Posted inଖେଳ

୨୮୪ ରନ୍‌ରେ ଅଟକିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୫।୧୦: (୦୩) ଅରୁଣ ଜେଟଲି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ୪୯ .୫ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୨୮୪ ରନ୍‌ କରିଥିଲା। ଫଳରେ ଇଂଲଣ୍ଡ ଆଗରେ ୨୮୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଆଫଗାନିସ୍ତାନ।

ଆଫଗାନିସ୍ତାନର ଦୁଇ ଓପନ ରେହମାନୁଲ୍ଲା ଗୁରବାଜ୍‌ ଏବଂ ଇବ୍ରାହିମ ଜଦ୍ରାନ ପ୍ରାରମ୍ଭରୁ ଧର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମ ଉଇକେଟରେ ୧୧୪ ରନ୍‌ ଯୋଡ଼ି ଥିଲେ। ଗୁରବାଜ୍‌ ୫୭ ବଲ୍‌ରେ ୮୦ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଜଦ୍ରାନ ୨୮ ରନ୍‌ କରିଥିଲେ। ଇକ୍ରାମ ଆଲିଖିଲ ଲଢୁଆ ବ୍ୟାଟିଂ କମରି ୫୮ ରନ୍‌ କରିଥିଲେ। ସେହିପରି ରସିଦ ଖାଁ ୨୩ ଏବଂ ମୁଜିବ ଉର୍‌ ରେହମାନ୍‌ଙ୍କ ୨୮ ରନ୍‌ର ଉପଯୋଗୀ ଇନିଂସ ଯୋଗୁ ଆଫଗାନିସ୍ତାନ ୨୮୪ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଇଂଲଣ୍ଡର ଆଦିଲ ରସିଦ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମାର୍କ ଉଡ୍‌ ୨ ଉଇକେଟ ନେଇଥିଲେ। ସେହିପରି ଜୋ ରୁଟ୍‌, ଲିଆମ ଲିଭିଙ୍ଗଷ୍ଟୋନ୍‌ ଏବଂ ରିସ୍‌ ଟପଲେ ଗୋଟିଏ ଲେଖାଏ ଉଇକେଟ୍‌ ନେବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri