ଆମିରଙ୍କ ଶାଳୀ ହେଉଛନ୍ତି ଏହି ଅଭିନେତ୍ରୀ; ୨୧ ବର୍ଷରେ ହୋଇଥିଲା ବିବାହ ହେଲେ…

ବମ୍ବେ: ଅଦିତି ରାଓ ହୈଦରୀ, ବଲିଉଡ୍‌ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍ମ ‘ୟେ ସାଲୀ ଜିନ୍ଦେଗୀ’, ‘ପଦ୍ମାବତ’ ଭଳି ଫିଲ୍ମରେ ନିଜ ଅଭିନୟର ଚାତୁରୀରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସେ। ଆଜି ସେ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଅଦିତିଙ୍କ ବିଷୟରେ କିଛି ଅଜଣା କଥା।

ଅଦିତିଙ୍କ ଜନ୍ମ ରାଜ ପରିବାରରେ। ତାଙ୍କର ଅଣଜେଜେବାପା ମହମ୍ମଦ ସାଲେହ ଆକବର ହୈଦରୀ ହାଇଦ୍ରାବାଦର ପ୍ରଧାନମନ୍ତ୍ରୀ ଥିଲେ। ସେହିଭଳି ତାଙ୍କ ଅଜା ଜେ ରାମେଶ୍ୱର ବାନପସ୍ଥ ଶାହି ପରିବାରର ନେତୃତ୍ୱ ନେଇଥିଲେ। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ, ଯେତେବେଳେ ସେ ଦୁଇ ବର୍ଷର ଥିଲେ, ତାଙ୍କ ପିତା ଏହସାନ ହୈଦରୀ ମାତା ବିଦ୍ୟା ରାଓ ଅଲଗା ହୋଇଯାଇଥିଲେ। ସେ ନିଜ ନାମରେ ଉଭୟ ମା’ଓ ବାପାଙ୍କ ସାଜ୍ଞା ଲଗାଇଛନ୍ତି।

ବଲିଉଡ୍‌ର ମିଷ୍ଟର ପର୍ଫେକ୍ସନାଲିଷ୍ଟ କୁହାଯାଉଥିବା ଆମିର ଖାନଙ୍କ ସହ ଅଦିତିଙ୍କ ସମ୍ପର୍କ ରହିଛି। କାରଣ ଅଦିତି ଆମିରଙ୍କ ପୂର୍ବ ପତ୍ନୀ କିରଣ ରାଓଙ୍କ ଭଉଣୀ। ଏଣୁ ଆମିର ଅଦିତିଙ୍କ ଭିଣୋଇ।

ଅଦିତି ୨୦୦୭ରେ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ୧୭ ବର୍ଷ ବୟସରେ ସତ୍ୟଦୀପଙ୍କୁ ଭେଟିଥିଲେ ସେ। ସେବେଠାରୁ ତାଙ୍କ ପ୍ରେମରେ ଉବୁଟୁବୁ ମଧ୍ୟ ହୋଇଥିଲେ। ୨୦୧୩ରେ ସେ ଏହି ସମ୍ପର୍କକୁ ସ୍ବିକାର କରିଥିବା ବେଳେ ଏବେ ଉଭୟ ଅଲଗା ହୋଇଯାଇଥିବା କହିଥିଲେ।

୨୦୧୮ରେ ଫିଲ୍ମ ‘ପଦ୍ମାବତ’ରେ ଅଦିତି ଆଲାଉଦ୍ଦିନ ଖିଲଜୀଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଚରିତ୍ର ଛୋଟ ହେଲେ ହେଁ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?