ଅବତରଣ ସମୟରେ ଦୁର୍ଘଟଣା, ଜଳିଗଲା ସୈନ୍ୟ ବାହିନୀ ବିମାନ…

ମାନିଲା,୪।୭: ସୈନ୍ୟ ବାହିନୀର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦକ୍ଷିଣ ଫିଲିପାଇନ୍ସ୍‌ରେ ଘଟିଥିବା ଏହି ଦୁର୍ଘଟଣାରେ ଇତିମଧ୍ୟରେ ୧୭ ଜଣ ସୈନ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ୪୦ ଜଣ ଆହତ ସୈନ୍ୟଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ସି-୧୩୦ ବିମାନରେ ୯୨ ଜଣ ସୈନ୍ୟ ଯାତ୍ରା କରୁଥିବା ନେଇ ପ୍ରତିରକ୍ଷାମନ୍ତ୍ରୀ ଡେଲଫିନ୍‌ ଲୋରେନ୍‌ଜାନା ସୂଚନା ଦେଇଛନ୍ତି। ସୈନ୍ୟବାହିନୀ ପ୍ରମୁଖ ଜେନେରାଲ ସିରିଲିଟୋ ସୋବେଜାନା କହିଛନ୍ତି ଯେ, ବିମାନଟି ଦକ୍ଷିଣ କାଗାୟନ ଡି ଓରୋ ସହରରୁ ସୈନ୍ୟଙ୍କୁ ନେଇ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରନ୍‌ ଓ୍ବେରେ ଠିକ୍‌ ଭାବେ ଅବତରଣ ନ କରିପାରିବାରୁ ଏଭଳି ହୋଇଥିବା ସେ କହିଛନ୍ତି। ବିମାନ ଉପରେ କୌଣସି ଆକ୍ରମଣ ହୋଇ ନ ଥିବା ପ୍ରତିରକ୍ଷା ମୁଖପାତ୍ର କଲୋନେଲ୍‌ ଏଡ୍‌ଗାର୍ଡ ଏରୋଭାଲୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

୪୧ ବର୍ଷରେ ପୁଣି ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ: ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଏଲଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ଜେନିଫରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri