ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି

ଛତ୍ରପୁର,୭ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରତିବର୍ଷ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜାତୀୟ ରାଜପଥ ତ ଆଉ କେଉଁଠି ରାଜ୍ୟ ରାଜପଥରେ ରାସ୍ତା ଠିକ୍‌ ନ ଥିବା, ସାଇନ ବୋର୍ଡ ନ ଥିବା ଏବଂ ବ୍ଲାକ ସ୍ପଟ୍‌ ଠାରେ ସୁଧାର ଅଣାଯାଉ ନ ଥିବାରୁ ଏଭଳି ସ୍ଥିତ ଦେଖିବାକୁ ମିଳୁଛି ।ବାରମ୍ବାର ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ହେଉଥିବାବେଳେ କୌଣସି ପଦକ୍ଷେପ ନିଆଯାଉନି।
ଜିଲାରେ ୨୦୨୧ ତୁଳନାରେ ୨୦୨୨ରେ ଉଭୟ ସଡକ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁସଂଖ୍ୟା ବଢିଥିବା ରାଜ୍ୟ ସଡକ ଓ ପରିବହନ ବିଭାଗର ରିପୋର୍ଟରେ ପ୍ରକାଶ ପାଇଛି। ଏହାକୁ ଗୁରୁତ୍ୱର ସହ ନେଇ କିଭଳି ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ ସଂଖ୍ୟା କମିବ ସେ ନେଇ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ଉଷା ପାଢୀଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳ, ଏସ୍‌ପି ଓ ଆରଟିଓଙ୍କୁ ଚିଠି ଆସିଛି ।
ଜିଲାରେ ୨୦୨୧ ତୁଳନାରେ ୨୦୨୨ରେ ୨୬୬ଟି ଅଧିକ ଦୁର୍ଘଟଣା (୪୦.୩୦ ପ୍ରତିଶତ) ବୃଦ୍ଧି ପାଇଛି। ଏଥିସହ ୪୩ଟି ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ (୧୨.୯୧ ପ୍ରତିଶତ) ଘଟିଥିବା ରେକର୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୨୦୨୧ରେ ୬୬୦ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୩୩ ଜଣଙ୍କ ଜୀବନ ଯାଇଥିଲା। ୫୭୯ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୨୨ରେ ୯୨୬ଟି ଦୁର୍ଘଟଣା ଘଟି ୩୭୬ ଜଣଙ୍କ ଜୀବନ ଯାଇଥିବାବେଳେ ୫୮୯ ଜଣ ଗୁରୁତର ଆହତ ହୋଇଥିବା ଜିଲାପାଳ, ଏସ୍‌ପି ଓ ଆରଟିଓଙ୍କୁ ନିକଟକୁ ତଥ୍ୟ ଆସିଛି । ଏଣିକି ପ୍ରତି ମଙ୍ଗଳବାର ଜିରୋ ଟଲେରାନ୍ସ ଡେ’ ପାଳନ ହେବ। ଉକ୍ତ ଆରଟିଓ ଓ ପୋଲିସ ମିଳିତ ଭାବେ ଦିନ ଓଭର ସ୍ପିଡ୍‌, ନିଶାସକ୍ତ ଗାଡ଼ି ଚାଳକ, ମୋବାଇଲ ଫୋନ୍‌ରେ କଥା ହୋଇ ଗାଡି ଚଳାଉଥିବା, ହେଲମେଟ ଓ ସିଟ୍‌ ବେଲ୍ଟ ପିନ୍ଧି ନ ଥିବା ଏବଂ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏପ୍ରିଲ୍‌ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ ମୃତ୍ୟୁ ସପ୍ତାହ ପାଳନ କରାଯିବ । ଏହା ପୂର୍ବରୁ ମାର୍ଚ୍ଚ ଶେଷ ସୁଦ୍ଧା ପୋଲିସ, ସ୍ବାସ୍ଥ୍ୟ, ରାସ୍ତା ଓ କୋଠାବାଡି, ଆରଡି, ପଞ୍ଚାୟତିରାଜ ବିଭାଗ, ସହରାଞ୍ଚଳ କର୍ତ୍ତୃୁପକ୍ଷ ସେମାନଙ୍କର ନିଜ ନିଜର ସଡକ ଦୁର୍ଘଟଣା ପ୍ରତିରୋଧ ନେଇ ପଦଦେକ୍ଷପ ସମ୍ବନ୍ଧୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଏହାକୁ ତ୍ୱରାନ୍ବିତ କରିବା ଲାଗି ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟିର ଜରୁରୀ ବୈଠକ ଡାକି ଆଲୋଚନା କରି ନିର୍ଦ୍ଦେଶ ଦେବାକୁ ବିଭାଗୀୟ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଆସିିଛି। ଏଥିସହ ପ୍ରତି ମାସରେ ଆରଟିଓ ମଧ୍ୟ ଏସମ୍ବନ୍ଧୀୟ ରିପୋର୍ଟ ପରିବହନ କମିଶନରଙ୍କୁ ପଠାଇବାକୁ ନିର୍ଦ୍ଦେଶ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?