ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଜିଲା ଜଜ୍‌ଙ୍କୁ ଚିଠି ଲେଖିଲେ ଏସ୍‌ପି

କେନ୍ଦୁଝର,୧ା୨(ସ୍ବ.ପ୍ର.): ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କେନ୍ଦୁଝର ପୋଲିସ ଜିଲା ଜଜ୍‌ଙ୍କୁ ଚିଠି କରିଥିବା ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଅଭିଯୁକ୍ତ ଜଣଙ୍କ ମିଲୁ ବାରିକ। ଘର ସୁନ୍ଦରଗଡ଼ ଜିଲାରେ ହୋଇଥିବା ବେଳେ ସେ କିଛି ବର୍ଷ ହେଲା ଜୁରୁଡ଼ି ଥାନା ଅଞ୍ଚଳରେ ରହୁଥିଲେ ବୋଲି ଜଣାପଡ଼ିଛି। ସେ ବଲାଣି ଥାନା ଅଞ୍ଚଳରେ ଗତ କିଛି ମାସ ତଳେ ଘଟିଥିବା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ଥିଲେ ବୋଲି ପୋଲିସ କହିଛି। ତାଙ୍କୁ ବଡ଼ବିଲ ଥାନା ପୋଲିସ ରବିବାର ସନ୍ଧ୍ୟାରେ ଧରି ଜୁରୁଡି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଅସୁସ୍ଥ ହେବାରୁ ରାତିରେ ଯୋଡ଼ାସ୍ଥିତ ଟିସ୍କୋ ମେଡ଼ିକାଲକୁ ଆଣିଥିଲା। ସେଠାରେ ମୃତ ଘୋଷଣା କରାଯାଇଥିଲା ବୋଲି ପୋଲିସ କହିଛି। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଗୋଡ଼, ଜଙ୍ଘ, ଦେହରେ ଯେଉଁ ଭଳି କ୍ଷତଚିହ୍ନ ରହିଛି ତାହାକୁ ନେଇ ପୋଲିସ ମାଡ଼ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଏଭଳି ଅଭିଯୋଗକୁ ପୋଲିସ ଅସ୍ବୀକାର କରିଥିଲେ ହେଁ ଏହାକୁ ନେଇ ଜାତୀୟ ମାନବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଛି। ତାଙ୍କୁ ଧରିବା ସମୟରେ ଧାଇଁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପଡ଼ିଯାଇ କ୍ଷତାକ୍ତ ହୋଇଥିବା ପୋଲିସ ସଫେଇ ଦେଇଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଜୋର୍‌ ଧରୁଛି। ଏ ନେଇ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ପାଇଁ ଜିଲା ଜଜ୍‌ଙ୍କୁ ଚିଠି କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରି ଦୋଷୀ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ବିଧାୟକ ମୋହନ ମାଝି ଦାବି କରିଛନ୍ତି। ନଚେତ ଏହାକୁ ନେଇ ସରକାରଙ୍କୁ ଘେରାଉ କରାଯିବ। ମୁଖ୍ୟମନ୍ତ୍ରୀ ଖୋଦ୍‌ ଗୃହ ବିଭାଗ ଦାୟିତ୍ୱରେ ରହିଥିବା ବେଳେ ଏଭଳି ଅମାନବୀୟ ଘଟଣା ଘଟିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୁଦ୍ଧରେ ସଫଳ ହେଲେ ଗଞ୍ଜାମର ୯୫ ବର୍ଷୀୟ ବୃଦ୍ଧ

ଛତ୍ରପୁର, ୨୧।୭(ଡି.ଏନ୍‌.ଏ.): କରୋନା ଯୁଦ୍ଧ ଲଢ଼ି ସଫଳ ହୋଇଛନ୍ତି ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ। ତାଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା...

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ଘରକୁ ଘର ବୁଲି କଲେ ସ୍ବାସ୍ଥ୍ୟ ପରୀକ୍ଷା

କେସିଙ୍ଗା,୨୮।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଶିରୋଲ ଗ୍ରାମରେ ଗତ ୮ଦିନ ଝାଡ଼ାବାନ୍ତି ଲାଗିରହିଛି। ଦୂଷିତଜଳ ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ଧରିତ୍ରୀରେ...

ବନ କର୍ମଚାରୀଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ : ପ୍ରତିବାଦରେ ସରପରିବାରଙ୍କ ଅନଶନ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ବନଖଣ୍ଡ ବିଭାଗ ଆକ୍ରୋଶମୂଳକଭାବେ ଜିଲାର ନୃସିଂହନାଥ ବନାଞ୍ଚଳରେ କାର୍ଯ୍ୟରତ ପାରା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣାକୁ ନେଇ ପ୍ରତିବାଦର...

ଟିକିରା ନଦୀରୁ ବାଲି ଚୋରା ଚାଲାଣ

ନାକଟିଦେଉଳ,୨୪ା୨(ଡ଼ି.ଏନ.ଏ.): ନାକଟିଦେଉଳ ତହସିଲ ଅନ୍ତର୍ଗତ ବାଟଗାଁ ରାଜସ୍ବ ସର୍କଲର ଟିକିରା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ...

ରାଇଘର ନାବାଳିକା ନିଖୋଜ ଘଟଣା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ; ପୋଲିସର ତଦନ୍ତ ଆରମ୍ଭ

ରାଇଘର,୭।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ଦୁଇଜଣ ନାବାଳିକା ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ତିନିଦିନ ଧରି ଗ୍ରାମବାସୀ...

ହେଲ୍‌ପରଙ୍କ ହାତ କାଟି ଦିଆଯାଇଥିବା ଅଭିଯୋଗ: ନ୍ୟାୟ, ଚିକିତ୍ସା ସହାୟତା ମାଗିଲେ ପରିବାର

କଣିହାଁ,୬।୧୧(ଡି.ଏନ.ଏ.)-ଏକ ଗାଡ଼ିରେ ହେଲପର ଥିବା କଣିହାଁ ବ୍ଲକ ଦଲକ ପଞ୍ଚାୟତ କଣ୍ଟାପାଳ ଗ୍ରାମର କୃଷ୍ଣ ନାଏକଙ୍କ ଡାହାଣ ହାତକୁ କାଟି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

୭ ଦିନ ବନ୍ଦ ରହିବ ସୂର୍ଯ୍ୟମନ୍ଦିର: ଭୟରେ ପର୍ଯ୍ୟଟକ ଶୂନ୍ୟ

କୋଣାର୍କ,୧୬।୩(ଡି.ଏନ.ଏ): କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବାବେଳେ ସରକାର ପ୍ରତି ଜନସମାଗମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ...

Advertisement
Archives

Model This Week