ଏ ପାନ୍‌ବାଲା ବାବୁ…କଣ୍ଠଶିଳ୍ପୀଙ୍କ ପରଲୋକ

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ମରଶରୀରକୁ ତାଙ୍କ ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ୍‌ ରିନବଚନ ସ୍ଥିତ ବାସଭବନକୁ ନିଆଯାଇଥିଲା। ଗଁା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଅନିଲଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କଳା ଓ ସଙ୍ଗୀତ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।
୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍‌ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁ। ରାତାରାତି ଏହି ଗୀତ ଓଡ଼ିଶାର ପୁରପଲ୍ଲୀ ସମେତ ପଡୋଶୀ ମଧ୍ୟପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରେ ଲୋକପ୍ରିୟତାର ଶୀର୍ଷକୁ ଛୁଇଁଥିଲା। ଏହି ଗୀତରେ ସେ କୋଶଲୀ-ସମ୍ବଲପୁରୀ ଶବ୍ଦ ସହ ବିହାରୀ, ଛତିଶଗଡି ଏବଂ ବଙ୍ଗଳା ଶବ୍ଦର ପ୍ରୟୋଗ ଗୀତକୁ ଭିନ୍ନ ସ୍ବାଦର କରି ଗଢ଼ି ତୋଳିଥିଲା। ଏହି ଗୀତର ଆବେଦନ ଏବେ ପ୍ରବଳ ଥିଲା ଯେ, ଛତିଶଗଡି, ବିହାରୀ, ବଙ୍ଗଳ ସମେତ ଓଡ଼ିଆ ଭାଷାରେ ମଧ୍ୟ ଏହି ଗୀତ ରେକର୍ଡିଂ ହୋଇ ପ୍ରଚାରିତ ହୋଇଥିଲା। ଏ ପାନ୍‌ବାଲା ବାବୁ ଗୀତର ରଚୟିତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ଥିଲେ ଅନିଲ ହରିପାଲ। ବଲାଙ୍ଗୀର ଜିଲା ଦାବ୍‌କାନୀ ହେଉଛି ତାଙ୍କର ପୈତୃକ ଗ୍ରାମ। ହେଲେ ତାଙ୍କ ପିତାମାତା ସୁନ୍ଦରଗଡ ଜିଲା ବୀରମିତ୍ରପୁରଠାରେ କାମ କରୁଥିବାରୁ ସେଠାରେ ଅନୀଲଙ୍କ ଜନ୍ମ ହୋଇଥିଲା। ପରେ ସେ ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ୍‌ ନିରବଚନ ଗଁାରେ ସପରିବାର ରହୁଥିଲେ। ସଫଳ ଗାୟକ ଭାବେ ସେ ଆହୁରି ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ଦିନେ ଦେଖା ନାଇଁ ଦେଲେ…, ଏସ୍‌ଟିଡି ୱାଲି, ଡବର ହିରୋ ଭଳି ଅନେକ ଲୋକପ୍ରିୟ ଗୀତ ଗାଇଥିଲେ। ମହୁଲ ଝାରେ ବରସିଲା ପାନି… ଗୀତ ହେଉଛି ତାଙ୍କର ଅନ୍ୟତମ ସଫଳ ରଚନା। ତାଙ୍କର ଶତାଧିକ ଗୀତ ଗାଇ ଅନେକ କଣ୍ଠଶିଳ୍ପୀ ଓ ଆଲବମ୍‌ ଲୋକପ୍ରିୟ ହୋଇଛନ୍ତି। ହେଲେ ଆର୍ଥିକ ଦୁଃସ୍ଥିତିି କାରଣରୁ ଅନିଲ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚତ୍ ପୁଣି ଥରେ ସଙ୍ଗୀତ ଜଗତରୁ ଉଭାନ୍‌ ହୋଇଯାଇଥିଲେ। ଆର୍ଥିକ ଅନଟନ ତାଙ୍କୁ ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ତାଙ୍କୁ କଳାକାର ଭତ୍ତାଟିଏ ମିଳି ନ ଥିଲା। ତାଙ୍କ ବିୟୋଗରେ ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର, ସଙ୍ଗଠକ ଗୋପାଳ ପ୍ରଧାନ, ପ୍ରସନ୍ନ ମିଶ୍ର, ମଧୁସୂଦନ ନାୟକ, ଗୋବର୍ଦ୍ଧନ ପାଣ୍ଡିଆ, ପଶ୍ଚିମ ଓଡିଶା ପ୍ରୟୋଜକ ସଂଘ ସଭାପତି ସୁଧୀର ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଶରତ ମହାକୁର, କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଶତ୍ରୁଘ୍ନ ଲୁହା, ବାସୁଦେବ ସା ଗଭୀର ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?