ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ: ବିଭାଗୀୟ ଅଧିକାରୀ ଦେଲେ ପ୍ରତିଶ୍ରୁତି

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ରାଜ୍ୟ ସରକାର ଆଣିଥିବା ନୂଆନୀତିକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଅନ୍ୟପଟେ ପଞ୍ଜୀକରଣକୁ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୋ ମୁହାଁ ନୀତି ଚାଷୀ ଅସନ୍ତୋଷକୁ ଦ୍ୱିଗୁଣିତ କରିଛି। ଏହି କ୍ରମରେ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସଂଯୁକ୍ତ କୃଷକ ସଙ୍ଗଠନର ନେତୃତ୍ୱରେ ଚାଷୀମାନେ ରାସ୍ତାରୋକୋ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ସକାଳୁ ଶତାଧିକ ଚାଷୀ ବରଗଡ଼ ସହର ଉପକଣ୍ଠ କଳାପାଣି ମାର୍କେଟ୍‌ ୟାର୍ଡ଼ ପରିସରରେ ସମବେତ ହୋଇଥିବାବେଳେ ଆଉକିଛି ଚାଷୀ ବରାହଗୋଡ଼ା ପଁର୍ରାପାଟ୍‌ ମନ୍ଦିର ସମ୍ମୁଖ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୋଲିସ ସମସ୍ତ ଚାଷୀଙ୍କୁ ବଳପୂର୍ବକ ଉଠାଇ ଆଣି ଜିଲାର ରିଜର୍ଭ ପୋଲିସ ପଡ଼ିଆକୁ ଆଣି ଅଟକ ରଖିଥିଲା। ଏହାସତ୍ତ୍ୱେ ଚାଷୀମାନେ ଆନ୍ଦୋଳନରୁ ଓହରି ନଥିଲେ। ରିଜର୍ଭ ପୋଲିସ ପଡ଼ିଆରେ ଅଟକ ଚାଷୀଙ୍କ ପ୍ରତିବାଦ ସଭା ହୋଇଥିଲା। ପଞ୍ଜୀକୃତ ପ୍ରକ୍ରିୟା ସରଳୀକରଣ ପ୍ରକ୍ରିୟା ଏବଂ ପଞ୍ଜୀକରଣ ଅବଧି ନ ବଢ଼ିବା ନେଇ ରାଜ୍ୟ ସରକାର କିମ୍ବା ବିଭାଗୀୟ ଅଧିକାରୀଙ୍କ ଠୋସ୍‌ ପ୍ରତିଶ୍ରୁତି ନ ମିଳବା ପର୍ଯ୍ୟନ୍ତ ଚାଷୀମାନେ ରିଜର୍ଭ ପୋଲିସ ପଡ଼ିଆ ନ ଛାଡ଼ିବାକୁ ଅଟଳ ରହିଥିଲେ ଏବଂ ଏଥିପାଇଁ ସଭାରେ ଖୋଲା ଚେତାବନୀ ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ କେହି ଅଧିକାରୀ ଆଲୋଚନା ପାଇଁ ସୁଦ୍ଧା ଆସି ନଥିଲେ। ଫଳରେ ପ୍ରତିବାଦ ସଭା ସରିବା ପରେ ଚାଷୀମାନେ ଅପରାହ୍ନ ପ୍ରାୟ ୩ଟାରେ ରିଜର୍ଭ ପୋଲିସ ପଡ଼ିଆ ସମ୍ମୁଖ ଜାତୀୟ ରାଜପଥକୁ ଚାଲି ଆସିଥିଲେ ଏବଂ ରାଜପଥ ଅବରୋଧ କରିଥିଲେ। ତେବେ ସେଠାରେ ଦୀର୍ଘ ୪୫ମିନିଟ୍‌ ରାଜପଥ ଅବରୋଧ ହେବା ପରେ ପୋଲିସ ପୁଣି ସେମାନଙ୍କୁ ଉଠାଇ ରିଜର୍ଭ ପୋଲିସ ପଡ଼ିଆକୁ ନେଇଥିଲା। ସେଠାକୁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଅତିରିକ୍ତ ସମବାୟ ନିବନ୍ଧକ(ଡିଆରସିଏସ୍‌) ଯୁଗଳ କିଶୋର ଦାଶ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଚାଷୀଙ୍କ ଦାବିକୁ ତୁରନ୍ତ ବିଚାର କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ ଏବଂ ରାତି ପ୍ରାୟ ୮ଟାରେ ପୋଲିସ ସେମାନଙ୍କୁ ଛାଡ଼ିବା ପରେ ସେମାନେ ଘରକୁ ଫେରିବାକୁ ରାଜି ହୋଇଥିଲେ। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥିଙ୍କ ସମେତ ସୁଦାମ ପାତ୍ର, ଉପତ୍ନ୍ନ ଭୋଇ, ସୁରେଶ ନେକାଣ୍ଟି, ଅଶୋକ ସାହୁ, ସୁବାସ ସାମନ୍ତରାୟ, କୈଲାଶ ବାରିକ, ବିଜୟ ସାହୁ, ଲଙ୍ଗରାଜ ପ୍ରଧାନ, ମୁରଲି ଭୋଇ, ପ୍ରଭାତ ସାହୁ, ଉପତ୍ନ୍ନ ମିଶ୍ର, ଅରବିନ୍ଦ ପଣ୍ଡା, ଉମାକାନ୍ତ ପ୍ରଧାନ, ସରୋଜ ସାହୁ, ବବ୍ରୁବାହନ ସାହୁ, କାରଣ ସାହୁ, ଈଶାନ୍ତ ଭୋଇ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।
ସୂଚନା ଅନୁଯାୟୀ, ଏଥର ପଞ୍ଜୀକରଣରେ ଚାଷୀଙ୍କ ବଂଶୀୟ ସହମତି, ପଞ୍ଜୀକୃତ କେନ୍ଦ୍ରରେ ଅଂଶୀଦାରଙ୍କ ଉପସ୍ଥିତି, ଚକ୍ଷୁସ୍କାନ, ସହମତି ପ୍ରଦାନ ଆଦିକୁ ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରକ୍ରିୟା ଚାଷୀମାନଙ୍କ କ୍ଷେତ୍ରରେ କାଠିକର ପାଠ ଓ ଅସମ୍ଭବ ହୋଇ ପଡ଼ିଛି। ଫଳରେ ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏଭଳି ନିୟମ ପ୍ରଣୟନ ଦ୍ୱାରା ଜିଲାର ୭୦ପ୍ରତିଶତ ଚାଷୀ ବଞ୍ଚିତ ହେବେ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ, ଜୟ କିସାନ ଆନ୍ଦୋଳନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରିଛନ୍ତି। ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ଚାଷୀଙ୍କ ସହିତ ସ୍ବର ମିଲାଇଛି। ନୂତନ ନିୟମ ପ୍ରତ୍ୟାହାର କରିବା ସହିତ ପୁରୁଣା ପଦ୍ଧତିରେ ଧାନ କିଣିବା ତଥା ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଦାବି କରାଯାଇଛି। ଏହି ଦାବି ନେଇ ଜିଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ସମ୍ପାଦକଙ୍କୁ ପୃଥକ୍‌ଭାବେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ ସଙ୍ଗଠନ, ଲଖନପୁର ନେତୃତ୍ୱରେ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହାସତ୍ତ୍ୱେ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ ହୋଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କେବଳ ସ୍ବ ଘୋଷଣାନାମାରେ ପଞ୍ଜୀକରଣ ହୋଇପାରିବ ବୋଲି ଗଣମାଧ୍ୟମ ଆଗରେ କହୁଥିବାବେଳେ ବିଭାଗୀୟ ଅଧିକାରୀମାନେ ସେଭଳି କିଛି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କଠାରୁ ଆସି ନାହିଁ ବୋଲି କହୁଛନ୍ତି। କିନ୍ତୁ ସ୍ବ ଘୋଷଣାନାମା ମାଧ୍ୟମରେ ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରିବାକୁ ଇତିମଧ୍ୟରେ ବାଲେଶ୍ୱର ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରି ସାରି ଥିବାବେଳେ ବରଗଡ଼ ଜିଲା ପ୍ରଶାସନ କାହିଁକି ସେଭଳି ପଦକ୍ଷେପ ନେଇ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ସହିତ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ଚାଷୀ ପଞ୍ଜୀକରଣ ସରଳୀକରଣ ନୀତି ନେଇ ଏପର୍ଯ୍ୟନ୍ତ ଚିଠି ନ କରିବା ପଛରେ କି ରହସ୍ୟ ରହିଛି ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ ପ୍ରଶ୍ନ କରି ଏଭଳି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର!

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?