Posted inଜାତୀୟ

ଭାରତ ପହଞ୍ଚି ଭାବୁକ ହେଲେ ଆଫଗାନ ସାଂସଦ, ଯାହା ୨୦ ବର୍ଷରେ ହୋଇଥିଲା ସବୁ ଶେଷ ହୋଇଗଲା

ଗାଜିଆବାଦ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ କରିବା ପୂର୍ବରୁ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାମ ଚାଲିଛି । ରବିବାର ବାୟୁସେନାର ଏକ ବିମାନ ଯୋଗେ ୧୦୭ ଭାରତୀୟ ଗାଜିଆବାଦ ପହଞ୍ଚିଛନ୍ତି । ମୋଟ ୧୬୮ ଯାତ୍ରୀଙ୍କ ମଧ୍ୟରୁ ବାକି ସମସ୍ତେ ଆଫଗାନୀ ବୋଲି ଜଣାପଡିଛି । ତେବେ ବିମାନରୁ ଓହ୍ଲାଇବା ପରେ ଆଫଗାନିସ୍ତାନରେ ଜଣେ ଶିଖ ସାଂସଦ ଭାବୁକ ହୋଇ ପଡିଛନ୍ତି । ସେ କହିଛନ୍ତି ବହୁ ବର୍ଷରୁ ସେ ଆଫଗାନିସ୍ତାନରେ ରହି ଆସୁଥିଲେ । ଆଉ ଏବେ ଯେଉଁ ପରିସ୍ଥିତି ଉପୁଜୁଛି ଭାବିବା ବେଳକୁ ଆଖିରେ ଲୁହ ଆସି ଯାଉଛି । ୨୦ ବର୍ଷର ସରକାର ଏବେ ସମ୍ପୂର୍ଣ୍ଣ ଭାବେ ଶୂନ୍ୟକୁ ଚାଲି ଆସିଛି । ଉକ୍ତ ଶିଖ ସାଂସଦ ଜଣଙ୍କ ହେଉଛନ୍ତି ନରେନ୍ଦ୍ର ସିଂ ଖାଲସା । ଆଫଗାନିସ୍ତାନରୁ ଜୀବତ ଭାବେ ଆସି ଭାରତରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ବାକି ଆଫଗାନିସ୍ତାନରେ ଫସି ରହିଥିବା ଶିଖଙ୍କୁ ବଞ୍ଚାଇବାକୁ ସେ ଅନୁରୋଧ କରିଛନ୍ତି । ଶିଖ ସାଂସଦ କହିଛନ୍ତି, ଭାରତ ସରକାରଙ୍କ ଏହା ହେଉଛି ବଡପଣ । ମିଳିଥିବା ସୂଚନାରୁ ଜଣାପଡେ କି ଏବେ ଗୋଟିଏ ଗୁରୁଦ୍ୱାରରେ ପ୍ରାୟ ୨୮୦ ଶିଖ ଫସି ରହିଛନ୍ତି । ଆଉ ଏମାନେ ବଞ୍ଚିବାକୁ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଡାକ୍ତରଙ୍କୁ ସୁପାରି

କୋଟା(ରାଜସ୍ଥାନ),୨୦।୧: ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଜଣେ ଡାକ୍ତରଙ୍କୁ ସୁପାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ...

ଗାନ୍ଧୀ ଜୟନ୍ତୀରେ ମୁକୁଳିବେ ୬୦୦ ବନ୍ଦୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅକ୍ଟୋବର ୨ରେ ବିଭିନ୍ନ ଜେଲରେ ଥିବା ପାଖାପାଖି ୬୦୦ ବନ୍ଦୀଙ୍କୁ ମୁକ୍ତକରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।...

ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି...

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର, ୨।୮: ଜମ୍ମୁ-କଶ୍ମୀରର ସୋପିୟାଂରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ପକ୍ଷରୁ ଚାଲିଥିବା ଗୁଳିବିନିମୟରେ ଜଣେ ଯବାନ୍‌ ଶହୀଦ ହୋଇଛନ୍ତି ବୋଲି ଜଣାପଡିଛି।...

ଭାରତୀୟ କୃଷକ ସଂଗଠନରୁ ବିଦା ହେଲେ ରାକେଶ ଟିକାଏତ

ନୂଆଦିଲ୍ଲୀ,୧୫।୫: ବିବାଦୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଷୀଙ୍କ ଆନ୍ଦୋଳନର ସ୍ଥାପତ୍ୟ ରହିଆସିଥିବା ଭାରତୀୟ କୃଷକ ସଂଗଠନରେ ଫାଟ ଦେଖାଦେଇଛି। ଦେଶର ଏହି...

କୋଭିଡ୍‌ ପାଣ୍ଠି ଲାଗି ୨୩,୧୨୩ କୋଟି

ନୂଆଦିଲ୍ଲୀ, ୯।୭(ପି.ଟି.):କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ କୋଭିଡ୍‌ ପ୍ୟାକେଜ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦିଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କିଡନୀ ସମ୍ବନ୍ଧୀୟ ସମସ୍ୟା ହେତୁ...

Advertisement
Archives

Model This Week