ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି

ଛତ୍ରପୁର,୭ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରତିବର୍ଷ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜାତୀୟ ରାଜପଥ ତ ଆଉ କେଉଁଠି ରାଜ୍ୟ ରାଜପଥରେ ରାସ୍ତା ଠିକ୍‌ ନ ଥିବା, ସାଇନ ବୋର୍ଡ ନ ଥିବା ଏବଂ ବ୍ଲାକ ସ୍ପଟ୍‌ ଠାରେ ସୁଧାର ଅଣାଯାଉ ନ ଥିବାରୁ ଏଭଳି ସ୍ଥିତ ଦେଖିବାକୁ ମିଳୁଛି ।ବାରମ୍ବାର ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ହେଉଥିବାବେଳେ କୌଣସି ପଦକ୍ଷେପ ନିଆଯାଉନି।
ଜିଲାରେ ୨୦୨୧ ତୁଳନାରେ ୨୦୨୨ରେ ଉଭୟ ସଡକ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁସଂଖ୍ୟା ବଢିଥିବା ରାଜ୍ୟ ସଡକ ଓ ପରିବହନ ବିଭାଗର ରିପୋର୍ଟରେ ପ୍ରକାଶ ପାଇଛି। ଏହାକୁ ଗୁରୁତ୍ୱର ସହ ନେଇ କିଭଳି ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ ସଂଖ୍ୟା କମିବ ସେ ନେଇ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ଉଷା ପାଢୀଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳ, ଏସ୍‌ପି ଓ ଆରଟିଓଙ୍କୁ ଚିଠି ଆସିଛି ।
ଜିଲାରେ ୨୦୨୧ ତୁଳନାରେ ୨୦୨୨ରେ ୨୬୬ଟି ଅଧିକ ଦୁର୍ଘଟଣା (୪୦.୩୦ ପ୍ରତିଶତ) ବୃଦ୍ଧି ପାଇଛି। ଏଥିସହ ୪୩ଟି ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ (୧୨.୯୧ ପ୍ରତିଶତ) ଘଟିଥିବା ରେକର୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୨୦୨୧ରେ ୬୬୦ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୩୩ ଜଣଙ୍କ ଜୀବନ ଯାଇଥିଲା। ୫୭୯ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୨୨ରେ ୯୨୬ଟି ଦୁର୍ଘଟଣା ଘଟି ୩୭୬ ଜଣଙ୍କ ଜୀବନ ଯାଇଥିବାବେଳେ ୫୮୯ ଜଣ ଗୁରୁତର ଆହତ ହୋଇଥିବା ଜିଲାପାଳ, ଏସ୍‌ପି ଓ ଆରଟିଓଙ୍କୁ ନିକଟକୁ ତଥ୍ୟ ଆସିଛି । ଏଣିକି ପ୍ରତି ମଙ୍ଗଳବାର ଜିରୋ ଟଲେରାନ୍ସ ଡେ’ ପାଳନ ହେବ। ଉକ୍ତ ଆରଟିଓ ଓ ପୋଲିସ ମିଳିତ ଭାବେ ଦିନ ଓଭର ସ୍ପିଡ୍‌, ନିଶାସକ୍ତ ଗାଡ଼ି ଚାଳକ, ମୋବାଇଲ ଫୋନ୍‌ରେ କଥା ହୋଇ ଗାଡି ଚଳାଉଥିବା, ହେଲମେଟ ଓ ସିଟ୍‌ ବେଲ୍ଟ ପିନ୍ଧି ନ ଥିବା ଏବଂ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏପ୍ରିଲ୍‌ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ ମୃତ୍ୟୁ ସପ୍ତାହ ପାଳନ କରାଯିବ । ଏହା ପୂର୍ବରୁ ମାର୍ଚ୍ଚ ଶେଷ ସୁଦ୍ଧା ପୋଲିସ, ସ୍ବାସ୍ଥ୍ୟ, ରାସ୍ତା ଓ କୋଠାବାଡି, ଆରଡି, ପଞ୍ଚାୟତିରାଜ ବିଭାଗ, ସହରାଞ୍ଚଳ କର୍ତ୍ତୃୁପକ୍ଷ ସେମାନଙ୍କର ନିଜ ନିଜର ସଡକ ଦୁର୍ଘଟଣା ପ୍ରତିରୋଧ ନେଇ ପଦଦେକ୍ଷପ ସମ୍ବନ୍ଧୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଏହାକୁ ତ୍ୱରାନ୍ବିତ କରିବା ଲାଗି ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟିର ଜରୁରୀ ବୈଠକ ଡାକି ଆଲୋଚନା କରି ନିର୍ଦ୍ଦେଶ ଦେବାକୁ ବିଭାଗୀୟ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଆସିିଛି। ଏଥିସହ ପ୍ରତି ମାସରେ ଆରଟିଓ ମଧ୍ୟ ଏସମ୍ବନ୍ଧୀୟ ରିପୋର୍ଟ ପରିବହନ କମିଶନରଙ୍କୁ ପଠାଇବାକୁ ନିର୍ଦ୍ଦେଶ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri