ଆତଙ୍କରେ ଆଫ୍‌ଗାନ ମହିଳା

କାବୁଲ, ୧୯ା୮: ୧୯୮୦ ଦଶକର ଆଫ୍‌ଗାନିସ୍ତାନ ଏବଂ ଏବେକାର ଆଫଗାନିସ୍ତାନ ମଧ୍ୟରେ ଆକାଶ ପାତାଳର ଫରକ। ୩୦-୪୦ ବର୍ଷ ତଳେ ଆଫଗାନ୍‌ ମହିଳାମାନେ ଥିଲେ ଖୁବ୍‌ ସ୍ବାଧୀନଚେତା। ସେମାନେ ମୁକ୍ତ ଭାବେ ଜୀବନ ଜିଉଥିଲେ। ଫ୍ୟାଶନଠାରୁ ଆରମ୍ଭ କରି ଡାକ୍ତରୀ ବିଦ୍ୟା, ଇଞ୍ଜିନିୟରିଂ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରୁଥିଲେ। ହେଲେ ତାଲିବାନୀ ଶାସକ ଗୋଷ୍ଠୀର ମହିଳାବିରୋଧୀ ମାନସିକତା ପାଇଁ ଏଥିରେ ଲାଗିଯାଇଛି ଅଙ୍କୁଶ। ଦ୍ୱିତୀୟ ଥର ପାଇଁ ତାଲିବାନ ଦେଶକୁ କବ୍‌ଜା କରିନେଇଥିବା ବେଳେ ଜଟିଳ ଶରିଆ ଆଇନ ଆଗରେ ମହିଳାବର୍ଗକୁ ନେଇ ରହିଥିବା ଅଧିକାଂଶ ସମ୍ଭାବନା ଏକରକମ ଶେଷ ହୋଇଯାଇଛି।
ଆର୍ଥତ୍କ ଦୃଷ୍ଟିକୋଣରୁ ଅଫ୍‌ଗାନିସ୍ତାନ ଏକ ଗରିବ ରାଷ୍ଟ୍ର। ଆମେରିକା, ରୁଷିଆ ଦ୍ୱାରା ଯୁଦ୍ଧଭୂମିରେ ପରିଣତ ହେବା ପରେ ଏହାର ଆର୍ଥିକ ଅବସ୍ଥା ରସାତଳଗାମୀ ହୋଇଯାଇଛି। ଦୁଇଦଶନ୍ଧି ପରେ ଆମେରିକୀୟ ସୈନ୍ୟ ଅପସାରଣ ପରେ ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ ପୁଣି ଥରେ ଦଖଲ କରିଛନ୍ତି କ୍ଷମତା। ଏଥିସହ ଦେଶକୁ ଫେରିଛି ଶରିଆ ଆଇନ ଏବଂ ବୁର୍ଖା ପରମ୍ପରା। ଆତଙ୍କବାଦୀଙ୍କ ବର୍ବରତାକୁ ଅଙ୍ଗେ ନିଭାଇଥିବା ଲକ୍ଷାଧିକ ଆଫ୍‌ଗାନ ଜୀବନ ବିକଳରେ ଗଣପଳାୟନ ଆରମ୍ଭ କରିସାରିଥିବାବେଳେ ପୁଣି ଥରେ ବିପନ୍ନ ହୋଇପଡ଼ିଛି ମହିଳାଙ୍କ ସୁରକ୍ଷା, ସ୍ବାଧୀନତା।
୧୯୨୧ରେ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ପାଇଥିଲା ଆଫ୍‌ଗାନିସ୍ତାନ। ଦେଶର ଚିନ୍ତାଶୀଳ ବ୍ୟକ୍ତି ଅମୀର ଅମାନୁଲ୍ଲା ଖାନ୍‌ ନାରୀଶିକ୍ଷାକୁ ଅଗ୍ରାଧିକାର ଦେବା ଲାଗି ଗୁରୁତ୍ୱାରୋପ କରିଥିଲେ। ମହିଳାଙ୍କୁ ଆଗକୁ ଆଣିବା ଲାଗି ପ୍ରୟାସ ମଧ୍ୟ ଆରମ୍ଭ କରିଥିଲେ। ଏଭଳି ପଦକ୍ଷେପକୁ ସେତେବେଳେ ଭରପୂର ସ୍ବାଗତ କରାଯାଇଥିଲା। ୧୯୬୨ ବେଳକୁ କାବୁଲରେ ମେଡିକାଲ କଲେଜ ଆରମ୍ଭ ହୋଇସାରିଥିଲା। ସେଠାରେ ମହିଳା ଡାକ୍ତର, ନର୍ସ ଆତ୍ମବିଶ୍ୱାସର ସହ କାମ କରୁଥିଲେ। ୬୦ ଦଶକରେ ଆଫ୍‌ଗାନିସ୍ତାନରେ ଡାକ୍ତର, ଇଞ୍ଜିନିୟର ହେବା ଲାଗି ପ୍ରତିଯୋଗିତା ହେଉଥିଲା। ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାକିରି ମଧ୍ୟ କରୁଥିଲେ। ନିଜର ଯୋଗ୍ୟତା ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ଛାପ ଛାଡ଼ିଥିଲେ। ବିଶେଷକରି ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଲାଗି ବ୍ୟକ୍ତିଗତ ଉଦ୍ୟମ କରୁଥିଲେ। ଏହି ସମୟରେ ଏକାକୀ ବିମାନରେ
ବିଦେଶକୁ ଯାତ୍ରା କରିବା ସେମାନଙ୍କ ଲାଗି ସାଧାରଣ କଥା ଥିଲା। ମହମ୍ମଦ ଦାଉଦ୍‌ ଖାନ୍‌ଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ମହିଳାଙ୍କ ଲାଗି ବହୁ ବିକାଶମୂଳକ ପଦକ୍ଷେପ ନିଆଯାଇଥିଲା। ନୂଆ ସମ୍ବିଧାନରେ ସେମାନଙ୍କୁ ବ୍ୟାପକ ଅଧିକାର ଦିଆଯାଇଥିଲା। ଏପରି କି ସେହି ସମୟରେ ଫ୍ୟାଶନ ଶୋ’ ଭଳି କାର୍ଯ୍ୟକ୍ରମ ଅତି ଲୋକପ୍ରିୟ ଥିଲା।
୭୦ ଦଶକରେ କାବୁଲସ୍ଥିତ ପଲିଟେକ୍‌ନିକ ୟୁନିଭର୍ସିଟିରେ ବହୁ ସଂଖ୍ୟାରେ ଯୁବତୀ ନାମ ଲେଖାଇବା, ଶିକ୍ଷାକ୍ଷେତ୍ରରେ ସେମାନଙ୍କ ସ୍ବାଧୀନଚେତା ମନୋଭାବକୁ ଦର୍ଶାଇଥିଲା। ହେଲେ ୯୦ ଦଶକ ବେଳକୁ ତାଲିବାନ ଶାସନର ଆରମ୍ଭ ସହ ସ୍ଥିତି ବିଗିଡ଼ିବା ଆରମ୍ଭ ହେଲା। କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରାଧାନ୍ୟ କମିବା ସହ କିଛି ବର୍ଷ ମଧ୍ୟରେ ସେମାନେ ଗୃହବନ୍ଦୀ ହୋଇଗଲେ। ଉଚ୍ଚଶିକ୍ଷାରେ ପ୍ରତିବନ୍ଧକ ଲଗାଇ ଦିଆଯିବା ପରେ ବିଦେଶ ମୁହଁା ହେଲେ ଉଚ୍ଚଶିକ୍ଷିତ ଯୁବତୀ। ତେବେ ଆମେରିକାର ଆତଙ୍କବାଦୀ ନିରୋଧୀ ଅଭିଯାନ ଆରମ୍ଭ ହେବା ପରେ ଗତ ୨୦ ବର୍ଷ ଭିତରେ ନୂଆ ସୂର୍ଯ୍ୟୋଦୟ ଦେଖିବା ଆରମ୍ଭ କରିଥିଲେ ଆଫଗାନ୍‌ବାସୀ। ହେଲେ ପୁଣି ଥରେ ତାଲିବାନ ଶାସନ ଆରମ୍ଭ ହେବା ପରେ ଏଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି। ଯଦିଓ ତାଲିବାନ୍‌ର ଶାସକଗୋଷ୍ଠୀ ପକ୍ଷରୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମହିଳାଙ୍କୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ ବୋଲି ଘୋଷଣା କରାଯାଇଛି, ତଥାପି ଆତଙ୍କବାଦୀଙ୍କ ବର୍ବରତାକୁ ଅଙ୍ଗେ ନିଭାଇଥିବା ଦେଶବାସୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କ୍ଷମତାକୁ ଫେରିବା ପରେ ସାଢ଼େ ୩ କୋଟି ଆଫ୍‌ଗାନବାସୀଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିଥିବାବେଳେ ତାଲିବାନୀ ମାନସିକତା ଆଗରେ ଲକ୍ଷାଧିକ ମହିଳା ଏବଂ ଯୁବତୀ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ଆହୁରି ଦୃଢ଼ୀଭୂତ ହେବାରେ ଲାଗିଛି।

ଫେରୁଛି ଶରିଆ ଆଇନ, ସବୁ ସମ୍ଭାବନା ଶେଷ

ଆଫ୍‌ଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ୍‌ ଶାସନ ୨.୦। ଏଥିସହ ଫେରିଛି ଶରିଆ ଆଇନ ଏବଂ ପୁରୁଣା ଦିନର ଯନ୍ତ୍ରଣା। ଦିନ କେଇଟା ଭିତରେ ବଦଳିଯାଇଛି ଦେଶର ଚିତ୍ର। ନିଜ ପସନ୍ଦର ପୋଷାକ ପିନ୍ଧି ସହର ଗଳିରେ ବୁଲୁଥିବା ମହିଳା ଏବଂ ଯୁବତୀ ନିଜକୁ କଏଦ କରିବା ଆରମ୍ଭ କଲେଣି ବୁର୍ଖା ଭିତରେ। ଅନ୍ୟପଟେ ବର୍ବର ଆତଙ୍କବାଦୀଙ୍କ ଆଗରେ ମୁଣ୍ଡ ନୁଅଁାଇବେ ନାହିଁ ବୋଲି ଶପଥ ନେଇଥିବା ମହିଳା ଗୋଷ୍ଠୀ ନିଜକୁ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନ ରଖି ରାସ୍ତାକୁ ଆସିଛନ୍ତି। କାବୁଲ ରାସ୍ତାରେ ଖୋଲାଖୋଲି ଦେଖିବାକୁ ମିଳୁଛି ତାଲିବାନ ବିରୋଧୀ ବିକ୍ଷୋଭ। ବୁର୍ଖା ପିନ୍ଧି କେତେଜଣ ମହିଳା ଖବରଦାତା ରିପୋର୍ଟିଂ ମଧ୍ୟ କରୁଛନ୍ତି। ତାଲିବାନ ସର୍ବକ୍ଷମା ଘୋଷଣା କରି ମହିଳାଙ୍କୁ ଚାକିରିକୁ ଫେରିବା ପାଇଁ ଅପିଲ କରିଛି। ସେହିପରି ଝିଅଙ୍କ ସ୍କୁଲ ଶିକ୍ଷାରେ ବାଧକ ସାଜିବ ନାହିଁ ବୋଲି ମଧ୍ୟ ଘୋଷଣା କରିଛି। ହେଲେ ଆତଙ୍କବାଦୀଙ୍କ ଏହି ପରିବର୍ତ୍ତିତ ରୂପକୁ ବିଶ୍ୱାସ କରିପାରୁନାହାନ୍ତି ଆଫ୍‌ଗାନ ମହିଳା। ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ବିଦେଶୀ ସୈନ୍ୟ ଫେରିଯିବା ପରେ ସେମାନେ କ’ଣ ପୂର୍ବ ସ୍ବାଧୀନତା ଉପଭୋଗ କରିପାରିବେ?


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri