ମୋହନାରେ ଆବାସ ଯୋଜନା କେଳେଙ୍କାରୀ

ମୋହନା,୭ା୭(ମନ୍ମଥ ମିଶ୍ର)ସରକାର ଆବାସ ଯୋଜନାରେ ଅସହାୟ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଉଛନ୍ତି। ହେଲେ କିଛି ଅସାଧୁ ନେତା ଓ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନଥିବା ଅଭିଯୋଗ ହେଉଛି। ଆବାସ ନିର୍ମାଣ ନାମରେ ହିତାଧିକାରୀଙ୍କ ଅର୍ଥକୁ ବାଟମାରଣା କରାଯାଇଥିବା ଅଭିଯୋଗ ହେଉଛି। ଗଜପତି ଜିଲା ମୋହନା ବ୍ଲକ ଲିଲିଗଡ ପଞ୍ଚାୟତ ମର୍ଚିମା ଗାଁର ସବିତା ମଳିକଙ୍କ ଅଭିଯୋଗ ଆବାସ ଦୁର୍ନୀତିକୁ ପଦାରେ ପକାଇଛି। ୨୦୧୧-୧୨ରେ ସବିତା ମଳିକଙ୍କ ନାମରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସବିତାଙ୍କୁ ତତ୍କାଳୀନ ସରପଞ୍ଚ ଓ ପିଇଓ ମୋହନା ବ୍ୟାଙ୍କକୁ ଡାକି ସେଠାରେ ୫ ହଜାର ଟଙ୍କା ଦେଇଥିଲେ। ସେଥିରୁ ଖର୍ଚ୍ଚ ପାଇଁ ୨ ହଜାର ଟଙ୍କା ନେଇଥିଲେ। ଫାଉଣ୍ଡେଶନ ପକାଇ ଘର କାମ ଆରମ୍ଭ କରିବା ପାଇଁ କହିଥିଲେ। ସବିତା କୁଡିଆକୁ ଭାଙ୍ଗି ପକ୍କା ଘର ନିମନ୍ତେ ଫାଉଣ୍ଡେସନ ପକାଇଥିଲେ। ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ପଞ୍ଚାୟତକୁ ବାରମ୍ବାର ଦୌଡ଼ି ଥିଲେ ସବିତା। କିନ୍ତୁ କିଛି ମାସ ପରେ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ସବିତାଙ୍କୁ କୁହାଗଲା ତୁମ ନାମରେ ଥିବା ଆବାସ ଯୋଜନାରେ ନାମ କଟିଯାଇଛି। ଆଉ ଟଙ୍କା ମିଳିବ ନାହିଁ। ତେଣୁ ସବିତା ନିଜ ଉଦ୍ୟମରେ ଧୀରେ ଧୀରେ ଘର ନିର୍ମାଣ କରିଚାଲିଛନ୍ତି। କିନ୍ତୁ ଘରେ କେହି ନଥିବା ସମୟରେ ୨୦୨୨ରେ ବ୍ଲକ୍‌ ପ୍ରଶାସନ ଆସି ଘର କାନ୍ଥରେ ସମ୍ପୂର୍ଣ୍ଣ ପକ୍କାଘର ଫଳକ ମାରି ଚାଲିଯାଇଥିଲେ। ପରେ ଘର ମରାମତି ପାଇଁ ୩ ହଜାର ଟଙ୍କା ଆସିଛି ବୋଲି ସୂଚନା ଦେଇଥିଲେ। ଯଦି ସେମାନଙ୍କ ନାମ ଆବାସ ତାଲିକାରୁ ନାମ କଟିଯାଇଥିଲା ତେବେ ଘର ମରାମତି ବାବଦରେ ଟଙ୍କା କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି ସବିତାଙ୍କ ପୁଅ ସନ୍ତୋଷ। ତେଣୁ ସନ୍ଦେହ କରି ସନ୍ତୋଷ ରୁରାଲ ହାଉସିଂ ୱେବସାଇଟରେ ଯାଞ୍ଚ କରି ଦେଖିବା ବେଳେ ତାଙ୍କ ଘର ସଂପୂର୍ଣ୍ଣ ହୋଇଛି ବୋଲି ଏକ ଫଟୋ ପାଇଥିଲେ। ତେଣୁ ସୂଚନା ଅଧିକାର ଆଇନ ବଳରେ ସନ୍ତୋଷ ତଥ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ଅନେକ ଥର ଫର୍ମ ନ ରଖି ଫେରାଇ ଦିଆଯାଇଥିଲା। ସବିତା ଗତ ୨୦୨୨ ମାର୍ଚ୍ଚ ୨ରେ ଏଭଳି ସମସ୍ୟା ପାଇଁ ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ବିଡିଓ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା ବେଳେ ସୂଚନା ଅଧିକାର ଆଇନରେ ସନ୍ତୋଷ ମାଗିଥିବା ତଥ୍ୟ ମଧ୍ୟ ମିଳନଥିଲା। ତେଣୁ ସନ୍ତୋଷ ପୁଣି ଜୁନ ୨୦୨୨ ଜୁନ ୨୮ରେ ବିଡିଓଙ୍କ ନିକଟରେ ପ୍ରଥମ ଅପିଲ୍‌ କରିଥିଲେ। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଜୁଲାଇ ୧୯ରେ ପତ୍ର ସଂଖ୍ୟା ୨୯୦୭ରେ ସନ୍ତୋଷକୁ ୭ ଦିନ ମଧ୍ୟରେ ସୂଚନା ଦେବା ପାଇଁ କହିଥିଲେ। ତଥାପି ଆଜିଯାଏଁ କୌଣସି ସୂଚନା ଦେଇନାହାନ୍ତି। ୨୦୨୩ ମଇ ୧୮ରେ ବ୍ଲକ୍‌ ସୂଚନା ଅଧିକାରୀ ପତ୍ର ସଂଖ୍ୟା ୧୮୯୪ ପ୍ରକାରେ ବିପିସି ରୁରାଲ ହାଉସିଂ ଅଧିକାରୀ ଶ୍ୟାମସୁନ୍ଦର ବେହେରା, ଲିଲିଗଡ ପଞ୍ଚାୟତ ପିଇଓ ପ୍ରକାଶ ଚନ୍ଦ୍ର ବେହେରା ଏବଂ ପିଣ୍ଡିକି ପଞ୍ଚାୟତ ପିଇଓ ଏସ୍‌ ଲକ୍ଷ୍ମଣଙ୍କୁ ସବିତା ମଳିକଙ୍କ ସମସ୍ତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେବାସହ ପତ୍ର ସଂଖ୍ୟା ୧୮୯୫ ପ୍ରକାରେ ସନ୍ତୋଷଙ୍କୁ ଜଣାଇଥିଲେ। ତେବେ ଏକ ମାସ ପରେ ପଞ୍ଚାୟତ ଅଧିକାରୀ ଏସ୍‌. ଲକ୍ଷ୍ମଣ ସୂଚନା ଅଧିକାର କର୍ମୀ ସନ୍ତୋଷକୁ ତଥ୍ୟ ଦେବା ବଦଳରେ ଗତ ଜୁନ ୨୭ରେ ବିଡ଼ିଓଙ୍କୁ ଚିଠି ଲେଖିଛନ୍ତି ଯେ ଆବେଦନ କରିଥିବା ବ୍ୟକ୍ତି ଆବାସ ଗୃହର କାର୍ଯ୍ୟାଦେଶ ଆବେଦନ ଫର୍ମ ସଂଲଗ୍ନ କରି ଦେଇନଥିବାରୁ ତଥ୍ୟ ଯୋଗାଇବା ଅସମ୍ଭବ। ତେଣୁ ଏହି ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ। ଏଭଳି ଲେଖାର ଏକକିତା କପି ସନ୍ତୋଷକୁ ପଠାଇ ଚୁପ୍‌ ବସିଛନ୍ତି। ମୋହନା ବ୍ଲକ୍‌ରେ ଏଭଳି ଆବାସ ଦୁର୍ନୀତି ପାଇଁ ବରିଷ୍ଠ ଓକିଲ ଦୁର୍ଯ୍ୟୋଧନ କରଡା, ସାମାଜିକ କର୍ମୀ ଜିତେନ୍ଦ୍ର ବେହେରା ଓ ସୂଚନା ଅଧିକାର କର୍ମୀ ସନ୍ତୋଷ ମଳିକ ନିନ୍ଦା କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୋହନା ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଫୋନ ଉଠାଇନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?