ଧନୁଯାତ୍ରାରୁ ନିଖୋଜ ଯୁବତୀ ଉଦ୍ଧାର ଘଟଣା: ସିନ୍‌ ରିକ୍ରିିଏଟ୍‌ବେଳେ ଅଭିଯୁକ୍ତ କହିଲେ ଏମିତି କିଛି କଥା ପୋଲିସ ଚକିତ

ବରଗଡ଼,୨୩ା୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାରୁ ନିଖୋଜ ଯୁବତୀଙ୍କୁ ଜଙ୍ଗଲକୁ ଅପହରଣ କରି ନେଇ ବଳାତ୍କାର, ହତ୍ୟା ଉଦ୍ୟମ ମାମଲା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ଆହତ ପୀଡ଼ିତା ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବିଲ ଓରଫ୍‌ ରାକେଶ ଡନ୍‌ସନା(୨୨)ଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରି ସାରିଛି।

ସେହିପରି ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ମୋବାଇଲ ସମେତ ଆକ୍ରମଣରେ ବ୍ୟବହୃତ ପଥର, ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ମାତ୍ର କେଉଁ କାରଣ ପାଇଁ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଲା, ତାକୁ ନେଇ ପୋଲିସ ଏବେ ମଧ୍ୟ ଅନ୍ଧାରରେ ରହିଛି। ଘଟଣାର ପ୍ରକୃତ ଖିଅ ଏପର୍ଯ୍ୟନ୍ତ ପୋଲିସକୁ ମିଳିପାରି ନାହିଁ। ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଉକ୍ତ ମାମଲାକୁ ନେଇ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନାଙ୍କ ଖବରଦାତା ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଯାଇଛି।

ଘଟଣାର କାରଣ ସମ୍ପର୍କରେ ପଚାରିବାରୁ ସେ ନେଇ ତଦନ୍ତ ଚାଲିଛି ବୋଲି ଏସ୍‌ପି କହିଛନ୍ତି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ହଠାତ୍‌ ଉତ୍ତେଜନା ହେବାରୁ ସେହି ଘଟଣା ଘଟିଥିବା ଏସ୍‌ପି କହିଛନ୍ତି। ମାତ୍ର କେଉଁ କାରଣରୁ ସେମାନଙ୍କ ମଧ୍ୟରେ ହଠାତ୍‌ ଉତ୍ତେଜନା ସୃଷ୍ଟି ହେଲା, ଏସ୍‌ପି ଖବରଦାତା ସମ୍ମିଳନୀରେ ତାହା ସ୍ପଷ୍ଟ କରି ପାରି ନ ଥିଲେ। ପୀଡ଼ିତା ଏବଂ ମୁଖ୍ୟ ଅଭିଯୁକ୍ତଙ୍କ ଫୋନ୍‌ ଜବତ୍‌ ହୋଇଛି ଏବଂ ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ମଧ୍ୟାହ୍ନରେ ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଘଟଣାର ସିନ୍‌ ରିକ୍ରିଏଟ୍‌ ପାଇଁ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲକୁ ନେଇଥିଲା। ସେଠାରେ ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ପଚରାଯିବାରୁ ପୀଡ଼ିତାଙ୍କ ସହିତ ଗତ ୩ବର୍ଷ ଧରି ତାଙ୍କ ପ୍ରେମସମ୍ପର୍କ ରହିଥିବା ସେ କହିଥିଲେ। ତେବେ ପୋଲିସ ଘଟଣାର କାରଣ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନ ଥିବାରୁ ଏଥିରେ ପ୍ରେମ ସମ୍ପର୍କରେ ଫାଟ ନା ଅନ୍ୟ କିଛି ରହସ୍ୟ ଲୁଚି ରହିଛି, ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଖବରଦାତା ସମ୍ମିଳନୀରେ ଏସ୍‌ପି ମୀନା କହିଥିଲେ, ବରଗଡ଼ ଟାଉନ ଥାନା ପୋଲିସ ଗତ ୧୩ତାରିଖ ଏକ ନିଖୋଜ ମାମଲା ପଞ୍ଜୀକୃତ ହୋଇଥିଲା। ଗତ ୧୨ ତାରିଖରୁ ଝିଅ(ପୀଡ଼ିତା) ନିଖୋଜ ନେଇ ମା’ ଅଭିଯୋଗ କରିଥିଲେ। ଗତ ୧୪ତାରିଖ ପୀଡ଼ିତା ଉଦ୍ଧାର ହୋଇଥିଲେ ଏବଂ ସେହି ଘଟଣାକୁ ନେଇ ଟାଉନ ଥାନାରେ ଏକ ମାମଲା(ନଂ-୨୫/୨୫) ରୁଜୁ ହୋଇଥିଲା। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିଲାର ବଛାବଛା ପୋଲିସ ଅଫିସରଙ୍କୁ ନେଇ ୭ଟିମ୍‌ ଗଠନ କରାଯାଇଥିଲା। ଫେରାର୍‌ ହେବା ପାଇଁ ମୁଖ୍ୟ ଅଭିଯୁକ୍ତ ବିଭିନ୍ନ ଉପାୟ ଅବଳମ୍ବନ କରି ନୂଆଦିଲ୍ଲୀ,ହାଇଦ୍ରାବାଦ, ସିକନ୍ଦରାବାଦ, ବିଜୟଓ୍ବାଡ଼ା ଆଦି ସ୍ଥାନକୁ ଯାଇ ଲୁଚିଥିଲେ। କିନ୍ତୁ ତାଙ୍କୁ ଧରିବା ପାଇଁ ଗଠିତ ଟିମ୍‌ ବିଭିନ୍ନ ଦିଗ, ସୂତ୍ରକୁ ଆଧାର କରି ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ରେଳ ଷ୍ଟେଶନରୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ କେଉଁ କାରଣ ପାଇଁ ସେହି ଘଟଣା ଘଟିଲା, ସେ ନେଇ ବାରମ୍ବାର ପଚରାଯିବା ସତ୍ତ୍ୱେ ଏସ୍‌ପି ତାହା ସ୍ପଷ୍ଟ କରି ନ ପାରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ସିନ୍‌ ରିକ୍ରିଏଟ୍‌ ସମୟରେ ପୋଲିସ ଘଟଣାସ୍ଥଳରୁ ଆକ୍ରମଣରେ ବ୍ୟବହୃତ ପଥର, ପୀଡ଼ିତାଙ୍କ ଜୋତା ଏବଂ ଏକ ପଲିଥିନ୍‌ରେ ରହିଥିବା କିଛି ସାମଗ୍ରୀ ଜବତ କରି ଆଣିଥିବା ଦେଖିବାକୁ ମିଳିଥିଲା।
ପ୍ରକାଶଥାଉକି, ଗତ ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଆସିଥିବା ସମୟରେ ପୀଡ଼ିତା ନିଖୋଜ ଥିଲେ। ନିଖୋଜ ହେବାର ପ୍ରାୟ ୪୮ଘଣ୍ଟା ପରେ ପୀଡ଼ିତାଙ୍କୁ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସର ଅବହେଳା ପ୍ରତିବାଦରେ ମଙ୍ଗଳବାର ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା ଏବଂ ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?