ଅଭିଯୁକ୍ତ ବାପ, ପୁଅ କୋର୍ଟଚାଲାଣ

ବୌଦ୍ଧ,୧୩।୮(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ ବଜାର ଉପରେ ଗତ ଗୁରୁବାର ବାପ ପୁଅଙ୍କ ଆକ୍ରମଣରେ ଯୁବରାଜପୁର ଗ୍ରାମର ସମ୍ପର୍କୀୟ ଭାଇ ଝରିଆ ବାରିକ(୫୬)ଙ୍କ ମୃତ୍ୟୁ ଘଟିଥିଲା। ପୋଲିସର ତଦନ୍ତ ଓ ମୃତକ ଝରିଆଙ୍କ ପରିବାର ଅଭିଯୋଗକୁ ଭିତ୍ତିକରି ପୋଲିସ ଯୁବରାଜପୁର ଗ୍ରାମର ସୁବାସ ବାରିକ(୫୫) ଓ ପୁଅ ଅସିତ ଓରଫ ସିଲୁ (୩୩)ଙ୍କୁ ଗିରଫ କରି ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି, ଯୁବରାଜପୁର ଗ୍ରାମର ଝରିଆ ଓ ସୁବାସଙ୍କ ମଧ୍ୟରେ ପୂର୍ବରୁ ଜମିବାଡି ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା। ଗୁରୁବାର ଲୁଣିବାହାଲଠାରେ ବାପ ପୁଅ ମିଶି କାଠଫାଳିଆ ଓ କଇଁଚିରେ ଝରିଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚତ୍ ଝରିଆଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲକୁ ନେଇଥିଲେ। ସେଠାରେ ଝରିଆଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସୁବାସ ଓ ଅସିତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉରି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି।…

୨୦୦-୫୦୦ ଟଙ୍କିଆ ନୋଟ୍‌କୁ ନେଇ RBIର ବଡ଼ ଆଲର୍ଟ; ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪।୭: ବଜାରରୁ କିଣାକିଣି କରିବା ପରେ ମିଳୁଥିବା ଖୁଚୁରା ପଇସାର ଯାଞ୍ଚ ଆମେ ପ୍ରାୟତଃ ତରତରରେ କରିନଥାଉ। କିନ୍ତୁ ଜାଲ ନୋଟର ବଢୁଥିବା ଚଳନ ମଧ୍ୟରେ ଆପଣଙ୍କର…

IND vs ENG: ଶେଷ ହେବାକୁ ଯାଉଛି ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ଅପେକ୍ଷା, ମାଞ୍ଚେଷ୍ଟରରେ ମିଳିବ ସୁଯୋଗ!

ନୂଆଦିଲ୍ଲୀ,୪।୭: ସମଗ୍ର କ୍ରିକେଟ ଜଗତ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛି। ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷରେ କିମ୍ବା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ସୁଯୋଗ…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri