ଏସି ଶେଡ୍‌: ୨ ମାସରେ ବିଦ୍ୟୁତ ବିଲ୍‌ ୧୪.୧୭ ଲକ୍ଷ

ପୁରୀ,୧୮ା୩ (ଅଜିତ୍‌ ମହାନ୍ତି): ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ସରକାର ନିର୍ମାଣ କରିଥିବା ଏସି ଶେଡ୍‌ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଗତ ୨ ମାସରେ ଆସିଥିବା ବିଦ୍ୟୁତ ବିଲ୍‌କୁ ଦେଖି ଲୋକେ ବିସ୍ମୟ ପ୍ରକାଶ କରିଛନ୍ତି। ଏସି ଶେଡ୍‌ରେ ଗତ ୨ମାସରେ ୧ଲକ୍ଷ ୧୬ ହଜାର ୧୧ ୟୁନିଟ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଛି, ଯାହାର ମୂଲ୍ୟ ୧୪ ଲକ୍ଷ ୧୭ ହଜାର ଟଙ୍କାରୁ ଅଧିକ। ସରକାରଙ୍କ ପକ୍ଷରୁ ଗତ ଜାନୁଆରୀରେ ବଡ଼ଦାଣ୍ଡ ଏସି ହ୍ୟାଙ୍ଗର୍‌ ବା ଶେଡ୍‌ ଏବଂ ଶ୍ରୀଜଗନ୍ନାଥ କାର୍ଯ୍ୟାଳୟଠାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ତଥା ପ୍ରତୀକ୍ଷାଳୟ ଲୋକାର୍ପିତ ହୋଇଥିଲା। ଭକ୍ତଙ୍କ କ୍ୟୁ ମ୍ୟାନେଜମେଣ୍ଟ ପାଇଁ ରାଜ୍ୟ ସରକାର ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ା ବିଶିଷ୍ଟ ଏସି ଶେଡ୍‌ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଉକ୍ତ ଏସି ଶେଡ୍‌ରେ ଏସି ଫ୍ୟାନ ଓ ଲାଇଟ୍‌ ଆଦି ଲଗାଯାଇଛି। ତେବେ ଉକ୍ତ ଏସି ଶେଡ୍‌ ଓ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ରରେ ଗତ ଜାନୁଆରୀ ଓ ଫେବୃଆରୀ ଦୁଇମାସର ବିଦ୍ୟୁତ୍‌ ବିଲ୍‌ ଆସିବା ପରେ ଏବେ ଚିନ୍ତା ବଢ଼ିଛି। ଏହି ଦୁଇମାସରେ କେବଳ ଏସି ହ୍ୟାଙ୍ଗର ଓ ପ୍ରତୀକ୍ଷାଳୟ ବିଦ୍ୟୁତ୍‌ ବିଲ୍‌ ବାବଦକୁ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ହୋଇଛି। ଯଦି ଏପରି ବିଲ୍‌ ଆସେ, ତେବେ ଗୋଟିଏ ବର୍ଷ ମଧ୍ୟରେ ଏହା ୧ କୋଟି ଟଙ୍କା ପାରିହେବ ବୋଲି ଅନୁମାନ କରାଯାଉଛି। ବିଲ୍‌ ବାବଦକୁ ଜାନୁଆରୀ ମାସର ବିଦ୍ୟୁତ୍‌ ଦେୟ ୪ ଲକ୍ଷ ୩୫ ହଜାର ୩୬୧ ଟଙ୍କା ଓ ଫେବୃଆରୀ ମାସ ପାଇଁ ୯ ଲକ୍ଷ ୮୬ ହଜାର ୯୫୯ ଟଙ୍କା ହୋଇଛି। ରିହାତି ପରେ ଦୁଇ ମାସର ବିଲ୍‌ ବାବଦ ସମୁଦାୟ ୧୪ ଲକ୍ଷ ୧୭ ହଜାର ୬୩୦ ଟଙ୍କା ଦେବାକୁ ପଡ଼ିବ ବୋଲି ବିଦ୍ୟୁତ୍‌ ବିଭାଗର ଚିଠିରେ ଉଲ୍ଲେଖ ରହିଛି। ତେବେ ଖରାଦିନରେ ଏସି ବିଲ୍‌ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। ଏନେଇ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଏତେ ପରିମାଣରେ ଆସିଥିବା ବିଦ୍ୟୁତ୍‌ ବିଲ୍‌ କିପରି ଭରଣା କରାଯିବ ତାହା ବୁଝାପଡୁନି। ଏତେ ପରିମାଣର ବିଦ୍ୟୁତ ବିଲ୍‌କୁ ଭରଣା କରିବା ପାଇଁ ସୋଲାର ବ୍ୟବସ୍ଥା କରାଯାଉ। ନଚେତ ରାଜ୍ୟ ସରକାର ଏହାର ଭାର ବହନ କରିବା ସହ କମ୍ପାନୀ ବିଦ୍ୟୁତ୍‌ ବିଲ୍‌ ସମ୍ପୂର୍ଣ୍ଣ ଛାଡ଼ କରୁ। କାରଣ ଭକ୍ତଙ୍କ ପାଇଁ ଏସି ବ୍ୟବସ୍ଥା କରାଯାଇଛି। ସରକାର ଏଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାସ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, କେବଳ ଏସି ଶେଡ୍‌ ନୁହେଁ, ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ସମସ୍ତ ଭକ୍ତନିବାସ, ପରିକ୍ରମା ମାର୍ଗ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଜିନିଷକୁ ଯଦି ମିଶାଯାଏ, ତେବେ ଦିନକୁ ବିଦ୍ୟୁତ୍‌ ବିଲ୍‌ ପ୍ରାୟ ୨ ଲକ୍ଷ ଟଙ୍କା ପଡ଼ିପାରେ। ତେଣୁ ଯେପରି ଏହି ବିଲ୍‌ କମ୍‌ କରାଯାଇପାରିବ, ସେ ନେଇ ବିକଳ୍ପ ବ୍ୟବସ୍ଥା କରିବା ସହ ଗ୍ରୀନ ଏନର୍ଜି ବ୍ୟବହାର କରିବା ଆବଶ୍ୟକ ବୋଲି ମହାପାତ୍ର ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁ କହିଛନ୍ତି, ଏସି ଶେଡ୍‌ର ଯେଉଁ ବିଦ୍ୟୁତ ବିଲ୍‌ ଆସିଛି ତାହାକୁ ତର୍ଜମା କରାଯାଉଛି। ଏନେଇ ବିଭାଗୀୟ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟରଙ୍କ ସହ ଆଲୋଚନା କରାଯାଉଛି। କେତେ ଏସି ଲାଗିଛି ଓ କେତେ ୟୁନିଟ୍‌ ବିଦ୍ୟୁତ ବ୍ୟବହାର କରାଯାଇଛି ଆଦି ସମସ୍ତ ବିଷୟ ଉପରେ ତର୍ଜମା କରାଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି କିପରି ବିଲ ପୈଠ କରାଯିବ, ସେ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri