ଟଙ୍କା ହଡ଼ପ କରି ଆକାଉଣ୍ଟାଣ୍ଟ ଫେରାର ଘଟଣା: ବ୍ୟାଙ୍କ ମ୍ୟାନେଜର, ରାଜସ୍ବ ନିରୀକ୍ଷକଙ୍କୁ ଜେରା

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ ଭବାନୀପାଟଣା ନଜୁଲ ରାଜସ୍ବ ନିରୀକ୍ଷକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶୁଚିସ୍ମିତା ନିଜ ମା’ଙ୍କ ନାମରେ ମଧ୍ୟ ହିଲଟାଉନରେ ଜମି କିଣିଥିବା ସୂଚନା ମିଳିଛି। ପ୍ରକାଶ ଯେ, ଭବାନୀପାଟଣା ବିଇସ ଅଫିସ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ବିଭାଗ ଆକ୍ସିସ ବ୍ୟାଙ୍କର ମ୍ୟାନେଜର ମନୋରଞ୍ଜନ ସାହୁ ଓ ଭବାନୀପାଟଣା ନଜୁଲ ରାଜସ୍ବ ନିରୀକ୍ଷକ ରାକେଶ କୁମାର ସାହୁଙ୍କୁ ଜେରା କରିଥିଲା। ଆକ୍ସିସ ବ୍ୟାଙ୍କରେ ଟଙ୍କା ନେଣଦେଣ ଉପରେ ସବିଶେଷ ତଥ୍ୟ ଯାଞ୍ଚ କରାଯାଇଥିଲା। ସେହିଭଳି ଇରିଗେସନ କଲୋନୀରେ ଭିଜିଲାନ୍ସ ପକ୍ଷରୁ ସିଲ ହୋଇଥିବା ୨ଟି ଘର ଓ ହିଲଟାଇଉନେର ନିଜ ମା’ଙ୍କ ନାରେ କିଣା ଯାଇଥିବା ଜମିର ତଦନ୍ତ କରାଯାଇଥିଲା। ଭବାନୀପାଟଣା ତହସିଲର ଖାତା ନଂ-୧୮୯/୫୯୪୬, ପ୍ଲଟ ନଂ.୨୦୯/୬୧୫୭ରେ ୮୦ ଡିସିମିଲ, ସ୍ବପ୍ନା ସୁଆରଙ୍କ ନାମରେ ରେଜିଷ୍ଟ୍ରେଶନ ହୋଇଛି। ମ୍ୟୁଟେସନ କେସ ନଂ-୩୧୮୯/ ୨୦୨୦ ତାରିଖ ୭।୯।୨୦୨୦ରେ ପଟ୍ଟା ମିଳିଥିଲା। ସେହିଭଳି ଖାତା ନଂ. ୧୩୩/୫୯୯ ପ୍ଲଟ ନଂ.୧୩୨/୬୯୮ରେ ୧ ଏକର ସ୍ବପ୍ନା ସୁଆରଙ୍କ ନାମରେ କିଣାଯାଇଛି। ମ୍ୟୁଟେସନ କେସ ନଂ.୧୫୨୯/୨୦୨୦ ତା. ୨୫।୩।୨୦୨୨ରେ ଖାରଜ ହୋଇ ଖାତା ନଂ. ୧୩୩/୩୮କୁ ଆସିବା ସହ ପଟ୍ଟା ମିଳିଛି। ଗୋଟିଏ ପଟେ ଇରିଗେସନ କଲୋନୀ ୧୫ ନଂ. ଲେନରେ ୪ ମହଲା କୋଠା ଓ ଅନ୍ୟ ଏକ ସ୍ଥାନରେ ଏକ ଆଜବେଷ୍ଟସ ଘରକୁ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ସିଲ କରାଯାଇଛି। ବର୍ତ୍ତମାନ ହିଲ ଟାଉନର ୨ଟି ଜମି ଉପରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ ହୋଇଛି। ବୁଧବାର ଏହି ଘଟଣାରେ ଶୁଚିସ୍ମିତାଙ୍କ ସହ ସାମିଲ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହେଲେ ୧୪ ଦିନ ପରେ ବି ଟାଉନ ଥାନା ପୋଲିସ ଶୁଚିସ୍ମିତାଙ୍କୁ ଠାବ କରିପାରି ନ ଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?