ପୂର୍ତ୍ତ ବିଭାଗ ରାସ୍ତାରେ ଗାତ, ବଢୁଛି ଦୁର୍ଘଟଣା

ରାଇଘର, ୨୪।୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ମୁଖ୍ୟରାସ୍ତାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ଛକ ସ୍ଥାନ ଶୋଚନୀୟ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ରାସ୍ତା ଉପରେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ସାଧାରଣ ଜନତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ରାଇଘର-ଉମରକୋଟ ଓ ରାଇଘର-କୁନ୍ଦେଇ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଥିବା ନେଇ ଖବର ପ୍ରକାଶ ପରେ ଏହାର ମରାମତି ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା। ରାଇଘର-ଉମରକୋଟ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କୁନ୍ଦେଇ ରାସ୍ତାର ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇନାହାନ୍ତି। ରାଇଘର ମୁଖ୍ୟରାସ୍ତାର ବ୍ଲକ କାର୍ଯ୍ୟାଳୟରୁ ଅଳ୍ପ ଦୂରରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବା ସହ ମାଉଁଳି ମନ୍ଦିର ନିକଟରେ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତା। ଲଗାତର ଦୁର୍ଘଟଣା ଘଟି ଅନେକ ଜୀବନ ନଷ୍ଟ ହେଉଛି। କିନ୍ତୁ ପ୍ରଶାସନ ଗଣମାଧ୍ୟମର ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ। ଏଥିସହ ଯୋଡ଼ିଙ୍ଗାରୁ ସୀମାନ୍ତ କୁନ୍ଦେଇ-ଖିଲଲି ମଧ୍ୟରେ ବିଭିନ୍ନ ଛକ ନିକଟରେ ବିରାଟ ଗର୍ତ୍ତ ସହ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ୪୦ ନମ୍ବର ରାଜ୍ୟ ରାଜପଥ ସହ ଛତିଶଗଡକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତା ଉପରେ ପ୍ରତ୍ୟେକ ସମୟରେ ଜନଗହଳି ସହ ଯାନବାହନ ଚଳାଚଳ କରୁଛି। ରାସ୍ତାଘାଟରେ ମଝି ମଝିରେ ଗର୍ତ୍ତ ସୃଷ୍ଟି ଯୋଗୁ ଦୁର୍ଘଟଣା ବଢିବାରେ ଲାଗିଛି। କିଛି ମାସ ପୂର୍ବେ ଗାତଗୁଡିକରେ ମେଟାଲ ପକାଇ ଚୁପ୍‌ ରହିଥିବା ପୂର୍ତ୍ତ ବିଭାଗ ବର୍ତ୍ତମାନ ଘଟଣାସ୍ଥଳରେ ତଦାରଖ କରିବାର ଆବଶ୍ୟକତା ରହିଛି। ଜିଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବିନୋଦ କୁମାର ବେହେରାଙ୍କୁ ପଚାରିବାରୁ ସମସ୍ୟାକୁ ଗୁରୁତ୍ୱ ଦେଇ ଅତିଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…

ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ

ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…

ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri