ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ପାଇଁ ଆଡ୍‌ଭାଇଜରି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):କରୋନାରୁ ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ସଂକ୍ରାନ୍ତରେ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଆଡ଼ଭାଇଜରି ଜାରି ହୋଇଛି। ସୁସ୍ଥ ହେବା ପରେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କ ପାଖରେ ଅନ୍ୟକିଛି ରୋଗର ଲକ୍ଷଣ ଦେଖାଯାଉଛି। ତେଣୁ ଏକ୍ଷେତ୍ରରେ ବ୍ୟକ୍ତିଗତ ସ୍ତରରେ, ଗୋଷ୍ଠୀ ସ୍ତରରେ ଓ ହସ୍ପିଟାଲ ସ୍ତରରେ କ’ଣ କରିବାକୁ ହେବ ତାହା କୁହାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି।
ହସ୍ପିଟାଲ ସ୍ତରରେ ଦିଆଯାଇଥିବା ଆଡ଼ଭାଇଜରି ଅନୁସାରେ, ଜଣେ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ୭ଦିନ ମଧ୍ୟରେ ହସ୍ପିଟାଲ ପକ୍ଷରୁ ପ୍ରଥମ ଫଲୋଅପ୍‌ କରାଯିବ। ଶାରିରୀକ ଭାବେ ହେଉ କିମ୍ବା ଟେଲିଫୋନ୍‌ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବେ। ଏହାପରେ ଡିସ୍‌ଚାର୍ଜର ଚତୁର୍ଥ ସପ୍ତାହ ଓ ଦ୍ୱାଦଶ ସପ୍ତାହରେ ରେଗୁଲାର ଫଲୋଅପ୍‌ କରାଯିବ। ଯଦି କେହି ହୋମ୍‌ ଆଇସୋଲେଶନରେ ରହିଥିବେ ଏବଂ ସେ କିଛି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିବେ, ତେବେ ସେ ନିକଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇପାରିବେ। ତେବେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଫଲୋଅପ୍‌କୁ ଅଧିକ ଗୁରୁତ୍ୱ ଦିଆଯିବ। ସେହିପରି ଅନେକ ରୋଗରେ ପୀଡ଼ିତ ଥିବା ଆକ୍ରାନ୍ତ ସୁସ୍ଥ ହେବାପରେ ସେମାନଙ୍କ ଫଲୋଅପ୍‌କୁ ମଧ୍ୟ ଆଡ୍‌ଭାଇଜରିରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ସୁସ୍ଥ ହେବା ପରେ କ’ଣ କରିବେ

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟକ୍ତିଗତ ସ୍ତରରେ ମଧ୍ୟ କେତେକ ପରାମର୍ଶ ଦିଆଯାଇଛି। ସୁସ୍ଥ ହେବା ପରେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା, ହାତ ସଫା କରିବା, ସାନିଟାଇଜର ବ୍ୟବହାର କରିବାକୁ ପଡ଼ିବ। ପାଣି ବହୁତ ପିଇବେ। ଯଦି ସ୍ବାସ୍ଥ୍ୟବସ୍ଥା ଠିକ୍‌ ଲାଗୁଛି, ତେବେ ଘର କାମ ସହିତ ନିଜ ପ୍ରଫେଶନାଲ କାମ କରିପାରିବେ। ପ୍ରତିଦିନ ଯୋଗ, ବ୍ୟାୟାମ, ମେଡିଟେଶନ କରିବା ଉଚିତ। ପୁଷ୍ଟିକର ଖାଦ୍ୟ ଖାଇବା ସହିତ ପର୍ଯ୍ୟାପ୍ତ ଶୋଇବା ଉଚିତ। ମଦ ଓ ଧୁମ୍ରପାନଠାରୁ ଦୂରେଇ ରହିବା ଉଚିତ। ସେହିପରି ଗୋଷ୍ଠୀସ୍ତରରେ କୁହାଯାଇଛି ଯେ, ଯେଉଁ ରୋଗୀ ସୁସ୍ଥ ହେଉଛନ୍ତି ସେମାନେ ନିଜ ଅଭିଜ୍ଞତାକୁ ସାଙ୍ଗ ଓ ବନ୍ଧୁବର୍ଗରେ ବାଣ୍ଟିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri