Posted inଖେଳ

ଶରଥ କମଲ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ,୧୫ା୧୧: ଭାରତର ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମିଳିବ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଶରଥ କମଲ ଏକମାତ୍ର ଆଥଲେଟ ଭାବରେ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ୨୫ ଜଣ ଆଥଲେଟଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଯୁବ ପ୍ରତିଭା ଓ କ୍ରୀଡାର ବିକାଶ ପାଇଁ ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରଆଲ ଟ୍ରେନିଂ (କିଟ୍‌)କୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର) ଓ କ୍ରୀଡା ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୧୯୯୨ରେ ପ୍ରତିଷ୍ଠା କରାଯାଇଥିବା ଅନୁଷ୍ଠାନରେ ୩୦ ହଜାରରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପାଠପଢା ସହିତ ବିଭିନ୍ନ କ୍ରୀଡା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଅର୍ଜୁନ ପୁରସ୍କାର ପାଇଥିବା ୨୫ ଆଥଲେଟଙ୍କ ମଧ୍ୟରେ ସଟଲର ଲକ୍ଷ୍ୟ ସେନ୍‌, ଏଚ୍‌ ଏସ୍‌ ପ୍ରଣୟ, ମହିଳା ବକ୍ସର ନିଖତ ଜରିନ୍‌, ଆଥଲେଟ୍‌ ଏଲଧୋସ ପଲ୍‌ ଅବିନାଶ ସାବଲେ ପ୍ରମୁଖ ରହିଛନ୍ତି। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଆଥଲେଟ ମାନଙ୍କୁ ସମ୍ମାନିତ କରାଯିବ। ଜୀଓ୍ବନଜୋତ ସିଂ ତେଜା(ତୀରନ୍ଦାଜୀ), ମହମ୍ମଦ ଅଲୀ କମର(ବକ୍ସିଂ), ସୁମା ସିଦ୍ଧାର୍ଥ ଶିରୁର(ପାରା ଶୁଟିଂ) ଓ ସୁଜିତ୍‌ ମାନ(କୁସ୍ତି) ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସାଧାରଣ ବର୍ଗରେ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ସମାନ ବର୍ଗରେ ଜୀବନବ୍ୟାପୀ ସାଧନା ପାଇଁ ଦୀନେଶ ଜଓ୍ବାହାର ଲାଡ(କ୍ରିକେଟ), ବିମଲ ପ୍ରଫୁଲ୍ଲ ଘୋଷ (ଫୁଟବଲ) ଏବଂ ରାଜ ସିଂଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅଶ୍ୱିନୀ ଅକୁଞ୍ଜି ସି (ଆଥଲେଟିକ୍ସ), ଧରମବୀର ସିଂ(ହକି), ବି ସି ସୁରେଶ (କବାଡି) ଓ ନିର ବାହାଦୂର ଗୁରୁଙ୍ଗ (ପାରା ଆଥଲେଟିକ୍ସ)ଙ୍କୁ କ୍ରୀଡାରେ ଜୀବନବ୍ୟାପୀ ସାଧନା ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ। ଟ୍ରାନଷ୍ଟାଡିଆ ଏଣ୍ଟରପ୍ରାଇଜ ପ୍ରାଇଭେଟ୍‌ ଲିମିଟେଡ୍‌କୁ ରାଷ୍ଟ୍ରୀ ଖେଳରତ୍ନ ପ୍ରୋତ୍ସାହନ ପୁରସ୍କାର ୨୦୨୨ ପ୍ରଦାନ କରାଯିବ। କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରଆଲ ଟ୍ରେନିଂ (କିଟ୍‌) ଓ ଲଦାଖ ସ୍କି ଆଣ୍ଡ ସ୍ନୋ ବୋର୍ଡ ଆସୋସିଏଶନକୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର) ଓ କ୍ରୀଡା ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମୌଲାନା ଆବୁଲ କାଲାମ ଆଜାଦ ଟ୍ରଫି ପାଇଁ ଅମ୍ରିତସରର ଗୁରୁ ନାନକ ଦେବ ବିଶ୍ୱ ବିଦ୍ୟାଳୟକୁ ମନୋନୀତ କରାଯାଇଛି।
ଅର୍ଜୁନ ପୁରସ୍କାର ସମ୍ପୂଣ୍ଣ ତାଲିକା: ସୀମା ପୁନିଆ (ଆଥଲେଟିକ୍ସ), ଏଲଧୋସ ପଲ୍‌ (ଆଥଲେଟିକ୍ସ), ଅବିନାଶ ମୁକୁନ୍ଦ ସାବଲେ (ଆଥଲେଟିକ୍ସ), ଳକ୍ଷ୍ୟ ସେନ୍‌ (ବ୍ୟାଡମିଣ୍ଟନ), ଏଚ୍‌ ଏସ୍‌ ପ୍ରଣୟ (ବ୍ୟାଡମିଣ୍ଟନ), ଅମିତ (ବକ୍ସିଂ), ନିଖତ ଜରିନ୍‌ (ବକ୍ସିଂ), ଭକ୍ତି ପ୍ରଦୀପ କୁଲକର୍ଣ୍ଣୀ (ଚେସ୍‌), ଆର. ପ୍ରଜ୍ଞାନନ୍ଦ (ଚେସ୍‌), ଦୀପଗ୍ରେସ୍‌ ଏକ୍କା (ହକି), ସୁଶୀଳା ଦେବୀ (ଜୁଡୋ), ସାକ୍ଷୀ କୁମାରୀ (କବାଡି), ନୟନ ମୋନି ସାଇକିଆ (ଲନ୍‌ ବୋଲ୍‌), ସାଗର କୈଳାଶ ଓଭାଲକର (ମଲ୍ଲଖମ୍ବ), ଏଲାଭେନିଲ ଭାଲାରିଭାନ୍‌ (ଶୁଟିଂ), ଓମ୍‌ ପ୍ରକାଶ ମିଥାର୍ଭାଲ (ଶୁଟିଂ), ଶ୍ରୀଜା ଆକୁଳା (ଟିଟି), ବିକାଶ ଠାକୁର (ଭାରୋତ୍ତୋଳନ), ଅଂଶୁ (କୁସ୍ତି), ସରିତା (କୁସ୍ତି), ପ୍ରବୀଣ (ଉଷୁ), ମାନସୀ ଗିରିଶଚନ୍ଦ୍ର ଯୋଶୀ (ପାରା ବ୍ୟାଡମିଣ୍ଟନ), ତରୁଣ ଧିଲୋନ୍‌ (ପାରା ବ୍ୟାଡମିଣ୍ଟନ), ସ୍ବପ୍ନିଳ ସଞ୍ଜୟ ପାଟିଲ ((ପାରା ସନ୍ତରଣ), ସୁଜିତ୍‌ ମାନ୍‌ (କୁସ୍ତି)।


Enter your email to get our daily news in your inbox.

All Right Reserved By Dharitri.Com

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?