୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । କାର୍‌ ମଧ୍ୟରେ ଥିବା ସମସ୍ତ ବେଲୁନ ଫାଟି ଯିବାରୁ ପାଳସାହି ପଞ୍ଚାୟତର ବେତାଳିଗାଁ ଅଞ୍ଚଳର ୪ ଯୁବକ ସାମାନ୍ୟ ଆଘାତ ପ୍ରାପ୍ତ ହୋଇ ରକ୍ଷା ପାଇଛନ୍ତି ।
ସୂଚନାନୁସାରେ, ଯୁବକମାନେ ଶନିବାର ରାତିରେ ଆରଡି ଆଡୁ ଦୃତ ବେଗରେ ଏକ କାର ଚଳାଇ ଆସୁଥିଲେ। ରାସ୍ତାର ଥିବା ଟର୍ଣ୍ଣିଂ ନିକଟରେ ଏକ ବିଦ୍ୟୁତ୍‌ ଖୁଣ୍ଟିକୁ ଧକ୍କା ଦେବା ସହ ଏକ ଛୋଟ ଗଛକୁ ମଧ୍ୟ ବାଡେଇଥିଲା। ଫଳରେ ବିଦ୍ୟୁତ୍‌ ଖୁଣ୍ଟ ସହ ଗଛଟି ରାସ୍ତାରେ ପଡି ଯାଇଥିଲା । କାରଟିର ଆଗ ଚକ ବାହାରି ଯିବା ସହ ଏହାର ବିଭିନ୍ନ ଅଂଶ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ରାସ୍ତାର ୨ ପାଶର୍‌ବରେ ବିଭିନ୍ନ ଯାନ ଅଟକି ରହିଥିଲା । ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ବିଦ୍ୟୁତ ଖୁଣ୍ଟି ଉଠାଇ ଯାନବାହନ ଚଳାଚଳକୁ ସ୍ବଭାବିକ କରାଇଥିଲେ ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତ ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

ଫସିଗଲେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା! କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ମୁମ୍ବାଇ,୧୨ା୧୨: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ୍‌ ସର୍କୁଲାରକୁ ଉଠାଇବାକୁ ହେଲେ ସେମାନଙ୍କୁ ୬୦...

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri