ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ମୋବାଇଲ୍‌ ଖୋଲିବ ମୃତ୍ୟୁ ରହସ୍ୟ, ଫରେନ୍‌ସିକ୍‌ ଲାବ୍‌ ପଠାଯିବ ଡାଏରି ଲେଖା

ଭୁବନେଶ୍ୱର,୧୦।୭ (ବ୍ୟୁରୋ): ଯୁବ ସାମାଜିକ କର୍ମୀ ତଥା ପ୍ରେରଣାଦାୟୀ ଭାଷଣ (ମୋଟିଭେଶନାଲ ସ୍ପିଚ୍‌) ଦେଉଥିବା ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଗୁରୁବାର ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ଜିଆର୍‌ପି ଥାନା ପାଲିସ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରିଛି। ପିପୁଲ ଫର୍‌ ସେବାର ସଭାପତି ପ୍ରୀତମ୍‌ ମିଶ୍ରଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା (କେସ୍‌ ନଂ-୮୧/୨୦) ରୁଜୁ କରାଯାଇଛି। ପ୍ରଥମେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଏକାଧିକ ସଙ୍ଗଠନ ପକ୍ଷରୁ ଦାବି ଉଠିବା ସହ ଏନେଇ ଜିଆର୍‌ପି ଥାନାରେ ଅଭିଯୋଗ ହୋଇଥିଲା। ବିଭିନ୍ନ ଆଡୁ ଚାପ ପଡ଼ିବାରୁ ଶେଷରେ ପୋଲିସ ହତ୍ୟା ମାମଲା ରୁଜୁ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଶକ୍ତ ଆଘାତ ଲାଗିଥିବାରୁ ମୁଣ୍ଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଓ ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଛି। ଟ୍ରେନରେ ଦୁର୍ଘଟଣା ଘଟିଲେ ଓ ମୁଣ୍ଡକୁ ପିଟି ହତ୍ୟା କଲେ କିଭଳି କ୍ଷତ ରହିଥାଏ, ତାହାକୁ ତର୍ଜମା କରାଯିବା ସହ ତଦନ୍ତ ପରିସରଭୁକ୍ତ କରାଯାଇଛି। ରେଲ୍‌ଓ୍ବେ ଏସ୍‌ପି ଅଶୋକ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍‌ପି ଚନ୍ଦ୍ରଶେଖରର ସାହୁ ମାମଲାର ତଦନ୍ତ କରୁଛନ୍ତି।
ଡାଏରି ଲେଖାକୁ ଫରେନ୍‌ସିକ୍‌ ଲାବ୍‌ ପଠାଯିବ
ମୃତ୍ୟୁ ପୂର୍ବରୁ ଆଦିତ୍ୟ ଡାଏରିରେ କିଛି ଲେଖିଥିବା କୁହାଯାଉଛି। ସୁଇସାଇଡ୍‌ ନୋଟ୍‌ ରହିଥିବା ଉକ୍ତ ଡାଏରିକୁ ପୋଲିସ ଜବତ କରିଛି। ହେଲେ ଡାଏରିରେ ରହିଥିବା ଲେଖା ଆଦିତ୍ୟଙ୍କର ନା ଅନ୍ୟକେହି ଲେଖିଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ପୋଲିସ ଏହି ଡାଏରିକୁ ଶୁକ୍ରବାର ରସୁଲଗଡ଼ସ୍ଥିତ ଫରେନ୍‌ସିକ୍‌ ଲାବ୍‌କୁ ପଠାଇବ। ସେଠାରେ ବିଶେଷଜ୍ଞମାନେ ଏହାକୁ ଯାଞ୍ଚ କରି ରିପୋର୍ଟ ଦେବା ପରେ ତଦନ୍ତ ଆଗକୁ ବଢିବ ବୋଲି ରେଲ୍‌ଓ୍ବେ ଏସ୍‌ପି ଅଶୋକ ବିଶ୍ୱାଳ କହିଛନ୍ତି। ଏନେଇ ଆଦିତ୍ୟଙ୍କ ମା’ କହିଛନ୍ତି ଯେ, ତାଙ୍କୁ ଜବରଦସ୍ତି ସୁଇସାଇଡ୍‌ ନୋଟ ଲେଖାଇ ହତ୍ୟା କରାଯାଇଛି।
ମୋବାଇଲ୍‌ ଖୋଲିବ ମୃତ୍ୟୁ ରହସ୍ୟ
ଆଦିତ୍ୟଙ୍କ ମୋବାଇଲ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି। ଆଦିତ୍ୟ ଶେଷଥର କାହା ସହ କଥା ହୋଇଛନ୍ତି ଓ କେଉଁମାନଙ୍କ ସହ ବହୁସମୟ ଯୋଗାଯୋଗରେ ଥିଲେ ସେସବୁକୁ ନେଇ ତଦନ୍ତ କରୁଛି। ଏଥିସହ ଆଦିତ୍ୟ ଓ ତାଙ୍କ ସ୍ତ୍ରୀଙ୍କ ମୋବାଇଲ୍‌ ଫୋନ୍‌କୁ ପୋଲିସ ଜବତ କରିଛି। ଏହାସହ ବହୁ ସମୟରେ ଆଦିତ୍ୟଙ୍କ ମୋବାଇଲକୁ ତାଙ୍କ ସ୍ତ୍ରୀ ବ୍ୟବହାର କରୁଥିଲେ। ତେଣୁ ଆଦିତ୍ୟ ମୃତ୍ୟୁ ପୂର୍ବରୁ ଉକ୍ତ ମୋବାଇଲ୍‌ ଫୋନ୍‌କୁ ଘରେ ଛାଡି ଯାଇଥିଲେ। ତେଣୁ ପୋଲିସ ପରିବାରର ସମସ୍ତ ସଦସ୍ୟଙ୍କ ମୋବାଇଲ୍‌ ନମ୍ବର ଏବଂ ତାଙ୍କ ସଂଗଠନର ଅନେକ ଲୋକଙ୍କ ଫୋନ୍‌ ନମ୍ବରର ସିଡିଆର ରିପୋର୍ଟ ବାହାର କରି ପୋଲିସ ଯାଞ୍ଚ କରୁଛି। ସେଥିରୁ କିଛି ଗୁମର ଖୋଲିବ ବୋଲି ରେଲ୍‌ଓ୍ବେ ଏସ୍‌ପି ଅଶୋକ କହିଛନ୍ତି।

ମୋ ଖୋଜିବାର ସୁଯୋଗ ନେଇ କେହି ତାଙ୍କୁ ହତ୍ୟା କରିଛି

ଆଦିତ୍ୟଙ୍କୁ ହତ୍ୟା କରାଯାଇଛି। ତେଣୁ ମାମଲାର ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀଙ୍କୁ ଧରିି ଉପଯୁକ୍ତ ଶାସ୍ତି ଦେବାକୁ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ପୋଲିସ ଓ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ପୂର୍ବକଥାକୁ ପୁଣି ଦୋହରାଇ କହିଛନ୍ତି, ଆଦିତ୍ୟ କେବେ ବି ସୁଇସାଇଡ୍‌ କରିପାରିବେନି। ସେ ଜୁଲାଇ ୬ରେ ଲିଙ୍ଗରାଜ ରେଳ ଷ୍ଟେଶନରେ ଅଧ ଘଣ୍ଟା ହେବ ବସିଥିଲେ। ଗୋଟିଏ ପ୍ଲାଟଫର୍ମରୁ ଆଉ ଏକ ପ୍ଲାଟଫର୍ମକୁ ଯିବା ସହ ଟ୍ରେନ୍‌ ଲାଇନ୍‌ରେ ବସିଥିଲେ ବୋଲି ଶୁଣାଯାଉଛି। ସେ ଜଣେ ମୋଟିଭେଟର ହୋଇଥିବରୁ କିଛି ସମୟ ବସିଗଲେ ମୁଣ୍ଡ ଥଣ୍ଡା ହୋଇଯାଏ। ତେଣୁ କିଭଳି ସେ ଆତ୍ମହତ୍ୟା କରିବେ। ମୋତେ ଲାଗୁଛି ମୁଁ ଯେତେବେଳେ ତାଙ୍କୁ ଖୋଜାଖୋଜି କରିବାକୁ ସମସ୍ତଙ୍କୁ କହିଲି, କେହି ଏହାର ସୁଯୋଗ ନେଇ ତାଙ୍କୁ ସେଠାରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରି ଟ୍ରେନ୍‌ ଲାଇନରେ ଫିଙ୍ଗି ଦେଇଛନ୍ତି ବୋଲି ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି। ଏହି ମାମଲାରେ ସେ ଆଦିତ୍ୟଙ୍କ ସାଙ୍ଗ ପପୁଙ୍କୁ ଯୋଡିଛନ୍ତି। ପପୁ ତାଙ୍କଠାରୁ ବିଭିନ୍ନ ସମୟରେ ଧାର ଆକାରରେ ଟଙ୍କା ନେଇ ଶୁଝି ନାହାନ୍ତି। ଏହାକୁ ନେଇ କିଛି ବି ଘଟିଥାଇ ପାରେ ବୋଲି ବିଦ୍ୟାଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?