ଗ୍ଲାମର ଛାଡ଼ି ଏବେ ଯୋଗିନୀ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ ପୂରଣ ହୋଇଛି, କେତେକ ନିରାଶ ହୋଇଛନ୍ତି। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯିଏ ସବୁକିଛି ମିଳିବା ପରେ ଧର୍ମର ବାଟରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କୁ।

ସନା ଖାନ୍‌: ବିଗ୍‌ବସରେ ନାମ କମାଇଥିବା ଅନେକ କଳାକାରଙ୍କ ମଧ୍ୟରୁ ସନା ଜଣେ। ସେ ଗୋଆ, ହଲ୍ଲା ବୋଲ, ଜୟ ହୋ ଭଳି ସିନେମାରେ କାମ କରିଛନ୍ତି। ଫିଲ୍ମରୁ ଲୋକପ୍ରିୟତା ମଧ୍ୟ ପାଇଛନ୍ତି। ହେଲେ ଏବେ ହଠାତ୍‌ ସେ ଧର୍ମର ବାଟକୁ ବାଛି ନେଇଛନ୍ତି। ଆଗାମୀ ଦିନରେ ସେ ମଣିଷପଣିଆକୁ ବଞ୍ଚାଇ ରଖିବା ପାଇଁ କାମ କରିବେ ବୋଲି କହିଛନ୍ତି।

ମମତା କୁଲକର୍ଣ୍ଣି: ଆଶିକ ଆଓ୍ବାରା, ବକ୍ତ ହମାରା ହେ, କ୍ରାନ୍ତିବୀର, କରନ ଅର୍ଜୁନ ଭଳି ଫିଲ୍ମରେ କାମ କରିଥିବା ମମତା ହଠାତ ବଲିଉଡ୍‌ ସହ ସବୁ ସମ୍ପର୍କ ତୁଟାଇଦେଇଥିଲେ। ଏହାପରେ ସେ ଆଧ୍ୟାତ୍ମିକ ରାସ୍ତାରେ ଯାଇଥିଲେ। ୨୦୧୩ରେ ଅଭିନେତ୍ରୀଙ୍କ ଜୀବନ ସମ୍ପର୍କିତ ପୁସ୍ତକ ‘ଅଟୋବାୟୋଗ୍ରାଫି ଅଫ୍‌ ଦ ଯୋଗିନୀ’ ପ୍ରକାଶିତ ହୋଇଥିଲା। ଏଥିରେ ସେ ଏପରି କରିବା ପଛର କାରଣ କହିଥିଲେ।

ଜାୟରା ବସୀମ: ଦଙ୍ଗଲ ଏବଂ ସିକ୍ରେଟ ସୁପରଷ୍ଟାର ଭଳି ଫିଲ୍ମରେ କାମ କରିଥିବା ଜାୟରା ୨୦୧୯ରେ ହଠାତ ବଲିଉଡ୍‌ ଛାଡ଼ିବାକୁ ଘୋଷଣା କରିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା। ହେଲେ ତାଙ୍କୁ ଚାକଚକ୍ୟ ଜୀବନରୁ ଖୁସି ମିଳୁନାହିଁ। ତେଣୁ ସେ ଧର୍ମର ପଥକୁ ବାଛୁଥିବା କହିଥିଲେ।

ଅନୁ ଅଗ୍ରଓ୍ବାଲ: ଫିଲ୍ମ ଆଶିକୀ ତ ଆପଣ ଦେଖିଥିବେ। ଏଥିରେ ଅନୁଙ୍କ ଭୂମିକାଙ୍କୁ ବେଶ ପ୍ରଶଂସା କରାଯାଇଥିଲା। ପରେ ତାଙ୍କୁ ହିଟ୍‌ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଇଥିଲା। ହେଲେ ଖରାପ ସ୍କ୍ରିପ୍ଟ ଯୋଗୁ ତାହା ହୋଇ ନ ଥିଲା। ଶେଷରେ ସେ ବଲିଉଡ୍‌କୁ ଟାଟା କହି ଆଧ୍ୟାତ୍ମିକ ପଥକୁ ବାଛି ନେଇଥିଲେ।

ସୋଫିୟା ହୟାତ: ବହୁମୁଖି ପ୍ରତିଭାର ଅଧିକାରୀ ସୋଫିୟା ଜଣେ ସିଂଗର, ଅଭିନେତ୍ରୀ ଏବଂ ଲୋକପ୍ରିୟ ଟେଲିଭିଜନ କଳାକାର ଥିଲେ। ନିକଟରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସ୍ବର ଉଠାଇଥିଲେ। ପରେ ସମ୍ପର୍କରେ ନିଯ୍ୟାତନାର ଶିକାର ହୋଇ ଯୋଗିନୀ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜର ନାମ ବଦଳାଇ ମଧ୍ୟ ଦେଇଥିଲେ। ଏବେ ତାଙ୍କୁ ଗାଇଆ ସୋଫିୟା ମଦର ନାମରେ ଲୋକେ ଜାଣନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri