‘ଭିନ୍ନ କରିବାର ନିଶା ସଫଳତା ଆଣିଦେଇଛି’

ଜଣେ ଯୁବ ଉଦ୍ୟୋଗୀ ଭାବେ ଅନେଶ ଅଗ୍ରୱାଲ ଓଡ଼ିଶାର ଜଣେ ଜଣାଶୁଣା ଚେହେରା। ବାରିପଦାରୁ ସ୍କୁଲ ପାଠପଢ଼ା ସାରିବା ପରେ ଚେନ୍ନାଇରେ ଦ୍ୱାଦଶ ଏବଂ ବେଙ୍ଗାଲୁରୁରୁ ବିବିଏମ୍‌ ଓ ଏମ୍‌ବିଏ ସମାପ୍ତ କରିଥିଲେ। ସେଠାରେ ବଡ଼ ପଦବୀରେ ନିଯୁକ୍ତି ମଧ୍ୟ ପାଇଥିଲେ। ମାତ୍ର ପରିବାରର ଚାପରେ ଓଡ଼ିଶା ଫେରି ପାରିବାରିକ କାରବାରକୁ ଆଗକୁ ନେବାକୁ ପଡ଼ିଥିଲା। ପରେ ହୋଣ୍ଡା ଡିଲରଶିପ୍‌ କରି ସଫଳତାର ଶିଡ଼ି ଚଢ଼ିବା ଆରମ୍ଭ କରିଥିଲେ। ଏକ ଦଶନ୍ଧିରୁ ଅଧିକ ସମୟର ଏହି ଯାତ୍ରାରେ ସେ ଅନେକ ଅଭିଜ୍ଞତା ସାଉଁଟିଥିବାବେଳେ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ଯାତ୍ରା ସମ୍ପର୍କରେ ଅନେଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

 

ପ୍ର- ଗ୍ରାମାଞ୍ଚଳରେ ବିକ୍ରି ବୃଦ୍ଧି ହେତୁ ଭାରତରେ ଦୁଇଚକିଆ ଯାନର ବଜାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆପଣ ଓଡ଼ିଶା ବଜାରରେ ମଧ୍ୟ ବିକ୍ରି ବୃଦ୍ଧି ଦେଖୁଛନ୍ତି କି?
ଉ-ନିଶ୍ଚିତ ଭାବେ ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ବିକ୍ରି ସଂଖ୍ୟା ବଢ଼ୁଛି। ଏକ ଗ୍ରାମୀଣ ଜିଲା ହୋଇଥିଲେ ମଧ୍ୟ ମୟୂରଭଞ୍ଜରେ ଦୁଇଚକିଆ ଯାନ ବିକ୍ରି ବଢ଼ୁଥିବାରୁ ଏହା ଅର୍ଥନୀତିର ଅଭିବୃଦ୍ଧି ଏବଂ ବିକାଶରେ ସହାୟକ ହେବ। ହଁ, ଓଡ଼ିଶା ବଜାରରେ ବିକ୍ରିରେ ବୃଦ୍ଧି ଘଟିଛି। ମାତ୍ର କୃଷି କ୍ଷେତ୍ର ପ୍ରଭାବିତ ହେବା, ପାଣିପାଗର ପରିବର୍ତ୍ତନ ଗ୍ରାମୀଣ ବଜାର ଉପରେ ଅଧିକ ପ୍ରଭାବ ପକାଇଥାଏ। ତେଣୁ ଆମେ କେବଳ ଗ୍ରାମୀଣ ପୃଷ୍ଠଭୂମି ଉପରେ ନିର୍ଭର ନ କରି ଅନ୍ୟ ଉପାୟ ଖୋଜିବାକୁ ପଡ଼ିଥାଏ।
ପ୍ର-ମୟୂରଭଞ୍ଜ ଜିଲାରେ ଏକ ଅଗ୍ରଣୀ ଡିଲର ହୋଇଥିବାବେଳେ କେଉଁ ସବୁ ସମସ୍ୟା ବା ଆହ୍ବାନର ସାମ୍ନା କରିବାକୁ ପଡ଼ିଥାଏ?
ଉ-ଗତ ୨ ବର୍ଷ ମଧ୍ୟରେ ହୋଣ୍ଡା ପରିବାର ଯୋଗାଣ କ୍ଷେତ୍ରରେ ଏକ ବଡ଼ ସଙ୍କଟର ସାମ୍ନା କରିଛି। ଯେଉଁ କାରଣରୁ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ବୟ ରକ୍ଷା ପୂର୍ବକ ବଜାରରେ ଅଗ୍ରଣୀ ଭାବେ ସ୍ଥିତି ବଜାୟ ରଖିବା ସହଜ ନ ଥିଲା। କୁଶଳୀ ମାନବ ଶକ୍ତିର ଉପଲବ୍ଧତା ଓ ଗ୍ରାହକଙ୍କ ଆବଶ୍ୟକତା ପୂରଣ ବର୍ତ୍ତମାନ ଇଣ୍ଡଷ୍ଟ୍ରିର ବଡ଼ ଆହ୍ବାନ।
ପ-ଗତବର୍ଷ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏହାର ଇଭି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲା। ବୈଦ୍ୟୁତିକ ଯାନ(ଇଭି) ସମ୍ପର୍କରେ ଆପଣଙ୍କ ମତ କ’ଣ?
ଉ-ଭାରତରେ ଇଭି ବ୍ୟବସାୟିକ ଢାଞ୍ଚାର ବିକାଶ ସବିଶେଷ ଯୋଜନା ଆଧାରିତ। ଏଥିରେ ନୂତନ ଇଭି ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ଅନ୍ତର୍ଭୁକ୍ତ ରହିଛି। ମୁଁ ଉତ୍କଣ୍ଠାର ସହ ହୋଣ୍ଡା ଇଭିର ଶୁଭାରମ୍ଭକୁ ଅପେକ୍ଷା କରିଛି। ବିଶ୍ୱ ପାଇଁ ଏହି ସବୁଜ ରୂପାନ୍ତରଣ ଯଥେଷ୍ଟ ଆବଶ୍ୟକତା ରହିଛି। କମ୍‌ ଖର୍ଚ୍ଚରେ, ଶୂନ୍ୟ ‘ଟେଲ୍‌ପାଇପ୍‌’ ନିର୍ଗମନ, ବାୟୁ ଓ ଶବ୍ଦ ପ୍ରଦୂଷଣ କମ୍‌ କରିବା ଭଳି ସୁବିଧା ଗ୍ରାହକ ପାଇପାରିବେ। ଏହି ଯାନଗୁଡ଼ିକର ରକ୍ଷଣାବେକ୍ଷଣାର ମଧ୍ୟ ବିଶେଷ ଖର୍ଚ୍ଚ କରିବାକୁ ପଡ଼ିବନି।
ପ୍ର-ଦୀର୍ଘ ବର୍ଷର ଯାତ୍ରାରେ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ କେଉଁ ସୂତ୍ର ଆପଣାଇଛନ୍ତି?
ଉ-ମୋ ପାଇଁ ଏହା ଏକ ଖୁବ୍‌ ସୁନ୍ଦର ଯାତ୍ରା। ଦୀର୍ଘବର୍ଷ ମଧ୍ୟରେ ମୁଁ ଅନେକ କଥା ଶିଖିଛି, ଆଗକୁ ମଧ୍ୟ ଶିକ୍ଷା ଜାରି ରହିବ। ତେବେ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ଆମ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଆହ୍ବାନପୂର୍ଣ୍ଣ ବିଷୟ। ଗ୍ରାହକମାନେ ସବୁଠାରୁ ଉତ୍କୃଷ୍ଟ ସେବା ଆମଠାରୁ ପାଇବେ ବୋଲି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ପଡ଼େ। ଏଥିପାଇଁ ଗ୍ରାହକଙ୍କୁ ଆଶାନୁରୂପ ସେବା ପ୍ରଦାନରେ ଆମେ କେବେ ଅବହେଳା କରୁନାହୁଁ।
ପ୍ର-ଜଣେ ଉଦ୍ୟୋଗୀ ଭାବେ ଏହି ବ୍ୟବସାୟକୁ କାହିଁକି ବାଛିଲେ? ଅନ୍ୟମାନଙ୍କୁ କ’ଣ ପରାମର୍ଶ ଦେବେ?
ଉ-ରାଇସ୍‌ ମିଲ୍‌ ଏବଂ ଟ୍ରେଡିଂ ଆମ ପାରିବାରିକ ବ୍ୟବସାୟ। ମାତ୍ର ମୁଁ ନିଜେ କିଛି କରିବାକୁ ଚାହଁୁଥିଲି ଏବଂ କିଛି ଭିନ୍ନ କରିବାକୁ ଚାହଁୁଥିଲି। ହୋଣ୍ଡାର ଉପତ୍ାଦଗୁଡ଼ିକ ଉନ୍ନତମାନର ହୋଇଥିବାରୁ ମୁଁ ଏହି କ୍ଷେତ୍ର ଚୟନ କରିଛି। ଏହାବ୍ୟତୀତ ହୋଣ୍ଡା ବିଶ୍ୱସ୍ତରରେ ବଜାର ସୃଷ୍ଟି କରିପାରିଛି। ତେବେ ଯୁବ ଉଦ୍ୟୋଗୀଙ୍କୁ କହିବାକୁ ଚାହିଁବି, ଏକ୍ଷେତ୍ରରେ ପାଦଦେବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ମାର୍କେଟିଂକୁ ଗୁରୁତ୍ୱ ଦେବା ସାଙ୍ଗକୁ ଗ୍ରାହକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରର ଯଥେଷ୍ଟ ଆବଶ୍ୟକତା ରହିଛି। ବିଜ୍‌ନେସ୍‌ରେ ସଫଳତା ପାଇଁ ମିଡିଆ ସହ ଯୋଡ଼ିହୋଇ ରହିବା ମଧ୍ୟ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?