କରୋନା କାଳରେ ଆମ୍ବୁଲାନ୍ସ ଡ୍ରାଇଭର ପାଲଟିଲେ ଏହି ସୁପରଷ୍ଟାର; ରୋଗୀଙ୍କୁ ପହଞ୍ଚାଉଛନ୍ତି ଡାକ୍ତରଖାନା

ବମ୍ବେ: କରୋନା ଦ୍ୱିତୀୟ ଲହର ସହ ଲଢ଼ୁଛି ଭାରତ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ରୋଗୀଙ୍କୁ ସ୍ଥାନ ମିଳୁନାହିଁ। କିଏ ଅକ୍ସିଜେନ ପାଇଁ ତ କିଏ ସଠିକ୍‌ ସମୟରେ ଚିକିତ୍ସା ନ କରିପାରି ପ୍ରାଣ ହରାଉଛନ୍ତି। ଏପରିସ୍ଥିତିରେ ଆଗଧାଡ଼ିକୁ ଆସି ଲୋକଙ୍କ ସେବାରେ ମନୋନିବେଶ କରିଛନ୍ତି କିଛି କଳାକାର। ଖାଲି ପରଦାରେ ନୁହେଁ ବାସ୍ତବ ଜୀବନରେ ମଧ୍ୟ ଜଣେ ଜଣେ ହିରୋର ଭୂମିକା ସେମାନେ ତୁଲାଉଛନ୍ତି। କନ୍ନଡ ଫିଲ୍ମର ସୁପରଷ୍ଟାର ଅର୍ଜୁନ ଗୌଡ଼ା ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି। ସେ ଏବେ ଆମ୍ବୁଲାନ୍ସ ଡ୍ରାଇଭର ହୋଇଯାଇଛନ୍ତି। ରୋଗୀମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଉଛନ୍ତି ଅର୍ଜୁନ। ଏଥିସହ ସେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି, ଯାହାର ନାମ ରହିଛି ସ୍ମାଇଲ୍‌ ଟ୍ରଷ୍ଟ।

ଲୋକମାନଙ୍କ ସହାୟତା ପାଇଁ ଗତ କିଛି ଦିନରୁ ଅର୍ଜୁନ ଘରକୁ ଯାଇନାହାନ୍ତି। ଏବେ ଯାଏ ସେ ୬ଜଣ ଲୋକଙ୍କ ଶେଷକୃତ୍ୟ ମଧ୍ୟ କରିସାରିଛନ୍ତି। ଏଭଳି ଭୟଙ୍କର ସମୟରେ ଆମ ସମସ୍ତଙ୍କୁ ଅନ୍ୟମାନଙ୍କ ସହାୟତା କରିବା ଆବଶ୍ୟକତା ରହିଛି। ଅନ୍ୟଜଣଙ୍କ କିଏ ଏବଂ କେଉଁଠାରୁ ଆସିଛି ତାହା ନ ଭାବି କେବଳ ସାହାଯ୍ୟ କରିବା ଉଚିତ। ଏଥିପାଇଁ ସେ ସହରର କେଉଁଠିକୁ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ବୋଲି ଅଭିନେତା କୁହନ୍ତି।

ତେବେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ସହ ଭୂମି ପେଡନେକର, ରବିନା ଟଣ୍ଡନ, ଗୁରମିତ ଚୌଧୁରୀ, ବିନିତ ସିଂହ, ପଙ୍କଜ ତ୍ରିପାଠୀ ପ୍ରମୁଖ ଲୋକଙ୍କ ସହାୟତାରେ ଲାଗିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri