Posted inଜାତୀୟ

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପ୍‌ରେ ଏଣ୍ଟ୍ରି: ପୁନାଓ୍ବାଲା ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ ନିୟନ୍ତ୍ରଣ କରିବା ପାଇଁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି ଏବଂ ଅଧିକାଂଶ ଲୋକଙ୍କୁ କୋଭିଶିଲ୍ଡ ଟିକା ଦିଆଯାଉଛି। ତେବେ ଏହି ସମୟରେ ଖବର ଆସିଛି ଯେ ୟୁରୋପୀୟ ୟୁନିଅନର ଦେଶମାନେ କୋଭିଶିଲ୍ଡ ନେଇଥିବା ଲୋକଙ୍କୁ ତାଙ୍କ ଦେଶକୁ ଆସିବାକୁ ଦେବେ ନାହିଁ। ଏହାପରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଅଦର ପୁନାୱାଲା ଟୁଇଟ କରି ୟୁରୋପୀୟ ୟୁନିଅନ ଗସ୍ତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଭାରତୀୟମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ପୁନାୱାଲା ଟୁଇଟ୍‌ରେ ଲେଖିଛନ୍ତି, ମୁଁ ଅନୁଭବ କରିଛି ଯେ କୋଭିଶିଲ୍ଡ ଟିକା ନେଇଥିବା ଅନେକ ଭାରତୀୟ ୟୁରୋପୀୟ ୟୁନିଅନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଁ ସମସ୍ତଙ୍କୁ ନିଶ୍ଚିତ କରୁଛି, ମୁଁ ଏହି ସମସ୍ୟାକୁ ଏକ ବଡ଼ ଢଙ୍ଗରେ ଉଠାଇଛି। ଖୁବ୍‌ଶୀଘ୍ର ଏହାର ନିୟାମକ ଏବଂ କୂଟନୈତିକ ସ୍ତରରେ ସମାଧାନ ହେବ।
କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହୋଇଛି ଏବଂ ପୁଣେର ଟିକା ନିର୍ମାତା କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ଭାରତରେ ଏହାକୁ ପ୍ରସ୍ତୁତ କରାଯାଉଛି। ୟୁରୋପୀୟ ୟୁନିଅନ (ଇୟୁ) ଏପର୍ଯ୍ୟନ୍ତ କେବଳ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଭାକ୍ସଜେଭେରିଆକୁ ସ୍ବୀକୃତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନ ଆବେଦନର ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୨୧ା୯(ଆଇଏଏନ୍‌ଏସ୍‌): ନ୍ୟାୟପାଳିକାରେ ମାମଲା ବୋଝ କମାଇବା ପାଇଁ ଜଣିକିଆ ଖଣ୍ଡପୀଠ ଗଠନ ଲାଗି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହି ଖଣ୍ଡପୀଠଗୁଡ଼ିକରେ ଜାମିନ, ମାମଲା ସ୍ଥାନାନ୍ତର ଏବଂ...

ବାଟ୍‌ଲା ହାଉସ୍ ଏନ୍‌କାଉଣ୍ଟର: ସୋନିଆ, ମମତାଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୯ ।୩: ବାଟ୍‌ଲା ହାଉସ୍ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ସାକେତ କୋର୍ଟ ଇଣ୍ଡିଆନ ମୁଜାହାଦ୍ଦିନର ଆତଙ୍କବାଦୀ ଆରିଜ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କର...

କଶ୍ମୀରରେ ଶୂନ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ

ଶ୍ରୀନଗର,୨୬ା୧୨: କଶ୍ମୀର ଉପତ୍ୟକାର ଗ୍ରାମାଞ୍ଚଳର ପାଗ ଜନଜୀବନକୁ ଅସ୍ତବ୍ୟସ୍ତ କର ପକାଇଛି। କାରଣ ଏଠାରେ ଏତେ ଥଣ୍ଡା ଯେ, ପ୍ରବଳ ବରଫ ପଡୁଛି। ଶୂନ ଡିଗ୍ରୀ...

ଭାଜପା ଏମ୍‌ପିଙ୍କୁ ଧମକ: ଟଙ୍କା ନ ଦେଲେ ବୋମାପକାଇ ଘର ଉଡାଇଦେବୁ

ପ୍ରତାପଗଡ,୧୩।୮: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାର ଏମ୍‌ପି ସଙ୍ଗମଲାଲ ଗୁପ୍ତାଙ୍କୁ ଏକ ଧମକ ମିଳିଛି। ତାଙ୍କୁ ଫୋନ୍‌ରେ କିଛି ଲୋକ ୫ କୋଟି ଟଙ୍କା ବଟି ମାଗିଛନ୍ତି।...

ମିଳିଲା ବ୍ଲାକ୍‌ ବକ୍ସ: ଏବେ ଖୋଲିବ କୁନ୍ନୁର ଦୁର୍ଘଟଣାର ସତ କାହାଣୀ

ନୂଆଦିଲ୍ଲୀ,୯ା୧୨: ତାମିଲନାଡୁ କୁନ୍ନୁରରେ ବୁଧବାର ମଧ୍ୟାହ୍ନରେ ଘଟିଥିବା ଚପର ଦୁର୍ଘଟଣାର ଗୁମର ଖୋଲିବ ବ୍ଲାକ୍‌ ବକ୍ସ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଏହି ବକ୍ସକୁ ଉଦ୍ଧାର କରିଛନ୍ତି।...

ଦିନରେ ପଢୁଥିଲେ, ରାତିରେ କରୁଥିଲେ ଜଗୁଆଳି କାମ; ଏବେ ମିଳିଲା ବଡ଼ ପଦବୀ

ଥିରୁଭାନନ୍ତପୁରମ୍‌,୧୨।୪: ଜଣେ ବ୍ୟକ୍ତି ଦିନରେ ପାଠ ପଢ଼ୁଥିବା ବେଳେ ରାତିରେ ଜଗୁଆଳି କାମ କରୁଥିଲେ। ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏବେ ରାଞ୍ଚିର ଆଇଆଇଏମ୍‌ରେ...

ସ୍ଥାୟୀ କମିଶନ ପ୍ରକ୍ରିୟା ଭେଦଭାବପୂର୍ଣ୍ଣ: ରିଭ୍ୟୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୩: ଭାରତୀୟ ସେନାରେ ସ୍ଥାୟୀ କମିଶନ ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଭେଦଭାବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି।...

 ଥରିଲା ନିକୋବର

ପୋର୍ଟବ୍ଲେୟାର,୨୨।୧୦: ନିକୋବର ଦ୍ୱୀପରେ ମଙ୍ଗଳବାର ଭୋର୍‌ ୬ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ଭାରତୀୟ ପାଣିପାଗ...

Advertisement
Archives

Model This Week