ବିନା ପ୍ରକଳ୍ପରେ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଆଳି,୩୦ା୯(ବନମାଳୀ ସେନାପତି): ରାଜ୍ୟ ସରକାର ପଞ୍ଚାୟତର ବିକାଶ ନିମନ୍ତେ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡିକୁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ହେଲେ ସରକାରୀ ଅର୍ଥକୁ ବାଟମାରଣା କରବାରେ ଲାଗି ପଡିଛନ୍ତି ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀ। ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ସରକାରୀ ସ୍ତରରେ ଯୋଜନା ହେଉଥିବା ବେଳେ ଲୋକଙ୍କୁ ଭୁଆଁ ବୁଲାଇ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତର ଅଧିବାସୀ।
ଶୁକ୍ରବାର ଖବରଦାତା ସମ୍ମିଳନୀ ମାଧ୍ୟମରେ ସେମାନେ ଅଭିଯୋଗ ଆଣିଛନ୍ତି ଯେ, ସିଙ୍ଗିରି ପଞ୍ଚାୟତ ଏବେ ଦୁର୍ନୀତିରେ ଉବୁଟୁବୁ ହେଉଛି। ପଞ୍ଚାୟତରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ପଞ୍ଚାୟତକୁ ଆସିଥିବା ଅର୍ଥ ଆତ୍ମସାତ ହୋଇଥିବା ସେମାନେ ଅଭିଯୋଗ ବାଢିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୨୨-୨୩ ଓ ୨୩-୨୪ ଆର୍ଥତ୍କ ବର୍ଷରେ ଅନେକ ପ୍ରକଳ୍ପ କାର୍ଯ୍ୟ ହୋଇଥିବା ବେଳେ ୪ଟି ପ୍ରକଳ୍ପର ସୂଚନା ଫଳକ ମାରି ଦେଇ କାମ କରା ନ ଯାଇ ପ୍ରାୟ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଦୁର୍ନୀତିରେ ସରପଞ୍ଚଙ୍କଠୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ, ଜିଆରଏସ୍‌, ଏପିଓ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ବିଡିଓ ସାମିଲ ରହିଥିବା ଅଭିଯୋଗ ହେଉଛି। ତଥ୍ୟ ଅନୁଯାୟୀ, ସିଙ୍ଗିରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହେ। ଏହି ରାସ୍ତାରୁ ଜଳ ନିଷ୍କାସନର ବ୍ୟବସ୍ଥା ସହ ରାସ୍ତାକୁ ଉଚ୍ଚ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି। ହେଲେ ଏହି ରାସ୍ତା ନିର୍ମାଣ ହେଉନାହିଁ। କିନ୍ତୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମୁକ୍ତେଶ୍ୱର ମହାଦେବ ମନ୍ଦିର ନିକଟରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିବା ଦର୍ଶାଇ ୨ଲକ୍ଷ ୨୦ ହଜାର ୨୧୭ ଟଙ୍କା ଉଠାଯାଇଛି। ହେଲେ ଏହି ରାସ୍ତାରେ କିନ୍ତୁ ମାଟି ମୁଠାଏ ପଡ଼ି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗୋପୀ ଦାସ ଛକଠାରୁ କୀର୍ତ୍ତନ ମଣ୍ଡପ ପର୍ଯ୍ୟନ୍ତ ରାସ୍ତାରେ ମାତ୍ର ୩୦ରୁ ୪୦ ଟ୍ରିପ ମାଟି ପକାଇ ଏ ବାବଦରେ ୨ ଲକ୍ଷ ୫୪ ହଜାର ୭୯୩ ଟଙ୍କା ଉଠା ଯାଇଥିବା ଜଣାପଡିଛି। ସେହିପରି ସରକାର ଗ୍ରାମଞ୍ଚଳରେ ଅପରିତ୍ୟକ୍ତ ଅବସ୍ଥାରେ ଥିବା ପୋଖରୀର ପୁନରୁଦ୍ଧାର କରୁଛନ୍ତି। ପଞ୍ଚାୟତର ମା’ ବୁଢୀ ଜାଗୁଳାଇ ପୋଖରୀ ପୁନରୁଦ୍ଧାର ପ୍ରକଳ୍ପ କରି ଏହାକୁ ପୋତି ଦେଇଛନ୍ତି ଏବଂ ଏ ବାବଦରେ ୪ ଲକ୍ଷ ୭ ହଜାର ୬୨୮ ଟଙ୍କା ଉଠାଇ ନେଇଛନ୍ତି। ସେହିପରି ଦହିସାହି ଗଁାରେ ଆଦର୍ଶ ପୋଖରୀର ପୁନରୁଦ୍ଧାର ନିମନ୍ତେ ୩ ଲକ୍ଷ ୫୬ ହଜାର ୭୬୭ ଟଙ୍କା ସରକାରୀ ତହବିଲରୁ ଉଠା ଯାଇଛି। ସେଭଳି କୌଣସି ପୋଖରୀ ଖନନ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଅନେକ ଜବ୍‌କାର୍ଡଧାରୀ ଥିବାବେଳେ ସେମାନଙ୍କୁ କାମ ନିୟୋଜିତ କରାଯାଉନି। ମେଶିନ ଲଗାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ କରାଯାଏ। ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସମ୍ପୃକ୍ତ ଥିବା ସରପଞ୍ଚ, କାର୍ଯ୍ୟନିର୍ବାହୀ, ଜିଆରଏସ୍‌, କନିଷ୍ଠଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତର ମିନତି ଦାସ, ଉର୍ମିଳା ବେହେରା, ଅକ୍ଷୟ ଦାସ, ଶ୍ରୀଚରଣ ମଲିକ, ବସନ୍ତ ସେଠୀ, ରମେଶ ନାଥ, ରଞ୍ଜନ ସେଠୀ, ଅବିନାଶ ଦାସ, ହେମନ୍ତ ବାରିକ, ଶ୍ରୀକାନ୍ତ ମଲିକ, ମନୋରଞ୍ଜନ ଲେଙ୍କା, ପଦ୍ମନାଭ ସେଠୀ, ହେମନ୍ତ ରାଉତ, ଅଭିରାମ ମଲିକ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ପଞ୍ଚାୟତର ସରପଞ୍ଚ ଅକ୍ଷୟ ଦାସଙ୍କୁ ପଚାରିବାରୁ ଏହା ମିଥ୍ୟା ଅଭିଯୋଗ। ତଦନ୍ତ ପ୍ରକ୍ରିୟା ନିମନ୍ତେ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଆଳି ବିଡିଓ ମିନତି ଜଗଦେବଙ୍କୁ ପଚାରିବାର ଏହି ଅଭିଯୋଗ ପାଇଛନ୍ତି। ଖୁବ୍‌ଶୀଘ୍ର ଅଭିଯୋଗର ତଦନ୍ତ କରାଯିବ। ଯିଏ ବି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?