ଫାଇନାନ୍ସ ସଂସ୍ଥାର ଏଜେଣ୍ଟଙ୍କୁ ଅପହରଣ କରି କୋଟିଏ ଟଙ୍କା ରଖିଥିଲେ ମୁଣ୍ଡ ଜାମିନ: ଧରାପଡିବା ପରେ…

ଦିଗପହଣ୍ଡି/ଚିକିଟି,୧୮।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଅପହରଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଜଣେ ଫେରାର ଥିବା ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଲାଞ୍ଜିପଲ୍ଲୀ ଖଜୁରିଆରୋଡ଼ ପୋଲିସ ସାହି ସୋମନାଥ ନଗରର କାର୍ତ୍ତିକ ବେହେରା ଓରଫ ରାଜା ଓରଫ ଆନ୍ନା।

ପୋଲିସ କାର୍ତ୍ତିକଙ୍କୁ ପାତ୍ରପୁର କୋର୍ଟକୁ ଚାଲାଣ କରିଛି। ସେ ଦୀର୍ଘଦିନ ହେଲା ଫେରାର ଥିଲେ। ଏନେଇ ଥାନା ଏକ ମାମଲା ନଂ.୪୧/୨୫ ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ, ନୂଆଦିଲ୍ଲୀ ସ୍ଥିତ ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଏଜେଣ୍ଟ ବିହାରର ରବୀନ୍ଦ୍ର କୁମାର, କଟକ ଜିଲା ଗୋବିନ୍ଦପୁର ଗ୍ରାମର ବ୍ରହ୍ମାନନ୍ଦ ପାତ୍ର, କଟକ ତୁଳସୀପୁର ମଠସାହିର ଅହମ୍ମଦ ଖାନ୍‌, ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ଗଡ଼ ନହରକଣ୍ଟା ଗ୍ରାମର ଅମରଜିତ୍‌ ସାମନ୍ତସିଂହାରଙ୍କୁ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନେ ଗତ ଜାନୁଆରୀ ୨୩ ତାରିଖରେ ଅପହରଣ କରି ନେଇଥିଲେ। ପରେ ସେମାନଙ୍କୁ ମୁଣ୍ଡ ଜାମିନ ରଖି ୧ କୋଟି ଟଙ୍କା ମାଗିଥିଲେ।

ଏପରିକି ସେମାନଙ୍କୁ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟିଗଡ଼ ତହସିଲ କାର୍ଯ୍ୟାଳୟ ପଛପଟେ ଥିବା ଏକ ଅବ୍ୟବହୃତ କୁଡିଆରେ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ନାଗସାପ ଆଣି ଦଂଶନ ଭୟ ଦେଖାଉଥିଲେ।

ଅଭିଯୁକ୍ତ କାର୍ତ୍ତିକ ଏବଂ ତାଙ୍କ ସହଯୋଗୀମାନେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ରବୀନ୍ଦ୍ରଙ୍କୁ ଏକ ପ୍ରୋଜେକ୍ଟ ପାଇଁ ଟଙ୍କା ଆବଶ୍ୟକ ଥିବା ବାହାନାରେ ଡକାଇଥିଲେ। ରବୀନ୍ଦ୍ରଙ୍କ ସମେତ ସଂସ୍ଥାର ଅନ୍ୟ ୩ କର୍ମଚାରୀ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ୨ଟି କାରରେ ନେଇ ନିସ୍ତୁକ ମାଡ଼ ମାରି ୧ କୋଟି ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ଅପହୃତ ଅମରଜିତ୍‌ କୌଶଳ କ୍ରମେ ଜାନୁଆରୀ ୨୬ ତାରିଖରେ ଅପହରଣକାରୀଙ୍କ
କବଳରୁ ଖସିଆସି ନିକଟରେ ଥିବା ଚିକିଟି ତହସିଲଦାରଙ୍କ କ୍ୱାର୍ଟର୍ସ ଭିତରେ ପଶିଯାଇ ଆମକୁ ରକ୍ଷା କର ବୋଲି ଚିତ୍କାର କରିଥିଲେ। ତହସିଲଦାର ବିଶ୍ୱରଞ୍ଜନ କଅଁର ଘଟଣା
ସମ୍ପର୍କରେ ଜାଣିବା ପରେ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ।

ପୋଲିସ ଟିମ୍‌ ପହଞ୍ଚି ଅମରଜିତ୍‌ଙ୍କ ସୂଚନା କ୍ରମେ ଉକ୍ତ ପରିତ୍ୟକ୍ତ କୁଡିଆରୁ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଥିଲା। ସେଠାରେ ଗଞ୍ଜେଇ ଗଛ ସବୁ କଟାଯାଇ ଗଦା ହୋଇଥିବା ମଧ୍ୟ ଦେଖାଯାଇଥିଲା। ଖବରପାଇ ଅବକାରୀ ଟିମ ପହଞ୍ଚି ସେଗୁଡିକୁ ନଷ୍ଟ କରିିଥିଲେ।

ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘର ବାଡ଼ିପଟେ ଥିବା ଏକ କୁଡ଼ିଆ ମଧ୍ୟରେ ସେମାନଙ୍କୁ ବନ୍ଧକ ରଖାଯାଇଥିଲା। ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ପୃଥ୍ବୀରାଜ ସାହୁ, ଶଶିକାନ୍ତ ବେହେରା, ପ୍ରବୀର କୁମାର ସାହୁ ଓରଫ ପପୁ, ନୂତନ କୁମାର ପାତ୍ର, ସାଗର ପ୍ରସାଦ ସାହୁ, ଦଣ୍ଡ ମହାରଣା, ରବୀନ୍ଦ୍ର କୁମାର ମହାନ୍ତି, ଟି.ଗଣେଶ ରାଓ, କାର୍ତ୍ତିକ ବେହେରା, କେ.ସୁନୀଲ ରାଓ ଓରଫ ଚିନିଙ୍କୁ ଗତ ମାର୍ଚ୍ଚ ୪ ତାରିଖରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତ କାର୍ତ୍ତିକଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ପରେ ହାଇକୋର୍ଟ ତାଙ୍କୁ କୋର୍ଟରେ ଆତ୍ମ ସମର୍ପଣ ପାଇଁ ଆଦେଶ ଦେଇଥିବା ବେଳେ ସେ ଫେରାର ହୋଇ ଆନ୍ଧ୍ରପ୍ରଦେଶ ଟେକିଲି ଗ୍ରାମରେ ରହୁଥିଲେ।

ସେ ସରକାରୀ ଚାକିରୀ କରାଇଦେବି କହି ରମ୍ଭା ଥାନା ସାବୁଳିଆ ଗ୍ରାମର ରଞ୍ଜିତ ସେଠୀଙ୍କ ଠାରୁ ୬ ଲକ୍ଷ ଏବଂ ଜଗନ୍ନାଥପାଟଣା ଗ୍ରାମର ନିରଞ୍ଜନ ସେଠୀଙ୍କ ଠାରୁ ୧ଲକ୍ଷ ଓ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ନେଇଯାଇଛନ୍ତି। ଏନେଇ କାର୍ତ୍ତିକଙ୍କ ନାଁରେ ରମ୍ଭା ଥାନାରେ ମାମଲା ରଖିଥିବା କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?