ବୁଲାଣି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…

ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକରେ ବସିଥିବା ଚାରିଜଣ ଯୁବକ ଛିଟିକି ପଡ଼ିଥିଲେ। ସେମାନଙ୍କୁ କିଛି ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ମୋହନା ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି।

ସୂଚନା ଅନୁସାରେ, କର୍ଚବାଡି ଗ୍ରାମ ପଞ୍ଚାୟତ ଖଜୁରୀପଡ଼ା ଗାଁର ଯୁବରାଜ ବେହେରା, ଜାମେସ ଶବର, ଅବିୟମ ଶବର ବାଇକ ଯୋଗେ ମଳାସପଦର ଗାଁ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ସାନ ଖଣି ଗାଁର ବାଲେରିଆନ ନାୟକ ମୋହନା ଆସୁଥିଲେ। ବୁଲାଣି ରାସ୍ତାରେ ଉଭୟଙ୍କ ବାଇକ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇଜଣଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଭିନ୍ନ ଏକ ରେବତୀ: ବାପା ଦିନ ମଜୁରିଆ, ଝିଅ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟପ୍ପର, କହିଲେ-ଆଗକୁ ମୁଁ…

ବଲାଙ୍ଗୀର, ୬।୬ (ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ଗଳ୍ପ ସେନାପତିଙ୍କ କାଳଜୟୀ ‘ରେବତୀ’କୁ ନେଇ ଓଡ଼ିଆ ସାହିତ୍ୟ ଜଗତ ମୁଖରିତ। ନାରୀ…

ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ…

ଘର ଆଗରେ ମା’-ଝିଅଙ୍କୁ ଅସଦାଚରଣ, ଥାନାରେ ଏତଲା ଦେବା ପରେ…

ଦିଗପହଣ୍ଡି,୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅଧୀନ ଏକ ଗାଁରେ ଜଣେ ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଏ.ଶଙ୍କର ପାତ୍ର…

ଆଗେ ଆଗେ ଦନ୍ତା, ପଛେ ପଛେ ଲୋକେ- ବନ ବିଭାଗ କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଆନନ୍ଦପୁର ୬।୬(ସୁଶାନ୍ତ କୁମାର ସାହୁ ): ଗାଁ ପରେ ଗାଁ ବୁଲୁଛି ଦନ୍ତା । ଆଗେ ଆଗେ ଦନ୍ତା ପଛେ ପଛେ ସ୍ଥାନୀୟ ଲୋକେ ଓ ବନ…

‘ଏବେଠାରୁ ସଚେତନ ନ ରହିଲେ ଭବିଷ୍ୟତ ପିଢ଼ି ପାଇଁ ସ୍ଥିତି ହେବ ଭୟଙ୍କର’

ମହାକାଳପଡ଼ା,୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବେଣାକନ୍ଧାସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ୍‌ ଜାତୀୟ ସବୁଜ ବାହିନୀ ପକ୍ଷରୁ ୫୪ ତମ ବିଶ୍ୱ…

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ପୁଳାପୁଳା ସମ୍ପତ୍ତି ଠାବ

ବାଲିଗୁଡା,୬।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri