ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ,୧୮ା୧୧:ଭୁବନେଶ୍ୱର ଲୋକସେବା ଭବନ ନିକଟ ଜମିରେ ବହୁତଳ ପ୍ରାସାଦ ବିଶିଷ୍ଟ ବିଧାୟକ କଲୋନି ନିର୍ମାଣ ପାଇଁ ବେଆଇନ ଭାବେ ଗଛ କଟା ନେଇ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ଗୁରୁବାର ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ କଟା ହୋଇଥିବା ୮୭୦ ଗଛର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ଦର୍ଶାଯାଇଛି। ଏଥିସହ ୮୭୦ ଗଛର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ୨ ମାସ ସମୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସରକାରଙ୍କୁ ସମୟ ଦେଇଛନ୍ତି। ଆସନ୍ତା ଫେବୃୟାରୀ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଆଗତ ଏହି ମାମଲାର ସେପ୍ଟେମ୍ବର ୭ ତାରିଖ ଶୁଣାଣିରେ ହାଇକୋର୍ଟ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏକ ବିଶେଷଜ୍ଞ କମିଟି ଗଠନ କରି କଟା ଯାଇଥିବା ଗଛଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନର ଉପନିର୍ଦ୍ଦେଶକ ଇତିଶ୍ରୀ ରାଉତ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଉପରୋକ୍ତ ତଥ୍ୟ ବାବଦରେ ଅବଗତ କରାଇଛନ୍ତି। କଟାଗଛର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ହୋଇଥିବା ବିଶେଷଜ୍ଞ କମିଟିରେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର ଚେୟାରମ୍ୟାନ ଅଛନ୍ତି। ଏଥିସହ ମେମ୍ବର ଭାବେ ରାଜ୍ୟ ସରକାରଙ୍କ ପିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଅତିରିକ୍ତ ସଚିବ, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକଶନ କର୍ପୋରେଶନ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର, ଓଏଫଡିସିର ଡିଭିଜନାଲ ମ୍ୟାନେଜର, ବିଡିଏର ଉଦ୍ୟାନ କୃଷିବିତ୍‌, ବିଏମ୍‌ସିର ଉଦ୍ୟାନକୃଷିବିତ୍‌, ରିଜିଓନାଲ ସେଣ୍ଟର ଫର୍‌ ଡେଭେଲପମେଣ୍ଟର କୋଅପରେଶନର ପ୍ରତିନିଧି, ଆମ ଅଧିକାର ସଙ୍ଗଠନର ମୁଖ୍ୟ ଏବଂ ଏକ୍ସପର୍ଟ ମେମ୍ବର ଭାବେ ଭୁବନେଶ୍ୱର ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକଙ୍କ ପ୍ରତିନିଧି ଓ ଭୁବନେଶ୍ୱର ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ପ୍ରତିନିଧିଙ୍କୁ ଉକ୍ତ କମିଟିରେ ସାମିଲ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।
ଏହି ଜନସ୍ବାର୍ଥ ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ବିଧାୟକ କଲୋନି ନିର୍ମାଣ ପାଇଁ ବେଆଇନ ଭାବେ କଟାଯାଇଛି ୮୭୦ଟି ପୁରୁଣା ଗଛ। ପ୍ରାୟ ୧୫୦ ବର୍ଷରୁ ଅଧିକ ପୁରୁଣା ଗଛଗୁଡ଼ିକୁ କଟାଯିବା ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡ଼ିବ। ରାଜ୍ୟ ବିଧାନସଭାର ୧୪୭ ଜଣ ବିଧାୟକଙ୍କ ପାଇଁ କଲୋନି ରହିଥିବାବେଳେ ତାହାକୁ ଭଙ୍ଗାଯାଇ ସେହି ଜାଗାରେ ନୂତନ ବହୁତଳ ବିଲ୍ଡିଂ ନିର୍ମାଣ କରାଯାଇପାରିଥାନ୍ତା। ମାତ୍ର ତାହା ନ କରି ଏତେ ସଂଖ୍ୟକ ପୁରୁଣା ଗଛ କଟାଯାଇ ପରିବେଶ ପ୍ରଦୂଷଣକୁ ଅଣଦେଖା କରାଯାଇଛି। ଏଥିସହ ସରକାର ୮୭୦ଟି ପୁରୁଣା ଗଛର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ କୌଣସି ବିଶେଷଜ୍ଞ କମିଟି ଗଠନ କରିନାହାନ୍ତି। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା ଯେ, କଟାଯାଇଥିବା ୮୭୦ଟି ପୁରୁଣା ଗଛ ବଦଳରେ ୧୦ ଗୁଣା ଅର୍ଥାତ୍‌ ୮୭୦୦ଟି ଗଛ ସହରର ଅନ୍ୟାନ୍ୟ ସ୍ଥାନରେ ଲଗାଇବା ନିମନ୍ତେ ଅର୍ଥ ଯୋଗାଇ ଦିଆଯାଇଛି। ପ୍ରାୟ ୬୭ ଲକ୍ଷ ଟଙ୍କା ବନୀକରଣ ଓ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବା ନିମନ୍ତେ ଅର୍ଥ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ପ୍ରକ୍ରିୟା ଆଇନ ଅନୁଯାୟୀ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ମାତ୍ର ଗଛକଟା ଓ ବନୀକରଣ ନେଇ ରହିଥିବା ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ ପାଳନ କରାଯାଇ ନ ଥିବା ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥିସହ ବିଶେଷଜ୍ଞ କମିଟି ଦ୍ୱାରା କଟାଯାଇଥିବା ଗଛଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?