କରୋନା କାଳରେ ଆମ୍ବୁଲାନ୍ସ ଡ୍ରାଇଭର ପାଲଟିଲେ ଏହି ସୁପରଷ୍ଟାର; ରୋଗୀଙ୍କୁ ପହଞ୍ଚାଉଛନ୍ତି ଡାକ୍ତରଖାନା

ବମ୍ବେ: କରୋନା ଦ୍ୱିତୀୟ ଲହର ସହ ଲଢ଼ୁଛି ଭାରତ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ରୋଗୀଙ୍କୁ ସ୍ଥାନ ମିଳୁନାହିଁ। କିଏ ଅକ୍ସିଜେନ ପାଇଁ ତ କିଏ ସଠିକ୍‌ ସମୟରେ ଚିକିତ୍ସା ନ କରିପାରି ପ୍ରାଣ ହରାଉଛନ୍ତି। ଏପରିସ୍ଥିତିରେ ଆଗଧାଡ଼ିକୁ ଆସି ଲୋକଙ୍କ ସେବାରେ ମନୋନିବେଶ କରିଛନ୍ତି କିଛି କଳାକାର। ଖାଲି ପରଦାରେ ନୁହେଁ ବାସ୍ତବ ଜୀବନରେ ମଧ୍ୟ ଜଣେ ଜଣେ ହିରୋର ଭୂମିକା ସେମାନେ ତୁଲାଉଛନ୍ତି। କନ୍ନଡ ଫିଲ୍ମର ସୁପରଷ୍ଟାର ଅର୍ଜୁନ ଗୌଡ଼ା ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି। ସେ ଏବେ ଆମ୍ବୁଲାନ୍ସ ଡ୍ରାଇଭର ହୋଇଯାଇଛନ୍ତି। ରୋଗୀମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଉଛନ୍ତି ଅର୍ଜୁନ। ଏଥିସହ ସେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି, ଯାହାର ନାମ ରହିଛି ସ୍ମାଇଲ୍‌ ଟ୍ରଷ୍ଟ।

ଲୋକମାନଙ୍କ ସହାୟତା ପାଇଁ ଗତ କିଛି ଦିନରୁ ଅର୍ଜୁନ ଘରକୁ ଯାଇନାହାନ୍ତି। ଏବେ ଯାଏ ସେ ୬ଜଣ ଲୋକଙ୍କ ଶେଷକୃତ୍ୟ ମଧ୍ୟ କରିସାରିଛନ୍ତି। ଏଭଳି ଭୟଙ୍କର ସମୟରେ ଆମ ସମସ୍ତଙ୍କୁ ଅନ୍ୟମାନଙ୍କ ସହାୟତା କରିବା ଆବଶ୍ୟକତା ରହିଛି। ଅନ୍ୟଜଣଙ୍କ କିଏ ଏବଂ କେଉଁଠାରୁ ଆସିଛି ତାହା ନ ଭାବି କେବଳ ସାହାଯ୍ୟ କରିବା ଉଚିତ। ଏଥିପାଇଁ ସେ ସହରର କେଉଁଠିକୁ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ବୋଲି ଅଭିନେତା କୁହନ୍ତି।

ତେବେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ସହ ଭୂମି ପେଡନେକର, ରବିନା ଟଣ୍ଡନ, ଗୁରମିତ ଚୌଧୁରୀ, ବିନିତ ସିଂହ, ପଙ୍କଜ ତ୍ରିପାଠୀ ପ୍ରମୁଖ ଲୋକଙ୍କ ସହାୟତାରେ ଲାଗିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri