ଆକ୍ସନରେ ପ୍ରଶାସନ: ସବୁ ଖଜା ଦୋକାନର ହେବ ଯାଞ୍ଚ

ପୁରୀ,୩ା୬(ଅଜିତ୍‌ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖ ସମେତ ସହରର ଅନେକ ସ୍ଥାନରେ ଲୋକଙ୍କୁ ଠକି ଅପମିଶ୍ରିତ ଖଜା ବିକ୍ରି କରାଯାଉଛି। ସେହିପରି ଅସାଧୁ ବ୍ୟବସାୟୀମାନେ ଓଜନରେ ମଧ୍ୟ ଠକୁଥିବା ଦେଖିବାକୁ ମିଳୁଛି। ଏପରିକି ବାହାରେ ବିକ୍ରି ହେଉଥିବା ଖଜାକୁ ମହାପ୍ରସାଦ କହି ଲୋକଙ୍କ ଆସ୍ଥା ସହ ଖେଳ ଖେଳୁଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ଚେତିଛି। ପୁରୀ ଏସ୍‌ପି ବିନିତ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ, ସିଂହଦ୍ୱାର ଥାନା ଅଞ୍ଚଳରେ ସମ୍ପୃକ୍ତ ଭକ୍ତଙ୍କୁ ଠକିଥିବା ଖଜା ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ପୋଲିସ ପକ୍ଷରୁ ଆହ୍ବାନ କରାଯାଉଛି ଯେ, ପୁରୀକୁ ଆସୁଥିବା ଭକ୍ତଙ୍କ ସହ ଠକାମି କରନ୍ତୁ ନାହିଁ।

ରାସ୍ତାପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କ ଉପରେ ପ୍ରଶାସନର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ସେହିପରି ଜିଲାପାଳ ସିଦ୍ଧାଥ ଶଙ୍କର ସ୍ବାଇଁ କହିଛନ୍ତି, ଶ୍ରୀମନ୍ଦିରରେ ସୁଆର ମହାସୁଆର ସେବାୟତମାନେ ଖଜା ମହାପ୍ରସାଦକୁ ପ୍ରସ୍ତୁତ କରିଥାନ୍ତି। ମନ୍ଦିର ଭିତରରେ ଉକ୍ତ ଖଜା ମହାପ୍ରସାଦ ମିଳେ। ତେବେ ବଡଦାଣ୍ଡରେ ଯେଉଁ ଖଜା ମିଳୁଛି ତାହା ମହାପ୍ରସାଦ ନୁହେଁ। ଖଜା ବ୍ୟବସାୟୀ ଠକେଇ କରିବା ଘଟଣାରେ ପ୍ରତ୍ୟେକ ବିଭାଗକୁ ସୂଚନା ଦିଆଯାଇଛି। ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସେହିପରି ପୁରୀ ସିଟି ଲେବୁଲରେ ଯେଉଁ ସ୍କାଡ ରହିଛି ତାଙ୍କୁ ସଚେତନ କରାଯାଇଛି। ମଝିରେ ମଝିରେ ଯେଉଁ ବ୍ୟବସାୟୀ ନିୟମ ଉଲଘନ କରୁଛନ୍ତି ତାହା ଉପରେ ନଜର ରଖିବେ। ସେହିପରି ଜଏଣ୍ଟ ସ୍କାଡ୍‌କୁ ଚେକିଂ ଜୋରଜାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କିଛି ଖଜାଭାଟି ପରିମିଶନ ନେଇ ଆଇନ ଅନୁଯାୟୀ ଭଲ ଭାବେ ଖଜା ପ୍ରସ୍ତୁତ କରୁଛନ୍ତି। ମାତ୍ର ନଜରକୁ ଆସିଛି କିଛି ବ୍ୟକ୍ତି ବେଆଇନ ଭାବେ ଖଜା ଭାଟି ନିର୍ମାଣ କରି ବେଆଇନ ଭାବରେ ଖଜା ବ୍ୟବସାୟ କରୁଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri