ଅଭିଯୁକ୍ତ ଟିଉଶନ ସାର୍‌ ଗିରଫ

ଭୁବନେଶ୍ୱର/ ସମ୍ବଲପୁର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଟିଉଶନ୍‌ ସାର୍‌ ଗୋପାଳକୃଷ୍ଣ ବାଡ଼ତିଆଙ୍କୁ ପୋଲିସ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଗିରଫ କରିଛି। ଏଥିସହ ଛାତ୍ରୀଦ୍ୱୟଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ଟିଉଶନ ସାର ଏବଂ ଛାତ୍ରୀଦ୍ୱୟଙ୍କୁ ବୁଧବାର ଭୁବନେଶ୍ୱର ଅଣାଯାଇଛି। ଗୁରୁବାର ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ କୋର୍ଟଚାଲାଣ କରାଯିବ। ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଛାତ୍ରୀଦ୍ୱୟଙ୍କ ସିଆର୍‌ପିସି ୧୬୪ରେ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଜୋନ୍‌-୪ ଏସିପି ରଜତ୍‌ ରାଏ କହିଛନ୍ତି। ଅନ୍ୟପକ୍ଷରେ ଟିଉଶନ୍‌ ସାର୍‌ କେଉଁ କାରଣ ପାଇଁ ଛାତ୍ରୀଦ୍ୱୟଙ୍କୁ ଅପହରଣ କରି ସେଠାରେ ଏକ ଭଡ଼ା ଘରେ ରହୁଥିଲେ, ସେଥିରେ ତାଙ୍କୁ ଆଉ କିଏ ସହଯୋଗ କରିଥିଲେ ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ମା’ବାପାଙ୍କ ବିନା ଅନୁମତିରେ ଦୁଇ ଭଉଣୀଙ୍କୁ ନେଇଯିବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏମିତି ଧରାପଡ଼ିଲେ ଟିଉଶନ ସାର୍‌
ଛାତ୍ରୀଦ୍ୱୟଙ୍କୁ ଟିଉଶନ ସାର୍‌ ଅପହରଣ କରିଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ତାଙ୍କ ମୋବାଇଲକୁ ବାରମ୍ବାର କଲ୍‌ କରିବା ସହ ଲୋକେଶନ୍‌ ଟ୍ରାପ୍‌ କରିବାକୁ ଚେଷ୍ଟା କରିଥିଲା। ହେଲେ ସେତେବେଳେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଦେଖାଉଥିଲା। ମଙ୍ଗଳବାର ଅଭିଯୁକ୍ତ ମୋବାଇଲ୍‌ରେ ଆଉ ଏକ ସିମ୍‌ ପକାଇ ଅନ୍‌ କରିଥିଲେ। ପୋଲିସ ତାଙ୍କ ମୋବାଇଲ୍‌କୁ ଟ୍ରାପ୍‌ କରିବାରୁ ସେ ଅଇଁଠାପଲ୍ଲୀ ଥାନା ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ତେଣୁ କମିଶନରେଟ ପୋଲିସ ଅଇଁଠାପାଲୀ ପୋଲିସକୁ ତୁରନ୍ତ ଉକ୍ତ ଅଞ୍ଚଳରେ ଚଢ଼ାଉ କରିିବାକୁ କହିଥିଲା। ବିଳମ୍ବିତ ରାତି ପ୍ରାୟ ୧ଟାରେ ଅଇଁଠାପାଲି ପୋଲିସର ଏକ ଟିମ୍‌ ଅନୁଗୁଲିଆପଡ଼ା ସୁବନ କଲୋନୀସ୍ଥିତ ଏକ ଭଡ଼ାଘରେ ଚଢ଼ଉ କରି ଟିଉଶନ୍‌ ସାର୍‌ ଓ ଛାତ୍ରୀଦ୍ୱୟଙ୍କୁ ଠାବ କରିଥିଲା। ଅଭିଯୁକ୍ତ ସାର୍‌ଙ୍କୁ ଅଟକ ରଖିବା ସହ ଉଦ୍ଧାର ଛାତ୍ରୀ ଦ୍ୱୟଙ୍କୁ ସଖି ସେଣ୍ଟରରେ ରଖିଥିଲା। ପରେ ବୁଧବାର ବଡ଼ଗଡ଼ ଥାନାର ଏକ ଟିମ୍‌ ପହଞ୍ଚତ୍ ସେମାନଙ୍କୁ ଭୁବନେଶ୍ୱର ଆଣିଥିଲା।
ଛାତ୍ରୀଦ୍ୱୟଙ୍କୁ ଭାଣିଜୀ ବୋଲି ପରିଚୟ ଦେଇଥିଲେ
ଅଭିଯୁକ୍ତ ଟିଉଶନ ସାର୍‌ ଜଣେ ସମ୍ପର୍କୀୟଙ୍କ ସହଯୋଗରେ କିଛିଦିନ ପୂର୍ବରୁ ଅଇଁଠାପଲୀ ଅନୁଗୁଲିଆପଡ଼ାରେ ଭଡ଼ା ଘର ନେଇଥିଲେ। ଗତ ୧୫ ତାରିଖରେ ସେ ସେଠାରେ ଯାଇ ରହିବା ପରେ ରବିବାରଠୁ ଛାତ୍ରୀଦ୍ୱୟଙ୍କୁ ନେଇ ରଖିଥିଲେ। ସେମାନେ ପଡ଼ୋଶୀଙ୍କ ସହ ମିଶୁ ନ ଥିଲେ କି କଥାବାର୍ତ୍ତା ମଧ୍ୟ ହେଉ ନ ଥିଲେ। ପଡ଼ୋଶୀମାନେ ପ୍ରଥମେ ଟିଉଶନ୍‌ ସାର୍‌ଙ୍କୁ କ’ଣ କରନ୍ତି ଓ ଏମାନେ କିଏ ବୋଲି ପଚାରିଥିଲେ। ସେ ଟିଉଶନ୍‌ କରୁଛନ୍ତି, ଭାଣିଜୀଦ୍ୱୟଙ୍କୁ ବୁଲେଇବାକୁ ଆଣିଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri