରିଙ୍କୁ ଆମେରିକା ନିହତ କରିଥିବା ଖବର ମଙ୍ଗଳବାର ସକାଳେ ମିଳିଥିଲା । ଆମେରିକା ଆତଙ୍କବାଦୀ ବିରୋଧୀ ଅଭିଯାନ ଆଧାରରେ ଅଲ ଜୱାହିରିଙ୍କୁ ନିହତ କରିଛି । ଇତିମଧ୍ୟରେ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଆଫଗାନିସ୍ତାନ ତା’ର ଲିଡରର ପ୍ରତିଶୋଧ ନେବା ଲାଗି ଆଇଏସଆଇର ନିକଟତମ କମାଣ୍ଡର ସରଫରାଜଙ୍କ ହେଲିକପ୍ଟରକୁ ଉଡାଇ ଦେଇଛି । ଯେଉଁଥିରେ କମାଣ୍ଡର ସରଫରାଜଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଯେତେବେଳେ ଖବର ଆସିଥିଲା କି ଅଲ ଜୱାହିରିଙ୍କୁ ମାରିବା ଲାଗି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସର ହାତ ରହିଛି, ସେତେବେଳେ ଆଫଗାନିସ୍ତାନ ତା’ର କାର୍ଯ୍ୟ ଆରମ୍ଭ କରିଥିଲା ଓ କମାଣ୍ଡର ସରଫରାଜଙ୍କୁ ହେଲିକପ୍ଟର ସହ ଉଡାଇ ଦେଇଥିଲା ।
ସୂଚନାଯୋଗ୍ୟ, ନିହତ ହୋଇଥିବା କମାଣ୍ଡର ସରଫରାଜ ଆଇଏସର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଓ ଡିଜିଏମଆଇ ପଦରେ ବି ରହି ସାରିଥିଲେ । ଏହି ଆକ୍ରମଣରେ ଆଫଗାନିସ୍ତାନକୁ ତହରିକ-ଏ-ତାଲିବାନ ପାକିସ୍ତାନ ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ସହଯୋଗ କରିଥିଲେ । ଅଲକାଏଦା ବଲୁଚ ଆତଙ୍କବାଦୀଙ୍କ ସହ ମିଶି ହେଲିକପ୍ଟରକୁ ଟାର୍ଗେଟ କରିଥିଲେ । ଏହି ଘଟଣା ପରେ ବେଲୁଚିସ୍ତାନରେ ପାକ ସେନାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି କାରଣ ସରଫରାଜ ସେଠାକାର କମାଣ୍ଡର ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ନେଇ ମାଇକ୍ରୋସଫ୍ଟ ସିିଇଓ ସତ୍ୟ ନଡେଲାଙ୍କ ମନ୍ତବ୍ୟ: ସଫେଇ ଦେଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ, ୧୪।୧: ନାଗରିକତ୍ୱ ସଂଶୋଧନ ଆଇନ( ସିଏଏ) ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋର ପିଲାଦିନ...

ରୁଷିଆ ମିଶାଇଲ୍‌ ମାଡ଼ରେ ୟୁକ୍ରେନର ୧୧ ମୃତ୍ୟୁ: ଆମେରିକାର ନିନ୍ଦା

କିଭ୍‌,୨୭।୧: ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନ ଉପରେ ପୁଣି ମିଶାଇଲ...

ପୃଥିବୀଠାରୁ ଦୂରେଇ ଯାଉଛି ଜହ୍ନମାମୁ: ପ୍ରତିବର୍ଷ ଦୂରତା ବଢୁଛି ୩.୮ ସେଣ୍ଟିିମିଟର…

ଓ୍ବାଶିଂଟନ,୧।୩ : ବୈଜ୍ଞାନିକମାନେ ଜହ୍ନମାମୁ ସହ ଜଡିତ ଏକ ଖବର ପ୍ରକାଶ କରିଛନ୍ତି। ଜହ୍ନମାମୁ ପୃଥିବୀଠାରୁ ଦୂରେଇ ଯାଉଥିବା ସମ୍ପର୍କରେ ସୂଚିତ କରିଛନ୍ତି। ଅଡି ୱେବସାଇଟ...

‘ମୁଁ ୧୦୦୦ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପ୍ରସ୍ତୁତ ଅଛି’

ଇସଲାମାବାଦ,୧୯।୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର କହିଛନ୍ତ, ସେ ନିଜ ଦେଶ ପାଇଁ ୧୦୦୦ ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ...

ଜି-୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟଙ୍କୁ ଭେଟିବେ ବାଇଡେନ

ଓ୍ବାଶିଂଟନ,୨୧ା୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ମାସରେ ଭାରତର ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟ ତଥା...

ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ଜୁଲାଇ ୨୫ ରାତ୍ର ୧୧ଟା ୨୧ରେ ହେବ ପୃଥିବୀର ନିକଟବର୍ତ୍ତୀ …

ଓ୍ବାଶିଂଟନ,୨୪।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ...

କରୋନାରୁ ସୁସ୍ଥ ହୋଇଥିବା ୯୦ ପ୍ରତିଶତ ରୋଗୀଙ୍କ ଫୁସଫୁସର ହେଉଛି ଏପରି ଅବସ୍ଥା!

ବେଜିଂ,୬।୮: ଚାଇନାର ଉହାନ ସହରରେ କରୋନା ଭାଇରସରୁ ଆରୋଗ୍ୟ ହୋଇଥିବା ଅଧିକାଂଶ ରୋଗୀଙ୍କ ଫୁସଫୁସ ଖରାପ ହୋଇଯାଇଛି। କେବଳ ଏତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା...

ଭୟଙ୍କର ସ୍ଥିତି: ଚିକେନ କେଜି ୯୦୦, କ୍ଷୀର ଲିଟରକୁ ୨୧୦ ଟଙ୍କା

ଇସଲାମାବାଦ,୧୧ା୩: ପାକିସ୍ତାନରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର। ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌...

Advertisement
Archives

Model This Week