ପୂଜାରେ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ,୧୭ା୧୦(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ। ତେଣୁ ସହରରେ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ନଜରରେ ରଖି ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଆଇନ ଶୃଙ୍ଖଳାର ସମୀକ୍ଷା କରାଯାଇଛି। ସହରସ୍ଥିତ ପୁରୁଣା ଜିଲା ପରିଷଦ ହଲ୍‌ଠାରେ ସୋମବାର ସନ୍ଧ୍ୟା ୬ଟାରେ
ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଭାପତିତ୍ୱ କରି ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଲେ, ପୂଜା ସମୟରେ ଟ୍ରାଫିକ ନିୟମକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କଲେ କୌଣସି ସମସ୍ୟା ରହିବ ନାହିଁ । ଟ୍ରାଫିକ ପୋଷ୍ଟ ଗୁଡ଼ିକରେ କୌଣସି ସମସ୍ୟା ନ ଉପୁଜିବା ପାଇଁ ସ୍ଥାନୀୟ ଲୋକମାନେ ମଧ୍ୟ ସେଠାରେ ରହିବାକୁ ଏସ୍‌ପି ଅନୁରୋଧ କରିଥିଲେ। ଏଥିସହ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ଏସ୍‌ପି କହିଥିଲେ।
ପୂଜା ସମୟରେ ଅଟୋ ଚାଳକମାନେ ଓଭରଲୋଡ୍‌ ନେବେ ନାହିଁ। ଲାଇଟ୍‌ ଗେଟ୍‌ଗୁଡିକ ନିକଟରେ ଭିଡକୁ ଆଡେଇବା ପାଇଁ ସ୍ବେଚ୍ଛାସେବୀଙ୍କୁ ରଖାଯିବ। ଅଡିଓ ସିଷ୍ଟମରେ ସଚେତନତା ବାର୍ତ୍ତା ଦିଆଯିବ। ପାର୍କିଂ ସ୍ଥାନଗୁଡିକ ପରିଦର୍ଶନ କରାଯିବା ପରେ ପୌରସଂସ୍ଥାଠାରୁ ଅନୁମତି ନିଆଯିିବ। ସ୍ଥାନୀୟ ଲୋକମାନେ ନିଜର ବନ୍ଧୁ ବାନ୍ଧବଙ୍କୁ ସନ୍ଧ୍ୟା ପୂର୍ବରୁ ପୂଜା ବୁଲି ଫେରି ଆସିବାକୁ ଅନୁରୋଧ କରିବାକୁ ଏସ୍‌ପି କହିଥିଲେ। ଅତ୍ୟଧିକ ମଦ୍ୟପପାନ କରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯିିବ। ପୂଜା ସମୟରେ ରାସ୍ତାଗୁଡିକୁ ୫ ଭାଗରେ ବିଭକ୍ତ କରାଯାଇଛି । କଲେଜ ବାଇପାସ୍‌, ବସଷ୍ଟାଣ୍ଡ, ପୂର୍ତ୍ତବିଭାଗ ଛକ, ମହାବୀର ବଜାର, ଦକ୍ଷିଣକାଳୀ ରୋଡ୍‌, ଶଙ୍କୁନ୍ତଳ ଛକ, ଜଗନ୍ନାଥ ରୋଡ୍‌, ଶାସନ ଛକ, କାଲଟାକ୍ସ ରୋଡ୍‌, କୋରିଆଁ ଛକ ରାସ୍ତା ନଂ.୧ରେ ଯାଉଛି। ରାସ୍ତା ନଂ.୨ରେ କୋରିଆଁ ଛକରୁ ଶାସନ ଛକ, ଜଗନ୍ନାଥ ହସ୍ପିଟାଲ, ସୂର୍ଯ୍ୟ ହୋଟେଲ, ଗାନ୍ଧୀ ମନ୍ଦିର, ବସ୍‌ଷ୍ଟାଣ୍ଡରୁ କଲେଜ ଛକ। ରାସ୍ତା ନଂ. ୩ରେ ଓଭରବ୍ରିଜ୍‌, ରେଳଷ୍ଟେଶନ ରୋଡ୍‌, କାଲଟାକ୍ସ ଛକରୁ କୋରିଆଁ ବାଇବାସ। ରାସ୍ତା ନଂ. ୪ରେ ଶଙ୍କରପୁର, ମହିଷାପାଟ ଛକ, କଣ୍ଟାନାଳୀ ଛକ, ବଉଳଛକ, ରାମଦାସ ଛକ, ବଳରାମ ମନ୍ଦିର, ରାଜବାଟୀ ଓ ବସ୍‌ଷ୍ଟାଣ୍ଡ ଟ୍ରାଫିକ ଛକ। ୫ନଂ.ରେ ତାରିଣୀ ଛକ, ମେଡିକାଲ ଛକ, ଦକ୍ଷିଣକାଳୀ, ଶକୁନ୍ତଳ ହୋଟେଲ ଓ ଜଗନ୍ନାଥ ରୋଡ୍‌ ଦେଇ ଯାନବାହାନ ଚଳାଚଳ କରିବ। ପୂଜା ସମୟରେ ଟ୍ରାଫିକ୍‌ ନିୟମ ମାନିବା ସହିତ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ମିଳିତବଜାର ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା ଆହ୍ବାନ ଦେଇଥିଲେ। ଢେଙ୍କାନାଳ ଲକ୍ଷ୍ମୀପୂଜା ସମ୍ପର୍କରେ ଅଭିଜ୍ଞତା ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ଉପରେ ଜିଲା ଓକିଲ ସଂଘ ସଭାପତି ଗୋପାଳଚନ୍ଦ୍ର ପାତ୍ର ଗୁରୁତ୍ୱ ପ୍ରଦାନ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପୂଜା ପୂର୍ବରୁ ପୌରାଞ୍ଚଳର ସମସ୍ୟା ଉପରେ ଗୁରୁତ୍ୱ ଦିଆଯିିବ ବୋଲି କହିଥିଲେ। ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଅତିରିକ୍ତ ଏସ୍‌ପି ସୂଯ୍ୟମଣି ପ୍ରଧାନ ଉପସ୍ଥିତ ଥିଲେ। ଡିଏସ୍‌ପି ହରପ୍ରିୟା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?