ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ ହାଣି ହତ୍ୟା କରିଛନ୍ତି। ପରେ ଯୁବକ ଜଣକ ନିଜେ ୧୧୨କୁ ଫୋନ୍‌କରି ପୋଲିସକୁ ହତ୍ୟା ସମ୍ପର୍କରେ ଜଣାଇଥିଲେ। ସୂଚନା ପାଇ ରାତିରେ ପୋଲିସ ପହଞ୍ଚତ୍ ଯୁବକଙ୍କୁ ଧରିବା ସହ ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ବେଣ୍ଟଲଗା ସାଇକେଲ କ୍ରାଙ୍କକୁ ଜବତ କରିଥିଲା। ମୃତକଦ୍ୱୟ ହେଲେ ଗିରିପାଲି ଗ୍ରାମ ଖଡ଼ିଆପଡ଼ାର ଉର୍କୁଲି ପାତ୍ର (୬୦) ଓ ତାଙ୍କ ଝିଅ ଲିଳିମା ଯୋଉଡ଼ା (୩୫)। ମୃତା ଲିଳିମା ୩ ବର୍ଷ ହେଲା ସ୍ବାମୀଙ୍କଠାରୁ ଅଲଗା ହୋଇ ବାପଘରେ ରହୁଛନ୍ତି। ତାଙ୍କର ୩ ବର୍ଷ ବୟସର ଏକ ଶିଶୁକନ୍ୟା ଅଛି। ତଦନ୍ତ ପରେ ପୋଲିସ ପଡୋଶୀ ଯୁବକ ଅଜୟ ପ୍ରଧାନ(୨୪)ଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତା କାରଣରୁ ଅଜୟ ଉଭୟ ମା’ ଓ ଝିଅଙ୍କୁ ହତ୍ୟା କରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଥିବା ପୋଲିସ କହିଛି।
ଏଏସ୍‌ପି ଶ୍ରୀମନ୍ତ ବାରିକଙ୍କ ସୂଚନା ଅନୁଯାୟୀ, ରବିବାର ପରିବାରର ଅନ୍ୟ ସଦସ୍ୟ କୌଣସି କାମରେ ରଙ୍ଗିଆଟିକ୍ରାସ୍ଥିତ ବନ୍ଧୁଘରକୁ ଯାଇଥିଲେ। ଘରେ କେବଳ ଉର୍କୁଲି, ଲିଳିମା ଓ ଶିଶୁକନ୍ୟା ଥିଲେ। ପ୍ରବଳ ଗରମ ଯୋଗୁ ରାତିରେ ମା’, ଝିଅ ଘର ବାହାର ଅଗଣାରେ ଖଟ ପକାଇ ଶୋଇଥିଲେ। ତେବେ ଘରେ ଅନ୍ୟ କେହି ନ ଥିବାର ସୁଯୋଗରେ ବିଳମ୍ବିତ ରାତିରେ ଅଜୟ ଉଭୟଙ୍କୁ ଶୋଇଥିବା ଅବସ୍ଥାରେ ବେଣ୍ଟଲଗା ସାଇକେଲ କ୍ରାଙ୍କରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ପାଖରେ ଶୋଇଥିବା ଶିଶୁକନ୍ୟାର କୌଣସି କ୍ଷତି ହୋଇ ନ ଥିଲା। ରାତିରେ ପୋଲିସ ପହଞ୍ଚତ୍ବାବେଳକୁ ଶିଶୁକନ୍ୟା କାନ୍ଦୁଥିଲା।
ସୋମବାର ସକାଳେ ଏଏସ୍‌ପି ବାରିକଙ୍କ ସହ ଡିଏସ୍‌ପି ଯୋଗେଶ ପଣ୍ଡା, ଶାସନ ଥାନା ଆଇଆଇସି ପ୍ରବୀର ତ୍ରିପାଠୀ ସାଇଣ୍ଟିଫିକ୍‌ ଦଳ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ମୃତା ଉର୍କୁଲିଙ୍କ ଜ୍ୟେଷ୍ଠପୁତ୍ର ଜୟନ୍ତ ପାତ୍ରଙ୍କ ଏତଲାକ୍ରମେ ପୋଲିସ ନଂ.୧୫୮/୨୬ରେ ମାମଲା ରୁଜୁ କରିଛି। ପୋଲିସ ଉଭୟ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲାର ଭିମସାରକୁ ପଠାଇଛି। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ମୃତା ଉର୍କୁଲିଙ୍କ କନିଷ୍ଠ ପୁତ୍ର ସାଇବନ୍ତ କହିଛନ୍ତି, ସେ ତାଙ୍କ ବଡ଼ଭାଇ ଓ ଭାଉଜଙ୍କ ସହ ମିଶି ଭାଉଜଙ୍କ ବାପଘର ରଙ୍ଗିଆଟିକ୍ରା ଗ୍ରାମକୁ ଯାଇଥିଲେ। ସେଠାରେ ଶୋଇଥିବା ସମୟରେ ରାତି ପ୍ରାୟ ୩ଟାରେ ମୋବାଇଲ ଫୋନରେ ପୋଲିସଠାରୁ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଗଁାରେ ପହଞ୍ଚତ୍ଥିଲେ। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଓ ଗିରଫ ଅଜୟଙ୍କୁ ଅଧିକ ପଚରାଉଚରା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏଏସ୍‌ପି ବାରିକ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri