ଅସାବଧାନତା ଯୋଗୁ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରି ଦେଇଛନ୍ତି କି? ଜାଣନ୍ତୁ କିପରି ଫେରି ପାଇବେ

ନୂଆଦିଲ୍ଲୀ,୨୪।୭: ଆଜିକାଲି ବ୍ୟାଙ୍କ ନଚେତ ଏଟିଏମ୍‌ରେ ଟଙ୍କା ନେଣଦେଣ ସାଧାରଣ କଥା ପାଲଟିଲାଣି। ହେଲେ ବେଳେବେଳେ ଆମେ ଭୁଲବଶତଃ ନିଜ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ କରିଦେଇଥାଉ। ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଟ୍ରାଞ୍ଜାକ୍ସନରେ ଏଭଳି ଅସୁବିଧା ଦେଖିବାକୁ ମିଳିଥାଏ। ଲୋକମାନେ ପଇସା ପଠାଇବାର କିଛି ସମୟ ପରେ ତାହା ଜାଣି ପାରନ୍ତି। ଏଭଳି ସ୍ଥିତିରେ କ’ଣ କରିବେ/ନ କରିବେ ଅନେକେ ଜାଣି ନ ଥାନ୍ତି। ସେହି ବିଷୟରେ ଜାଣି ରଖନ୍ତୁ।

ଆପଣଙ୍କ ସହ ଏଭଳି କିଛି ଘଟିଲେ ପ୍ରଥମେ ନିକଟସ୍ଥ ବ୍ୟାଙ୍କର ବ୍ରାଞ୍ଚରେ ଯାଇ ଏହାର ସୂଚନା ଦିଅନ୍ତୁ। ଫଳରେ ବ୍ୟାଙ୍କ ଆପଣଙ୍କର ନେଣଦେଣକୁ ଯାଞ୍ଚ କରିବ। ଭୁଲ ବସତଃ ଟଙ୍କା ପଠାଇଥିବା ଉକ୍ତ ଆକାଉଣ୍ଟ ନମ୍ବର ବିଷୟରେ ଆପଣଙ୍କୁ ପ୍ରଶ୍ନ କରିବ। ଏହାପରେ ବ୍ୟାଙ୍କ ପକ୍ଷରୁ ଟଙ୍କା ପାଇଥିବା ଉକ୍ତ ବ୍ୟକ୍ତିଙ୍କ ସହ ସମ୍ପର୍କ କରାଯିବ। ଏହାପରେ ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଡିପୋଜିଟ୍‌ ହୋଇଥିବା ଟଙ୍କା କାଟି ଦିଆଯିବ। ପରେ ଆପଣଙ୍କ ଖାତା ସମାନ ବ୍ୟାଙ୍କର ଥାଏ ତେବେ ଶୀଘ୍ର ଆପଣଙ୍କୁ ଟଙ୍କା ଫେରସ୍ତ ମିଳିଯିବ। ନଚେତ ଯଦି ଦୁଇଟି ବ୍ୟାଙ୍କ ଭିନ୍ନ ଭିନ୍ନ ଥାଏ ତେବେ ଅନ୍ୟ ବ୍ୟାଙ୍କରୁ ଟଙ୍କା ମିଳିବାକୁ ସମୟ ଲାଗିବ।
ହେଲେ କିଛି ବ୍ୟକ୍ତି ଟଙ୍କା ଫେରସ୍ଥ ପାଇଁ ଅମଙ୍ଗ ହୁଅନ୍ତି। ଏପରିସ୍ଥଳେ ଗ୍ରାହକ କୋର୍ଟରେ ମାମଲା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ୱାଟେଜ୍‌ ବ୍ୟାଟେନ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ଏଲ୍‌ଇଡି ଲାଇଟ୍‌ ଉତ୍ପାଦକ ସୂର୍‌ୟା ରୋସ୍‌ନି ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ହାଇ ୱାଟେଜ୍‌ ବ୍ୟାଟେନ୍‌’ର ଶୁଭାରମ୍ଭ ସମ୍ପର୍କରେ...

ବୃଦ୍ଧି ପାଉଛି ମାୟୋପିଆ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲ ସହ ଷ୍ଟ୍ରାବିଜିମସ ମିଳିତ ଭାବେ ଏନ୍‌ଟୋଡ୍‌ ଚକ୍ଷୁ ସ୍ବାସ୍ଥ୍ୟ ଫାଉଣ୍ଡେଶନ ଜରିଆରେ ଏକ ମାୟୋପିଆ ସଚେତନତା...

ଭୋଡାଫୋନ୍‌ ଆଇଡିଆର ଧମାକା ଅଫର୍‌: ମାତ୍ର ୨.୮ ଟଙ୍କାରେ ମିଳୁଛି ୧ ଜିବି ଡାଟା

ନୂଆଦିଲ୍ଲୀ,୧୬।୧: ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ପ୍ଲାନ୍‌ ଆଣିଛି। ଏହି ଯୋଜନାରେ ବ୍ୟବହାରକାରୀଙ୍କୁ ମାତ୍ର ୨.୦୮ ଟଙ୍କାରେ ୧ଜିବି ଡାଟା...

ନିର୍ଦ୍ଦେଶକଙ୍କ ପାଇଁ ଲାଗୁ ହେଲା ଆଚାର ସଂହିତା

ନୂଆଦିଲ୍ଲୀ,୧୦-୯: ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ କର୍ପୋରେଟ ଗଭର୍ନାନ୍ସରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ସରକାର ଅଣ ଅଫିସରସ୍ତରୀୟ ନିର୍ଦ୍ଦେଶକଙ୍କ ପାଇଁ ଆଚାର ସଂହିତା ଲାଗୁ କରିଛନ୍ତି। ଅର୍ଥ...

ଏପ୍ରିଲରେ ଉଡ଼ିପାରେ ଜେଟ୍‌ ଏୟାର

ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପୁଣି ଥରେ ଉଡ଼ାଣ ଭରିବା ଲାଗି ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଆସନ୍ତା ଗ୍ରୀଷ୍ଣ ସମୟ...

୪ରେ ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଟୁଇନ୍ସ’

ଭୁବନେଶ୍ୱର,୧।୬: ଜୀ ସାର୍ଥକର ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଟୁଇନ୍ସ’ର ଓ୍ବାଲର୍‌ଡ ଟେଲିଭିଜନ ପ୍ରିମିୟର ଶୋ’ ୨୦୨୩ ଜୁନ୍‌ ୪ ରେ ପ୍ରସାରିତ ହେବାକୁ ଯାଉଛି।...

ଟିକସ ସଂଗ୍ରହ ୨୨.୫% କମିଲା

ନୂଆଦିଲ୍ଲୀ,୧୭।୯: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଟିକସ ସଂଗ୍ରହ ୨୨.୫% ହ୍ରାସ ଘଟିଛି। ସେପ୍ଟେମ୍ବର ୧୫ ସୁଦ୍ଧା...

ଏୟାର ଇଣ୍ଡିଆର ୪୯୮ କୋଟି ବକେୟା ରଖିଛନ୍ତି କେନ୍ଦ୍ର-ରାଜ୍ୟ

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ରଖିଛନ୍ତି। ୨୦୨୧ ଡିସେମ୍ବର ୩୧...

Advertisement
Archives

Model This Week