କ୍ରିପ୍ଟୋ କାରବାରରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କଳାଧନ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ବହୁ ସରକାରୀ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହି ବିପୁଳ ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ କରିବା ସହ ଜନତାଙ୍କ ଟଙ୍କାରେ ବିଳାସମୟ ଜୀବନ ବିତାଉଛନ୍ତି। ଇତିମଧ୍ୟରେ ଅନେକ ଦୁର୍ନୀତିଗ୍ରସ୍ତ ବାବୁ ଭିଜିଲାନ୍ସ ଜାଲରେ ପଡିବା ପରେ ସେମାନଙ୍କ କଳାଟଙ୍କାର ଗୁମର ପଦାକୁ ଆସିଛି। ଶୁକ୍ରବାର ଆଉଜଣେ କୁବେର ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ପ୍ଲାନିଂ, ମନିଟରିଂ, ଡିଜାଇନ ଓ ଇନ୍‌ଭେଷ୍ଟିଗେଶନ) ନୀହାର ରଞ୍ଜନ ଦାସ। ଆସନ୍ତା ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ହେଲେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍‌ ୩ ଜିଲାର ୬ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହା ମଧ୍ୟରେ ଭୁବନେଶ୍ୱର ଖାରବେଳନଗରସ୍ଥିତ ଶ୍ରୀରାମ ମାନ୍‌ଶନ୍‌ ଆପାର୍ଟମେଣ୍ଟରେ ନୀହାର ରହୁଥିବା ଫ୍ଲାଟ୍‌ ନଂ.୨୦୧, ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର (ଫ୍ଲାଟ  ନଂ.୧୦୧), ବଡ଼ଗଡ଼ ଜିଲା ରୋହିଣିଆସ୍ଥିତ ପୈତୃକ ଘର, ଖୋର୍ଦ୍ଧା ସାନପାଳ ଗାନ୍ଧୀନଗରସ୍ଥିତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ୱରସ୍ଥିତ ସରକାରୀ କାର୍ଯ୍ୟାଳୟ ରହିଛି। ଚଢ଼ାଉ ସମୟରେ ତାଙ୍କର ବିପୁଳ ସମ୍ପତ୍ତି ଠାବ କରାଯିବା ସହ କ୍ରିପ୍ଟୋ କରେନ୍ସି ସହ ଲିଙ୍କ୍‌ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ନୀହାର ତାଙ୍କ କଳା ଟଙ୍କାକୁ କ୍ରିପ୍ଟୋ କାରବାରରେ ବିନିଯୋଗ କରି ଏହାର ବହୁଗୁଣ କରିବାକୁ ଲକ୍ଷ୍ୟ ରଖିଥିଲେ। ତେବେ ମାନ୍‌ଶନ ଆପାର୍ଟମେଣ୍ଟର ଫ୍ଲାଟ୍‌ରେ ଚଢ଼ଉ ସମୟରେ ନୀହାର କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ ୩୮ଟି ଦସ୍ତାବିଜ୍‌ ଓ ମୋବାଇଲକୁ ଝରକା ବାଟେ ଫୋପାଡ଼ି ଦେଇଥିଲେ। ଭିଜିନାନ୍ସ ଅଧିକାରୀଙ୍କ ନଜର ପଡ଼ିବା ପରେ ସେସବୁକୁ ଜବତ କରାଯାଇଛି। ଉକ୍ତ ଦସ୍ତାବିଜ ଅନୁସାରେ ସେ କ୍ରିପ୍ଟୋ କରେନ୍ସିରେ ୧.୭୮ କୋଟି ବିନିଯୋଗ କରିଥିବା ସୂଚନା ମିଳିଛି। ତେବେ ଆଉକିଛି ଦସ୍ତାବିଜକୁ ଫାଇନାନ୍‌ସିଆଲ୍‌ ଉଇଙ୍ଗ୍‌ ଓ କ୍ରିପ୍ଟୋ ବିଶେଷଜ୍ଞମାନେ ଯାଞ୍ଚ କରୁଥିବାରୁ ଏହି ପରିମାଣ ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଖାରବେଳନଗର ୟୁନିଟ-୩ ଶ୍ରୀରାମ ମାନ୍‌ଶନ ଆପାର୍ଟମେଣ୍ଟରେ ୩୨.୫ ଲକ୍ଷ ଟଙ୍କାର ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍‌ ଓ ସମ୍ବଲପୁର ମୋଦିପଡ଼ାଠାରେ ଥିବା ୩ମହଲା କୋଠା ସହ ସମ୍ବଲପୁର ଜିଲାର ମୁଖ୍ୟ ଅଞ୍ଚଳରେ ୧.୨୭ କୋଟି ଟଙ୍କାର ୮ ପ୍ଲଟ୍‌ ଠାବ ହୋଇଛି। କବଲା ସମୟରେ ଏହାର ପ୍ରକୃତ ମୂଲ୍ୟ ଲୁଚାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ତାଙ୍କ ଘରୁ ନଗଦ ୧ ଲକ୍ଷ ୭ ହଜାର ୮୫ ଟଙ୍କା, ୩୯ ଲକ୍ଷ ଟଙ୍କାର ୨ଟି ଚାରିଚକିଆ ଯାନ, ୩ ଲକ୍ଷ ଟଙ୍କାର ୨ଟି ବାଇକ, ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୧୫.୫୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଓ ୬୨.୪୨ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା ରହିଛି। ଏସବୁ ସମ୍ପତ୍ତିର ମୂଲ୍ୟ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ତେବେ ନୀହାରଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୧୧ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି।
କ୍ରିପ୍ଟୋ କରେନ୍ସି କ’ଣ?
କ୍ରିପ୍ଟୋ କରେନ୍ସି ଏକ ଡିଜିଟାଲ୍‌ ମୁଦ୍ରା। ଏହାର କାଗଜ କିମ୍ବା ଧାତବ ନୋଟ୍‌ ନାହିଁ। କେବଳ ଇଣ୍ଟରନେଟ୍‌ରେ ଏହା ପ୍ରଚଳିତ ହୋଇଥାଏ। ଏହି କରେନ୍ସି ଉପରେ କୌଣସି ସରକାର କିମ୍ବା ବ୍ୟାଙ୍କର ନିୟନ୍ତ୍ରଣ ନାହିଁ। ଭାରତରେ ଏହାକୁ ବୈଧ କରାଯାଇ ନ ଥିଲେ ମଧ୍ୟ କ୍ରିପ୍ଟୋ କାରବାର ଉପରେ ସରକାରଙ୍କ ପକ୍ଷରୁ ୩୦ ପ୍ରତିଶତ ଟିକସ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri