ଆଦାର ପୁନାଓ୍ବାଲା: ଘୋଡ଼ା ବେପାରୀରୁ ଭାକ୍ସିନ୍‌ ଉଦ୍ୟୋଗ ବାଦଶାହ…

ନୂଆଦିଲ୍ଲୀ,୨୬।୫: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଦେଶର ସାଧାରଣ ଲୋକେ ପୂର୍ବରୁ ଏହି ଇନଷ୍ଟିଚ୍ୟୁଟ୍‌ ସମ୍ପର୍କରେ ଅବା ଏହାର କାମ ବିଷୟରେ ଅଜଣା ଥିଲେ। ମାତ୍ର କରୋନା ମହାମାରୀ ବିରୋଧରେ ଭାକ୍ସିନ୍‌ ପ୍ରସ୍ତୁତ କରୁଥିବା ଏହି ଇନଷ୍ଟିଚ୍ୟୁଟ୍‌ ବିଷୟରେ ଧୀରେଧୀରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ବ୍ରିଟେନ୍‌ର ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା ସହଯୋଗରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ କୋଭିଶିଲ୍ଡ ଭାକ୍ସିିନ୍‌ ପ୍ରସ୍ତୁତ କରି ଇତିହାସ ରଚିଥିଲା। ଏହାର ସିଇଓ ଆଦାର ପୁନାଓ୍ବାଲା ଦେଶର ଅତି ପରିଚିତ ବ୍ୟକ୍ତିତ୍ୱ ପାଲଟିଗଲେ। ଭାରତରେ ବ୍ରିଟିଶ୍‌ ଶାସନ ସମୟରେ ଆଦାରଙ୍କ ବଂଶଧର ପୁଣେରେ ବସବାସ ଆରମ୍ଭ କରିଥିଲେ। ପୁଣେରେ ବାସ କରିବା ଯୋଗୁ ଆଦାରଙ୍କ ପରିବାର ସଦସ୍ୟଙ୍କ ନାମ ପଛରେ ପାର୍ସି ସମ୍ପ୍ରଦାୟଙ୍କ ପ୍ରଚଳିତ ଧାରା ଅନୁସାରେ ପୁନାଓ୍ବାଲା ଯୋଡ଼ି ହୋଇଯାଇଥିଲା। ଆଦାରଙ୍କ ପୂର୍ବଜ ପ୍ରଥମେ କନଷ୍ଟ୍ରକଶନ୍‌ କାରବାର କରୁଥିଲେ। ତେବେ ଏଥିରେ ଅଧିକ ଲାଭ ନ ହେବାରୁ ଘୋଡ଼ା ବେପାର ଆରମ୍ଭ କରିଥିଲେ। ରେସ୍‌ରେ ଦୌଡୁ ଥିବା ଘୋଡ଼ା ବେପାରୀ ଭାବେ ସେମାନେ ଖ୍ୟାତି ହାସଲ କଲେ। ଆଦାରଙ୍କ ବୁଢ଼ାବାପା ସୋଲି ପୁନାଓ୍ବାଲା ଘୋଡ଼ା ବେପାର ଆରମ୍ଭ କଲେ। ଘୋଡ଼ା ବେପାର ମାଧ୍ୟମରେ ଦେଶର ଉଦ୍ୟୋଗପତି ଏବଂ ବ୍ରିଟିଶ୍‌ ଅଧିକାରୀଙ୍କ ସହିତ ଆଦାରଙ୍କ ପୂର୍ବଜଙ୍କ ସମ୍ପର୍କ ବଢ଼ିବାରେ ଲାଗିଲା। ଆଦାରଙ୍କ ପିତା ସାୟରସ୍‌ ପୁନାଓ୍ବାଲା ଘୋଡା ବେପାର ସହିତ ଭାକ୍ସିନ୍‌ କାରବାର ପ୍ରତି ଆଗ୍ରହ ବଢ଼ାଇଥିଲେ। ସେତେବେଳେ ଭାରତରେ ଭାକ୍ସିନ୍‌ ତିଆରି କାର୍ଯ୍ୟ ସୀମିତ ଥିଲା ଦେଶରେ ଭାକ୍ସିନ୍‌ ତିଆରି ଦାୟିତ୍ୱ ମୁମ୍ବାଇର ହାଫକିନ୍‌ ଇନଷ୍ଟିଚ୍ୟୁଟ୍‌କୁ ପ୍ରଦାନ କରାଯାଇଥିଲା। ଫାର୍ମର ଯେଉଁ ଘୋଡା ବୁଢ଼ା ହୋଇ ଯାଉଥିଲେ ସେମାନଙ୍କୁ ସର୍ପ ଦଂଶନ ଏବଂ ଟିଟାନସ୍‌ ପ୍ରତିଷେଧକ ଟିକା ପ୍ରସ୍ତୁତି କାର୍ଯ୍ୟରେ ଲଗାଯାଉଥିଲା। ଭାକ୍ସିନ୍‌ କାରବାରର ଭବିଷ୍ୟତକୁ ଦୃଷ୍ଟିରେ ରଖି ୧୯୬୬ରେ ସାୟରସ୍‌ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ସ୍ଥାପନା କରିଥିଲେ। ଏଠାରେ କେତେକ ସଂକ୍ରାମକ ରୋଗ ଳାଗି ପ୍ରତିଷେଧକ ଟିକା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହାଫକିନ୍‌ ଇନଷ୍ଟିଚ୍ୟୁଟ୍‌ର ବହୁ ଗବେଷକ ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ଯୋଗଦେଲେ। ୧୯୭୧ରେ ମିଳିମିଳା ଏବଂ ପେରୋଟାଇଟିସ୍‌ ରୋଗର ପ୍ରତିଷେଧକ ଟିକା ପ୍ରସ୍ତୁତ କରି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅନ୍ତର୍ଜାତୀୟସ୍ତରରେ ପରିଚିତି ହାସଲ କଲା। ଏହାପରେ ପୋଲିଓ ଯିକା ପ୍ରସ୍ତୁତିରେ ସଫଳତା ମିଳିଥିଲା। ୨୦୦୧ରେ ଇଂଲଣ୍ଡ ପାଠପଢ଼ା ଶେଷ କରି ସେରମ୍‌ ଇନଷ୍ଟଚ୍ୟୁଟରେ ଯୋଗଦେଲେ। ଧୀରେଧୀରେ କାରବାର ୩୫ ଦେଶର ବୃଦ୍ଧି ପାଇ ୧୬୫ ଦେଶରେ ପହଞ୍ଚିଥିଲା। ୨୦୧୧ରେ ଆଦାର ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କରୋନା ସଂକ୍ରମର ସମୟରେ ୨୦୨୦ ମେ’ରେ ସେରମ୍‌ ଇନଷ୍ଟଚ୍ୟୁଟ୍‌ ଆଷ୍ଟ୍ରାଜେନିକା ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହାପରେ ଦେଶକୁ କୋଭିଶିଲ୍ଡ ଭାକ୍ସିନ୍‌ ମିଳିଥିଲା। ଫଳରେ ଆଦାର ପୁନାଓ୍ବାଲାଙ୍କ ପରିବାର ଏବେ ଘୋଡ଼ା ବେପାରୀରୁ ଭାକ୍ସିନ୍‌ ଉଦ୍ୟୋଗର ବାଦଶାହା ପାଲଟି ଯାଇଛନ୍ତି। ଖ୍ୟାତି ସହିତ ମହାମାରୀ କବଳରୁ ଲୋକଙ୍କୁ ରକ୍ଷା କରିବାର ସୁରକ୍ଷା କବଚ ଭାବେ ଇତିହାସ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?