ଗ୍ରାମାଞ୍ଚଳ ସଡ଼କ ନିର୍ମାଣରେ ଚଞ୍ଚକତା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଅଧୀନ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନ ହେବା ଏବଂ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଯୋଗୁ ରାଜକୋଷ ଉପରେ ଆର୍ଥିକ ବୋଝ ପଡୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ଲୋକମାନେ ରାସ୍ତା ପାଇବାରୁ ବଞ୍ଚିତ ହେବା ସହ ଠିକାଦାର ମାଲାମାଲ ହେଉଛନ୍ତି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରାସ୍ତା ନିର୍ମାଣରେ ହେଉଥିବା ଏଭଳି ଚଞ୍ଚକତାର ପର୍ଦ୍ଦାଫାଶ କରିଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ, ନିର୍ବାହୀ ଯନ୍ତ୍ରୀମାନେ ଠିକାଦାରଙ୍କ ଠାରୁ କାର୍ଯ୍ୟ ବିଳମ୍ବ ପାଇଁ ଜରିମାନା ଆଦାୟ ନ କରିବାରୁ ୯ କୋଟି ଟଙ୍କା ହରାଇବାକୁ ପଡିଛି। କେବଳ ସେତିକି ନୁହେଁ, ଯନ୍ତ୍ରୀମାନଙ୍କ ଅପାରଗତା ଯୋଗୁ ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ନିର୍ମାଣ କାର୍ଯ୍ୟ ମଧ୍ୟ ବର୍ଷ ବର୍ଷ ଲାଗିଯାଉଛି। ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ଗ୍ରାମ୍ୟ ଉନ୍ନୟନ ବିଭାଗ କରିଥାଏ। ଯଦି ଜଣେ ଠିକାଦାର ସାଧାରଣ ଚୁକ୍ତିନାମାର ଧାରା ୫୨ ଅନୁଯାୟୀ ବିନା ଅନୁମତିରେ ୨୮ ଦିନ କାର୍ଯ୍ୟ ବନ୍ଦ ରଖିବେ ତେବେ ସମ୍ପୃକ୍ତ ଠିକାଦାରଙ୍କୁ ଅବଶିଷ୍ଟ କାର୍ଯ୍ୟ ମୂଲ୍ୟର ୨୦ ପ୍ରତିଶତ ଜରିମାନା ଆକାରରେ ଦେବାକୁ ପଡିଥାଏ। ତେବେ ଅଡିଟ୍‌ରୁ ଜଣାପଡିଛି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ୨୦୦୮ରୁ ୨୦୧୧ ମଧ୍ୟରେ ୯ ଜଣ ଠିକାଦାରଙ୍କୁ ୫୧.୬୭ କୋଟି ଟଙ୍କା ମୂଲ୍ୟର ୧୭ଟି ରାସ୍ତା ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦେଇଥିଲେ। ୨୦୦୯ରୁ ଅକ୍ଟୋବର ୨୦୧୧ ମଧ୍ୟରେ ଉକ୍ତ କାର୍ଯ୍ୟ ଶେଷ ହେବା କଥା। ଠିକାଦାରମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରି ନ ଥିଲେ। ସେମାନଙ୍କର ଚୁକ୍ତି ରଦ୍ଦ ହୋଇଥିଲେ ମଧ୍ୟ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିଥିଲା। ଠିକାଦାରଙ୍କ ଅବହେଳା ଯୋଗୁ ବାକି ରହିଥିବା ୩୫.୦୯ କୋଟି ଟଙ୍କାର ରାସ୍ତା ପାଇଁ ପୁନଶ୍ଚ ୨୦୧୩ ଅଗଷ୍ଟରୁ ୨୦୧୬ ନଭେମ୍ବର ମଧ୍ୟରେ ୪୮.୦୪ କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ ହୋଇଥିଲା। ଅନ୍ୟପକ୍ଷରେ ଠିକାଦାରଙ୍କ ଠାରୁ ୨୦୧୮ ପର୍ଯ୍ୟନ୍ତ ଜରିମାନା ବାବଦରେ ୯ କୋଟି ଆଦାୟ କରାଯାଇ ନ ଥିଲା। ଯନ୍ତ୍ରୀମାନେ ଏହି ଅର୍ଥ ଆଦାୟ କରିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
କେବଳ ସେତିକି ନୁହେଁ, ରାସ୍ତା ନିର୍ମାଣ ପାଇଁ ଜମି ଯୋଗାଇ ନ ଦେବା ଏବଂ ଅଧାରୁ କାର୍ଯ୍ୟ ବନ୍ଦହେବା ଯୋଗୁ ସରକାରଙ୍କୁ ୫.୩୧ କୋଟି ଟଙ୍କା ହରାଇବାକୁ ପଡିଛି। ପିଏମ୍‌ଜିଏସ୍‌ଓ୍ବାଇ ଗାଇଡ୍‌ଲାଇନ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ ପୂର୍ବରୁ ଜମି ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ହେବା କଥା। ମାତ୍ର ନିର୍ବାହୀ ଯନ୍ତ୍ରୀମାନେ ୫୫ଟି କାର୍ଯ୍ୟରୁ ୧୫ଟି କାର୍ଯ୍ୟରେ କୌଣସି ବିଭାଗ କିମ୍ବା ସର୍ବେକ୍ଷଣ/ତଦନ୍ତ କରାଇ ନ ଥିଲେ। ଫଳରେ ୨୦୧୮ ସୁଦ୍ଧା ୫.୩୧ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ୧୬.୯୯୫ କି.ମି ରାସ୍ତା ନିର୍ମାଣ ଶେଷ ହୋଇପାରି ନ ଥିଲା। ଏଥିଯୋଗୁ ୪,୮୩୪ ଲୋକଙ୍କ ପାଇଁ ରାସ୍ତା ସଂଯୋଗ ହୋଇପାରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri