ଗ୍ଲାମର ଛାଡ଼ି ଏବେ ଯୋଗିନୀ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ ପୂରଣ ହୋଇଛି, କେତେକ ନିରାଶ ହୋଇଛନ୍ତି। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯିଏ ସବୁକିଛି ମିଳିବା ପରେ ଧର୍ମର ବାଟରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କୁ।

ସନା ଖାନ୍‌: ବିଗ୍‌ବସରେ ନାମ କମାଇଥିବା ଅନେକ କଳାକାରଙ୍କ ମଧ୍ୟରୁ ସନା ଜଣେ। ସେ ଗୋଆ, ହଲ୍ଲା ବୋଲ, ଜୟ ହୋ ଭଳି ସିନେମାରେ କାମ କରିଛନ୍ତି। ଫିଲ୍ମରୁ ଲୋକପ୍ରିୟତା ମଧ୍ୟ ପାଇଛନ୍ତି। ହେଲେ ଏବେ ହଠାତ୍‌ ସେ ଧର୍ମର ବାଟକୁ ବାଛି ନେଇଛନ୍ତି। ଆଗାମୀ ଦିନରେ ସେ ମଣିଷପଣିଆକୁ ବଞ୍ଚାଇ ରଖିବା ପାଇଁ କାମ କରିବେ ବୋଲି କହିଛନ୍ତି।

ମମତା କୁଲକର୍ଣ୍ଣି: ଆଶିକ ଆଓ୍ବାରା, ବକ୍ତ ହମାରା ହେ, କ୍ରାନ୍ତିବୀର, କରନ ଅର୍ଜୁନ ଭଳି ଫିଲ୍ମରେ କାମ କରିଥିବା ମମତା ହଠାତ ବଲିଉଡ୍‌ ସହ ସବୁ ସମ୍ପର୍କ ତୁଟାଇଦେଇଥିଲେ। ଏହାପରେ ସେ ଆଧ୍ୟାତ୍ମିକ ରାସ୍ତାରେ ଯାଇଥିଲେ। ୨୦୧୩ରେ ଅଭିନେତ୍ରୀଙ୍କ ଜୀବନ ସମ୍ପର୍କିତ ପୁସ୍ତକ ‘ଅଟୋବାୟୋଗ୍ରାଫି ଅଫ୍‌ ଦ ଯୋଗିନୀ’ ପ୍ରକାଶିତ ହୋଇଥିଲା। ଏଥିରେ ସେ ଏପରି କରିବା ପଛର କାରଣ କହିଥିଲେ।

ଜାୟରା ବସୀମ: ଦଙ୍ଗଲ ଏବଂ ସିକ୍ରେଟ ସୁପରଷ୍ଟାର ଭଳି ଫିଲ୍ମରେ କାମ କରିଥିବା ଜାୟରା ୨୦୧୯ରେ ହଠାତ ବଲିଉଡ୍‌ ଛାଡ଼ିବାକୁ ଘୋଷଣା କରିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା। ହେଲେ ତାଙ୍କୁ ଚାକଚକ୍ୟ ଜୀବନରୁ ଖୁସି ମିଳୁନାହିଁ। ତେଣୁ ସେ ଧର୍ମର ପଥକୁ ବାଛୁଥିବା କହିଥିଲେ।

ଅନୁ ଅଗ୍ରଓ୍ବାଲ: ଫିଲ୍ମ ଆଶିକୀ ତ ଆପଣ ଦେଖିଥିବେ। ଏଥିରେ ଅନୁଙ୍କ ଭୂମିକାଙ୍କୁ ବେଶ ପ୍ରଶଂସା କରାଯାଇଥିଲା। ପରେ ତାଙ୍କୁ ହିଟ୍‌ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଇଥିଲା। ହେଲେ ଖରାପ ସ୍କ୍ରିପ୍ଟ ଯୋଗୁ ତାହା ହୋଇ ନ ଥିଲା। ଶେଷରେ ସେ ବଲିଉଡ୍‌କୁ ଟାଟା କହି ଆଧ୍ୟାତ୍ମିକ ପଥକୁ ବାଛି ନେଇଥିଲେ।

ସୋଫିୟା ହୟାତ: ବହୁମୁଖି ପ୍ରତିଭାର ଅଧିକାରୀ ସୋଫିୟା ଜଣେ ସିଂଗର, ଅଭିନେତ୍ରୀ ଏବଂ ଲୋକପ୍ରିୟ ଟେଲିଭିଜନ କଳାକାର ଥିଲେ। ନିକଟରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସ୍ବର ଉଠାଇଥିଲେ। ପରେ ସମ୍ପର୍କରେ ନିଯ୍ୟାତନାର ଶିକାର ହୋଇ ଯୋଗିନୀ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜର ନାମ ବଦଳାଇ ମଧ୍ୟ ଦେଇଥିଲେ। ଏବେ ତାଙ୍କୁ ଗାଇଆ ସୋଫିୟା ମଦର ନାମରେ ଲୋକେ ଜାଣନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଭାଇରାଲ ହେଉଛି ପୋଷ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଶନିବାର ଅର୍ଥାତ୍ ୫ ନଭେମ୍ବରରେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସମସ୍ତେ ବିରାଟଙ୍କୁ ତାଙ୍କ...

ମୋ ପୁଅକୁ ଆଉ କେବେ ଭେଟିବି ନାହିଁ, କାହିଁକି ଏମିତି କହିଲେ କୁମାର ସାନୁ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ବିଗ ବସ ୧୪ରୁ ବିଦାୟ ନେଇଛନ୍ତି। ଘରୁ ବାହାରକୁ ଆସିବା ମାତ୍ରେ ନିଜ...

ହାପି ବାର୍ଥ ଡେ ଭାମିକା, ବର୍ଷକର ହେଲେ ବିରୁଷ୍କାଙ୍କ ଝିଅ

ମୁମ୍ବାଇ,୧୧ ।୧: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ଝିଅ ଭାମିକା କୋହଲି ବର୍ଷକର ହୋଇଛନ୍ତି ।...

‘ମୁଁ କେବଳ ଜଣେ ଭଲ ମଣିଷ ହେବାକୁ ଚାହେଁ’

ସାଉଥ ସୁପରଷ୍ଟାର୍‌ କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରାୟ ୩୦୦ କୋଟିରୁ ଅଧିକ ଆୟ...

ମା’ଙ୍କ ଜନ୍ମଦିନରେ ଦାମୀ କାର୍‌ ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର୍‌ ହିରୋ କାର୍ତ୍ତିକ ଆର୍ୟନ୍‌ଙ୍କୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚା। ଅଳ୍ପ ଦିନର ବଲିଉଡ୍‌ କ୍ୟାରିୟର୍‌ ଭିତରେ ସେ ବେଶ୍‌ ଲୋକପ୍ରିୟତା...

ଜୟମାଳା ବେଳେ ରୋମାଣ୍ଟିକ ହୋଇଥିଲେ ସିଦ୍ଧାର୍ଥ-କିଆରା; ଭାଇରାଲ ହେଉଛି ଭିଡିଓ

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ହିଟ୍‌ କଳାକାର ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ପ୍ରଥମେ ଦୁହିଁଙ୍କ ବିବାହକୁ...

ଦୁର୍ଘଟଣା ପରେ ପୁଣି ଫେରିଲେ ‘ବଚପନ୍‌ କା ପ୍ୟାର୍‌’ ଷ୍ଟାର୍‌

ବଚପନ୍‌ କା ପ୍ୟାର ଫେମ୍‌ ସହଦେବ ଡିରଡୋଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସହଦେବ ଅଭିନେତ୍ରୀ...

ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରର ଗୋଟିଏ କାର୍ଡର ମୂଲ୍ୟ ଜାଣିଲେ…

ବର୍ତ୍ତମାନ କାଟ୍ରିନା ଭିକି କୌଶଲଙ୍କ ବିବାହକୁ ନେଇ ଫ୍ୟାନ୍ ଫଲୋର୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢ଼ିଛି। ତେବେ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି।...

Advertisement
Archives

Model This Week