୧୪ ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ

ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି, ବାଙ୍ଗରଡ଼ା, ଭ୍ରମରପୁର ରାଜସ୍ବ ସର୍କଲର ବିଭିନ୍ନ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢି ଉଠିଥିବା ପ୍ରାୟ ୧୨ ଇଟାଭାଟିକୁ ହିଟାଚି ମେଶିନ ସହାୟତାରେ ଭଙ୍ଗାଯଇଛି।
ସୋମବାର ପୂର୍ବାହ୍ନରେ ଭୀଷ୍ମଗିରି ରାଜସ୍ବ ସର୍କଲର ବାବୁଲିବନ୍ଧ, ବାଲିପାଟ ମୌଜାର ୨ଟି ବେଆଇନ ଇଟାଭାଟି ଉପରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢାଉ କରି ଭାଙ୍ଗିଥିବା ବେଳେ ଅପରାହ୍ନରେ ଭ୍ରମରପୁର ସର୍କଲର ସମାସିଙ୍ଗି ମୌଜାର ୭, ଚୌଧୁରୀ ଟିକରପଡ଼ା ମୌଜାର ୩ଟି ବେଆଇନ ଇଟାଭାଟି ଭଙ୍ଗାଯାଇଛି।
ସେହିପରି ଗତ ରବିବାର ବାଙ୍ଗରଡ଼ା ରାଜସ୍ବ ସର୍କଲର ଧେରେଣ୍ଡି, ଜଲମେରୀ ପଲ୍ଲୀ ମୌଜାର ନିରଞ୍ଜନ ପାଣିଗ୍ରାହୀ ଏବଂ ରମେଶ ବେହେରାଙ୍କ ୨ ଟି ବେଆଇନ ଇଟାଭାଟି ଭଙ୍ଗା ଯାଇଥିଲା। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ରାଜସ୍ବ ସୁପରଭାଇଜର ବାବୁ ସେଠୀ,ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା,ମନୋଜ କୁମାର ବେହେରା,ସୁନୀଲ କୁମାର ବେହେରା,ସହକାରୀ ରାଜସ୍ବ ନିରୀକ୍ଷକ କେଶବ ଶବର,ଶିବାଶିଷ ପଟ୍ଟନାୟକଙ୍କ ସମେତ ଅଗ୍ନିଶମ ଅଧିକାରୀ ବିକାଶ ଚନ୍ଦ୍ର ମୁଦୁଲି ଓ ପୋଲିସ ଟିମ୍‌ ଏହି ଚଢାଉ ଧରପଗଡରେ ସାମିଲ ଥିଲେ। ବେଆଇନ ଇଟାଭାଟି କରି ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ରାଜସ୍ବ ବିଭାଗ ପକ୍ଷରୁ ପୂର୍ବରୁ ସେମାନଙ୍କ ଠାରୁ ୧୯ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଚଢାଉରେ ପ୍ରାୟ ୨୫ ଲକ୍ଷ ଇଟା ନଷ୍ଟ କରାଯାଇଥିବା ଆକଳନ କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଏହି ଚଢାଉ ଧରପଗଡ ଜାରିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri