ଖାଲିପଡ଼ିଥିବା ଏକାଡେମୀ ପଦବୀ ପୂରଣ ହେବ: ସଭାପତି, ଉପସଭାପତି ଦୌଡ଼ରେ ରହିବେନି ୬୦ରୁ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ଏକାଡେମୀର ଖାଲି ପଦପଦବୀ ପୂରଣ ହେବ। ଏନେଇ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ, ଓଡ଼ିଶା ଲଳିତକଳା ଏକାଡେମୀର ଉପସଭାପତି ଓ ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀରେ ସଚିବ ପଦବୀରେ ନୂଆ ନିଯୁକ୍ତି କରାଯିବ। ଏସବୁ ପଦବୀ ପାଇଁ ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଚାରୁ ଓ କାରୁକଳା, ଚିତ୍ରକଳା, ସ୍ଥାପତ୍ୟ, ନାଟ୍ୟ ଓ ସଙ୍ଗୀତ, ଉର୍ଦ୍ଦୁ ଭାଷା ଓ ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷମାନେ ଏଥିଲାଗି ଆବେଦନ କରିପାରିବେ। ଆସନ୍ତା ୧୧ତାରିଖ ଅପରାହ୍ନ ୫ଟା ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଆବେଦନ କରିପାରିବେ ବୋଲି କୁହାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ସମସ୍ତ ଏକାଡେମୀରେ ସଭାପତି ଓ ଉପସଭାପତି ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ କମ୍‌ ଓ ୮୦ବର୍ଷରୁ ଅଧିକ ହୋଇ ନ ଥିବା ଆବଶ୍ୟକ। ପୂର୍ବରୁ ଏହି ପଦବୀ ପାଇଁ ୬୦ବର୍ଷରୁ କମ୍‌ ବୟସ୍କମାନେ ଆବେଦନ କରିପାରୁଥିଲେ। ତେବେ ଆବେଦନ କରୁଥିବା ବ୍ୟକ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ କଳା କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ହୋଇଥିବା ଆବଶ୍ୟକ। ଏକାଡେମୀଗୁଡ଼ିକର ସଚିବ ପଦବୀ ପାଇଁ ଆବେଦନ କରୁଥିବା ବ୍ୟକ୍ତି ୪୫ରୁ କମ୍‌ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ। ଓଡ଼ିଶା ଲଳିତକଳା ଏକାଡେମୀର ଉପସଭାପତି ପଦବୀ ପାଇଁ ଆବେଦନକାରୀ ଦୃଶ୍ୟକଳା, ଚାରୁ ଓ କାରୁକଳା, ଚିତ୍ରକଳା କିମ୍ବା ସ୍ଥାପତ୍ୟ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ହୋଇଥିବା ଆବଶ୍ୟକ। ସେହିଭଳି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ପଦବୀ ପାଇଁ ଆବେଦନକାରୀଙ୍କର ନୃତ୍ୟ, ସଙ୍ଗୀତ କିମ୍ବା ନାଟକ ଭଳି କ୍ଷେତ୍ରରେ ଖ୍ୟାତି ରହିଥିବା ଓ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପାଇଁ ସଚିବ ପଦବୀ ପାଇଁ ଉର୍ଦ୍ଦୁ ଭାଷା ଓ ସାହିତ୍ୟରେ ଆଗ୍ରହ ରଖିଥିବା ବ୍ୟକ୍ତି ଆବେଦନ କରିପାରିବେ ବୋଲି ବିଭାଗ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ୨୦ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ

ବୌଦ୍ଧ,୫।୩(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ ଚାଷ ଏବଂ କାରବାର ପାଇଁ ପେଣ୍ଠସ୍ଥଳ ପାଲଟିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ହେଉଥିବା ସ୍ଥାନ ଚିହ୍ନଟ କରି...

ଥାନା ସମ୍ମୁଖ ଝୁମ୍ପୁଡ଼ିରେ ଯୁବକଙ୍କ ମୃତଦେହ

ଭୁବନେଶ୍ୱର, ୧୫।୬, ସତ୍ୟଜିତ୍‌ ରାଉତ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସାମ୍ନାରେ ବୁଧବାର ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଥାନା ନିକଟରୁ ପ୍ରାୟ ୩୦...

ଶେରଗଡ଼ରେ ପ୍ରଧାନଶିକ୍ଷକଙ୍କର କରୋନାରେ ମୃତ୍ୟୁ: ଯୋଦ୍ଧା ଭାବେ ଗ୍ରହଣ କରିବାକୁ ଦାବି

ଶେରଗଡ଼,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜଙ୍କର କରୋନାରେ ମଙ୍ଗଳବାର ସାରେ ମୃତ୍ୟୁ ଘଟିଛି। ସେ ଗତ...

ବିଧାନସଭାରେ ବିଜୁ ଜୟନ୍ତୀ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ଓଡ଼ିଶା ବିଧାନସଭା ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ...

ବାର୍ଡ ଫ୍ଲୁ: ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର,୮।୧(ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ୧୨୦ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। କୁକୁଡ଼ାଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ...

ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ(ଭାରତ) ଜୁନୈଦ କମାଲ୍‌ ଅହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଅପରାହ୍ନରେ ହୋଇଥିବା ଏହି ସାକ୍ଷାତ୍‌କାର ସମୟରେ...

୧୩ରୁ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍‌କ୍ଲେଭ ଚଳିତ ବର୍ଷ ଜୁନ୍‌ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା...

ଅନାଥ, ଅବହେଳିତ ଶିଶୁଙ୍କ ଯତ୍ନ ନିଅ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଅନାଥ, ଅବହେଳିତ ଏବଂ ଯେଉଁ ପିଲାମାନଙ୍କ ମାତାପିତା କୋଭିଡ୍‌ କେୟାର ସେଣ୍ଟର(ସିସିସି)ରେ ଚିକିତ୍ସିତ ହେଉଛନ୍ତି, ସେହି ପିଲାମାନଙ୍କ ଉପଯୁକ୍ତ ଯତ୍ନ ନେବା ଲାଗି...

Advertisement
Archives

Model This Week