ରାସ୍ତାରେ ପାର୍କିଂରୁ ବଢୁଛି ଦୁର୍ଘଟଣା

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ସହର ଉପକଣ୍ଠ ବୀରମୁଣ୍ଡା ଛକ ନିକଟରେ ମଙ୍ଗଳବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ପୁଣି ଥରେ ବଲାଙ୍ଗୀର ବାଇପାସ୍‌ ନିର୍ମାଣ ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଛି। ବଲାଙ୍ଗୀର ସହରରେ ବାଇପାସ୍‌ ରାସ୍ତା ନ ଥିବାରୁ ଭାରିଯାନଗୁଡିକ ଯିବା ଆସିବା କରିବାରେ ଅସୁବିଧା ହେଉଛି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଛି। ବଲାଙ୍ଗୀରବାସୀ ବାଇପାସ୍‌ ରାସ୍ତା ତିଆରି ପାଇଁ ବାରମ୍ବାର ଦାବି ଓ ଆନ୍ଦୋଳନ କରିଆସିଛନ୍ତି। ଦୀର୍ଘବର୍ଷର ବ୍ୟବଧାନ ପରେ ବଲାଙ୍ଗୀର-ଭବାନୀପାଟଣା ରାସ୍ତାରେ ଏନ୍‌ଏଚ୍‌ ବାଇପାସ୍‌ ଏବଂ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାରେ ପିଡବ୍ଳ୍ୟୁଡି ବାଇପାସ୍‌ ରାସ୍ତା କାମ ଆରମ୍ଭ ହୋଇଛି। ତେବେ ଏହି ଦୁଇ ବାଇପାସ୍‌ ରାସ୍ତା କାମ ମନ୍ଥର ଗତିରେ ଚାଲିଛି। ବାଇପାସ୍‌ ରାସ୍ତା ତିଆରି ହୋଇ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନହାନି ପରେ ବଲାଙ୍ଗୀରବାସୀଙ୍କ ଦାବିକୁ ଗ୍ରହଣ କରି ଜିଲା ପ୍ରଶାସନ ସକାଳ ୬ଟାରୁ ରାତି ୧୧ଟା ମଧ୍ୟରେ ବଲାଙ୍ଗୀର ସହର ଭିତରକୁ ଭାରିଯାନ ପ୍ରବେଶ ଉପରେ ନିଷେଧାଜ୍ଞ ଜାରି କରିଛି। ଅର୍ଥାତ୍‌ ରାତି ୧୧ଟାରୁ ୬ଟା ମଧ୍ୟରେ ଭାରୀଯାନଗୁଡିକ ବଲାଙ୍ଗୀର ସହର ମଧ୍ୟଦେଇ ଯିବା ଆସିବା କରୁଛି। ଫଳରେ ସହର ଉପକଣ୍ଠରେ ଭାରୀଯାନଗୁଡିକର ଲମ୍ବାଲାଇନ୍‌ ଲାଗୁଛି। ରାସ୍ତାର ଉଭୟ କଡରେ ଭାରିଯାନଗୁଡିକର ଲମ୍ବାଲାଇନ୍‌ ଯୋଗୁ ସହର ଉପକଣ୍ଠରେ ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣା ଘଟୁଛି। ଗତ ମଙ୍ଗଳବାର ରାତିରେ ବଲାଙ୍ଗୀର-ବରଗଡ ଜାତୀୟ ରାଜପଥ କଡରେ ଠିଆ ହୋଇଥିବା ଏଭଳି ଏକ ଭାରିଯାନରେ କାର୍‌ ପିଟି ହୋଇ ୫ ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା।
ସହର ଉପକଣ୍ଠ ଭାରିଯାନ ସମ୍ପର୍କିତ ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣା ଏଡାଇବା ପାଇଁ ଜିଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ଗତ ଜାନୁୟାରୀ ୧୧ତାରିଖରେ ଜିଲାସ୍ତରୀୟ ବୈଠକ ବସିଥିଲା। ଉକ୍ତ ବୈଠକରେ ସହର ଉପକଣ୍ଠ ଭିରୀଯାନ ସମ୍ପର୍କିତ ଟ୍ରାଫିକ ସମସ୍ୟା, ଦୁର୍ଘଟଣା ପ୍ରସଙ୍ଗ ଉଠିବା ପରେ କମିଟି ଅଧ୍ୟକ୍ଷ ତଥା ଜିଲାପାଳ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ସମସ୍ୟାର ସମାଧାନ ପାଇଁ ବଲାଙ୍ଗୀର-ବରଗଡ଼-ଭାବାନୀପାଟଣା ୨୬ନମ୍ବର ଏବଂ ବଲାଙ୍ଗୀର-ସୋନପୁର ୫୭ନମ୍ବର ଜାତୀୟ ରାଜପଥ କଡ ସରକାରୀ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଜମିରେ ଭାରୀଯାନଗୁଡିକର ଅସ୍ଥାୟୀ ପାର୍କିଂ କରାଯିବ ବୋଲି ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ରାସ୍ତା ଓ କୋଠା ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ତହସିଲଦାରଙ୍କ ସହ ଏଦିଗରେ ଆଲୋଚନା କରିବାକୁ କହିଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇନାହିଁ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ଚାରିଚକିଆ ଗାଡିଗୁଡିକର ହାଲୋଜେନ୍‌ ଲାଇଟ୍‌ ଏବଂ କ୍ଷିପ୍ରତା ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏଭଳି ଦୁର୍ଘଟଣା ବୃଦ୍ଧି ପାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ନାୟକଙ୍କୁ ପଚାରିବାରୁ ପାର୍କିଂସ୍ଥଳ ପାଇଁ ଉପଯୁକ୍ତ ଜମି ଖୋଜା ଚାଲିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?