ବିଜୟ ସେତୁପତିଙ୍କ ଶୁଟିଂ ସେଟରେ ଦୁର୍ଘଟଣା: ୨୦ ଫୁଟ ଉଚ୍ଚରୁ ଖସି ଷ୍ଟଣ୍ଟମ୍ୟାନ୍‌ଙ୍କ ମୃତ୍ୟୁ…

ଚେନ୍ନାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ବିଜୟ ସେତୁପତିଙ୍କ ଫିଲ୍ମ ସେଟରେ ଏକ ଦୁର୍ଘଟଣା ଘଟିଛି। ବିଜୟଙ୍କ ପାଇଁ ଷ୍ଟଣ୍ଟମ୍ୟାନ ଏସ ସୁରେଶ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି। ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ସେ ୨୦ ଫୁଟ ଉଚ୍ଚରୁ ଖସି ପଡ଼ିଥିଲେ। ସୁରେଶଙ୍କୁ ୫୪ ବର୍ଷ ବୟସ ହୋଇଥିଲା।

ଚେନ୍ନାଇର ଭାନ୍ଦାଲୁରରେ ନିର୍ଦ୍ଦେଶକ ଭେଟ୍ରିମାରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ବିଦୁଥଲାଇ ଚଳଚ୍ଚିତ୍ରର ଶୁଟିଂ ଚାଲିଥିଲା। ଏହି ସମୟରେ ସୁରେଶ ମୁଖ୍ୟ ଷ୍ଟଣ୍ଟ ନିର୍ଦ୍ଦେଶକଙ୍କ ସହ ସହକାରୀ ଭାବରେ ଅଭିନୟ କରୁଥିଲେ। ସେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ସେଠାରେ ତାଙ୍କର ସଂଯୋଜକମାନେ ମଧ୍ୟ ଉପସ୍ଥିତ ଥିଲେ। ଫିଲ୍ମର ଏକ ଦୃଶ୍ୟ ଅନୁଯାୟୀ ତାଙ୍କୁ ୨୦ ଫୁଟ ଉଚ୍ଚତାରୁ ଡେଇଁବାର ଏକ ଷ୍ଟଣ୍ଟ କରିବାକୁ ପଡିଥିଲା। ଖବର ଅନୁଯାୟୀ, ସୁରେଶଙ୍କୁ ଏକ ଦଉଡି ସାହାଯ୍ୟରେ କ୍ରେନରେ ବାନ୍ଧି ଦିଆଯାଇଥିଲା, କିନ୍ତୁ ଶୁଟିଂ ଆରମ୍ଭ ହେବା ମାତ୍ରେ ଦଉଡି ଛିଣ୍ଡି ଯାଇଥିଲା ଏବଂ ଷ୍ଟଣ୍ଟମ୍ୟାନ ସୁରେଶ ୨୦ ଫୁଟ ଉଚ୍ଚତାରୁ ସିଧା ତଳେ ଖସି ପଡ଼ିଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ସୁରେଶ ୨୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟଣ୍ଟମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣା ପରେ ଫିଲ୍ମର ଶୁଟିଂ ସ୍ଥଗିତ ରଖାଯାଇଛି। ଏହା ସହିତ ସେଟରେ ଏହି ଘଟଣା ପରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri