୫୪ ହଜାର ତଳେ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ୬ ହଜାରରୁ କମ୍‌…

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୪ ହଜାର ତଳେ ରହିଛି। କେରଳ, ମହାରାଷ୍ଟ୍ର ଆଦି ୨ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି। ଏସବୁ ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ଶହ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ତଳେ ରହିଛି। ଏହା ୫,୯୦୩ ରହିଛି। ଗୋଟିଏ ଦିନ ତଳେ ଏହା ୬,୮୦୪ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୧ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୫୩ ହଜାର ୯୭୪ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୫୫ ହଜାର ୧୧୪ ଥିଲା। ସେହିପରି ୨୪ ଘଣ୍ଟାରେ ୭ ହଜାର ୩୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୮ ହଜାର ୪୧୪ ଥିଲା।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୪ ଲକ୍ଷ ୬୨ ହଜାର ୪୪୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୮ ଲକ୍ଷ ୮୦ ହଜାର ୪୬୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ରାମ ମନ୍ଦିରରେ ହେଲା ଚମତ୍କାର: ଭିଡିଓ ନ ଦେଖିଲେ କରିପାରିବେନି ବିଶ୍ୱାସ

ଅଯୋଧ୍ୟା,୧।୩: ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ଭଗବାନ ପ୍ରଭୁ ଶ୍ରୀ ରାମଙ୍କ ପ୍ରତିଷ୍ଠା କରାଯାଇଥିଲା। ଭଗବାନ ଶ୍ରୀ ରାମଙ୍କ ପ୍ରତିଷ୍ଠା ପରେ ଅନେକ ଜିନିଷ...

ଅଧରାତି ଯାଏ ଭାଜପାର ମାରାଥନ ବୈଠକ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଭାଜପାର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩।୧: ଆସନ୍ତା ଲୋକ ସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ସ୍ଥିର କରିବା ପରେ ଭାଜପା ପ୍ରାର୍ଥୀଙ୍କ ନାମ ଉପରେ...

ହୋଲି ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୩: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ...

ଭାରତରେ ବଢ଼ୁଛି କଲରାପତରିଆ ବଂଶ

ନୂଆଦିଲ୍ଲୀ, ୧ା୩ (ପି.ଟି)ଭାରତରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସବିଶେଷ ରିପୋର୍ଟ ଅନୁଯାୟୀ ୨୦୨୨...

ଆସାମରେ ଛିଣ୍ଡିଲା ଆସନ ଭାଗବଣ୍ଟା, ୧୧ରେ ଭାଜପା ୩ରେ ଏନଡିଏ ସହଯୋଗୀ

ନୂଆଦିଲ୍ଲୀ,୨୯।୨: ଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସାମରେ ଆସନ ବାଣ୍ଟିବା ନେଇ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଏହାର...

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କୁ ବଞ୍ଚାଇବାରେ ପ୍ରିୟଙ୍କାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ,୨୯।୨: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶ ସରକାରଙ୍କ ସଙ୍କଟକୁ ରୋକିବାରେ ତଥା ସରକାରଙ୍କୁ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।...

“All is well”: ଶିବକୁମାର କହିଲେ ହିମାଚଳରେ ସବୁ ମତଭେଦ ଶେଷ, ୫ ବର୍ଷ ଚାଲିବ ସୁଖୁ ସରକାର

ଶିମଲା,୨୯।୩: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ସଙ୍କଟ ଦୂର ହୋଇଛି। ରାଜ୍ୟର ଏକମାତ୍ର ରାଜ୍ୟ ସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ...

ଲୋକ ସଭା ନିର୍ବାଚନ: ଆଜି ଆସିପାରେ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ଓଡ଼ିଶାରୁ ଏହି ୨ ଜଣଙ୍କୁ ମିଳିପାରେ ଟିକେଟ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ,୨୯।୨: ଲୋକ ସଭା ନିର୍ବାଚନ ୨୦୨୪ ସମ୍ପର୍କରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗୁରୁବାର ସାରେ ନୂଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଡକାଯାଇଛି। ଏହି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri