କ୍ରିପ୍ଟୋ କାରବାରରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କଳାଧନ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ବହୁ ସରକାରୀ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହି ବିପୁଳ ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ କରିବା ସହ ଜନତାଙ୍କ ଟଙ୍କାରେ ବିଳାସମୟ ଜୀବନ ବିତାଉଛନ୍ତି। ଇତିମଧ୍ୟରେ ଅନେକ ଦୁର୍ନୀତିଗ୍ରସ୍ତ ବାବୁ ଭିଜିଲାନ୍ସ ଜାଲରେ ପଡିବା ପରେ ସେମାନଙ୍କ କଳାଟଙ୍କାର ଗୁମର ପଦାକୁ ଆସିଛି। ଶୁକ୍ରବାର ଆଉଜଣେ କୁବେର ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ପ୍ଲାନିଂ, ମନିଟରିଂ, ଡିଜାଇନ ଓ ଇନ୍‌ଭେଷ୍ଟିଗେଶନ) ନୀହାର ରଞ୍ଜନ ଦାସ। ଆସନ୍ତା ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ହେଲେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍‌ ୩ ଜିଲାର ୬ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହା ମଧ୍ୟରେ ଭୁବନେଶ୍ୱର ଖାରବେଳନଗରସ୍ଥିତ ଶ୍ରୀରାମ ମାନ୍‌ଶନ୍‌ ଆପାର୍ଟମେଣ୍ଟରେ ନୀହାର ରହୁଥିବା ଫ୍ଲାଟ୍‌ ନଂ.୨୦୧, ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର (ଫ୍ଲାଟ  ନଂ.୧୦୧), ବଡ଼ଗଡ଼ ଜିଲା ରୋହିଣିଆସ୍ଥିତ ପୈତୃକ ଘର, ଖୋର୍ଦ୍ଧା ସାନପାଳ ଗାନ୍ଧୀନଗରସ୍ଥିତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ୱରସ୍ଥିତ ସରକାରୀ କାର୍ଯ୍ୟାଳୟ ରହିଛି। ଚଢ଼ାଉ ସମୟରେ ତାଙ୍କର ବିପୁଳ ସମ୍ପତ୍ତି ଠାବ କରାଯିବା ସହ କ୍ରିପ୍ଟୋ କରେନ୍ସି ସହ ଲିଙ୍କ୍‌ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ନୀହାର ତାଙ୍କ କଳା ଟଙ୍କାକୁ କ୍ରିପ୍ଟୋ କାରବାରରେ ବିନିଯୋଗ କରି ଏହାର ବହୁଗୁଣ କରିବାକୁ ଲକ୍ଷ୍ୟ ରଖିଥିଲେ। ତେବେ ମାନ୍‌ଶନ ଆପାର୍ଟମେଣ୍ଟର ଫ୍ଲାଟ୍‌ରେ ଚଢ଼ଉ ସମୟରେ ନୀହାର କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ ୩୮ଟି ଦସ୍ତାବିଜ୍‌ ଓ ମୋବାଇଲକୁ ଝରକା ବାଟେ ଫୋପାଡ଼ି ଦେଇଥିଲେ। ଭିଜିନାନ୍ସ ଅଧିକାରୀଙ୍କ ନଜର ପଡ଼ିବା ପରେ ସେସବୁକୁ ଜବତ କରାଯାଇଛି। ଉକ୍ତ ଦସ୍ତାବିଜ ଅନୁସାରେ ସେ କ୍ରିପ୍ଟୋ କରେନ୍ସିରେ ୧.୭୮ କୋଟି ବିନିଯୋଗ କରିଥିବା ସୂଚନା ମିଳିଛି। ତେବେ ଆଉକିଛି ଦସ୍ତାବିଜକୁ ଫାଇନାନ୍‌ସିଆଲ୍‌ ଉଇଙ୍ଗ୍‌ ଓ କ୍ରିପ୍ଟୋ ବିଶେଷଜ୍ଞମାନେ ଯାଞ୍ଚ କରୁଥିବାରୁ ଏହି ପରିମାଣ ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଖାରବେଳନଗର ୟୁନିଟ-୩ ଶ୍ରୀରାମ ମାନ୍‌ଶନ ଆପାର୍ଟମେଣ୍ଟରେ ୩୨.୫ ଲକ୍ଷ ଟଙ୍କାର ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍‌ ଓ ସମ୍ବଲପୁର ମୋଦିପଡ଼ାଠାରେ ଥିବା ୩ମହଲା କୋଠା ସହ ସମ୍ବଲପୁର ଜିଲାର ମୁଖ୍ୟ ଅଞ୍ଚଳରେ ୧.୨୭ କୋଟି ଟଙ୍କାର ୮ ପ୍ଲଟ୍‌ ଠାବ ହୋଇଛି। କବଲା ସମୟରେ ଏହାର ପ୍ରକୃତ ମୂଲ୍ୟ ଲୁଚାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ତାଙ୍କ ଘରୁ ନଗଦ ୧ ଲକ୍ଷ ୭ ହଜାର ୮୫ ଟଙ୍କା, ୩୯ ଲକ୍ଷ ଟଙ୍କାର ୨ଟି ଚାରିଚକିଆ ଯାନ, ୩ ଲକ୍ଷ ଟଙ୍କାର ୨ଟି ବାଇକ, ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୧୫.୫୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଓ ୬୨.୪୨ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା ରହିଛି। ଏସବୁ ସମ୍ପତ୍ତିର ମୂଲ୍ୟ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ତେବେ ନୀହାରଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୧୧ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି।
କ୍ରିପ୍ଟୋ କରେନ୍ସି କ’ଣ?
କ୍ରିପ୍ଟୋ କରେନ୍ସି ଏକ ଡିଜିଟାଲ୍‌ ମୁଦ୍ରା। ଏହାର କାଗଜ କିମ୍ବା ଧାତବ ନୋଟ୍‌ ନାହିଁ। କେବଳ ଇଣ୍ଟରନେଟ୍‌ରେ ଏହା ପ୍ରଚଳିତ ହୋଇଥାଏ। ଏହି କରେନ୍ସି ଉପରେ କୌଣସି ସରକାର କିମ୍ବା ବ୍ୟାଙ୍କର ନିୟନ୍ତ୍ରଣ ନାହିଁ। ଭାରତରେ ଏହାକୁ ବୈଧ କରାଯାଇ ନ ଥିଲେ ମଧ୍ୟ କ୍ରିପ୍ଟୋ କାରବାର ଉପରେ ସରକାରଙ୍କ ପକ୍ଷରୁ ୩୦ ପ୍ରତିଶତ ଟିକସ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?