ମାହାଙ୍ଗା ଗଣହତ୍ୟାର ଡେମୋ ଦେଖାଇଲେ ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି/ମାହାଙ୍ଗା,୧୫।୪(ସ୍ବ.ପ୍ର.) : କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତି ବିବାଦରୁ ବଡ଼ ଭାଇଙ୍କ ପରିବାରର ସମସ୍ତ ୫ଜଣଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ତଥା ସାନଭାଇ ଶିବ ପ୍ରସାଦ ସାହୁଙ୍କୁ ମାହାଙ୍ଗା ପୋଲିସ ଗୁରୁବାର ୩ ଦିନିଆ ରିମାଣ୍ଡରେ ନେଇଥିଲା। ରିମାଣ୍ଡର ଶୁକ୍ରବାର ଦ୍ୱିତୀୟ ପ୍ରଥମ ଦିନରେ ପୋଲିସ କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତ ଶିବଙ୍କୁ କୁସୁପୁର ଗାଁକୁ ଆଣି ସିନ୍‌ ରିକ୍ରିଏଶନ କରାଇଛି। ସିନ ରିକ୍ରେସନ ବେଳେ ଅଭିଯୁକ୍ତ କିପରି ବଡ଼ ଭାଇଙ୍କ ପରିବାର ସମସ୍ତଙ୍କୁ ହତ୍ୟା କରିଥିଲେ ତାହାର ଡେମୋ ଦେଖାଇଥିଲେ। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରୁ କିଛି ମାରାଣାସ୍ତ୍ର ଜବତ କରିଛି। ଘଟଣାସ୍ଥଳରେ ଏସ୍‌ଡିପିଓ ଏବଂ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଶିବଙ୍କ ଦେହ ଅସୁସ୍ଥ ଥିବାରୁ ପ୍ରଥମ ଦିନରେ ସିନ୍‌ ରିକ୍ରିଏଶନ କରାଯାଇ ପାରି ନ ଥିଲା। ତାଙ୍କୁ ଥାନାରେ ରଖି ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା।

ସୂଚନାଯୋଗ୍ୟ ସମ୍ପତ୍ତି ବିବାଦକୁ ନେଇ ଗତ ସୋମବାର ରାତିରେ କୁସୁପୁର ଗ୍ରାମର ଶିବ ପ୍ରସାଦ ସାହୁ ତାଙ୍କ ବଡ଼ଭାଇ ଅଲେଖ ଚନ୍ଦ୍ର ସାହୁ, ଭାଉଜ ରଶ୍ମିତା ପୃଷ୍ଟି, ଝିଆରୀ ସ୍ମୃତି ସନ୍ଧ୍ୟା ଓ ୨ ପୁତୁରା ସ୍ମୃତି ସ୍ବରୂପ ଓ ସ୍ମୃତି ସାଇଙ୍କୁ ବୀଭତ୍ସ ଭାବେ କଟୁରିରେ ହାଣି ହତ୍ୟା କରିଥିଲେ। ପରେ ମଙ୍ଗଳବାର ହତ୍ୟାକାଣ୍ଡ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିବା ସହ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଏନେଇ ଏକ ହତ୍ୟା ମାମଲା(ନଂ.୮୧/୨୨) ରୁଜୁ କରି କଟକ ବଡ଼ ଡାକ୍ତରଖାନାରେ ସମସ୍ତ ୫ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ କାଳିଆବୋଦାଠାରେ ଶେଷକୃତ୍ୟ ସମ୍ପର୍ନ୍ନ କରିଥିଲା। ଅପରପକ୍ଷରେ ବୁଧବାର ପୋଲିସ ଶିବଙ୍କୁ ବାଲିଚନ୍ଦ୍ରପୁର ଥାନାରୁ ଆଣି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇବା ସହ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କୋର୍ଟ ୩ ଦିନ ରିମାଣ୍ଡ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri